“ଏକ ପେଡ ମା କେ ନାମ ” କାର୍ଯ୍ୟକ୍ରମ,

"ଏକ ପେଡ ମା କେ ନାମ " କାର୍ଯ୍ୟକ୍ରମ,

“ଏକ ପେଡ ମା କେ ନାମ ” କାର୍ଯ୍ୟକ୍ରମ,

-ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ସ୍ଥିତ କାଶୀପୁର ବନ ବିଭାଗ କାର୍ଯ୍ୟାଳୟ ସିପିଯୋଡି ଠାରେ “ଏକ ପେଡ ମା କେ ନାମ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। କାଶୀପୁର ବନ ବିଭାଗ ଆନୁକୂଲ୍ୟରେ କାଶୀପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ “ଏକ ପେଡ ମା କେ ନାମ ” କାର୍ଯ୍ୟକ୍ରମ ର ଶୁଭାରମ୍ଭ ହେତୁ ପ୍ରାୟ ୫୦୦ (ପାଞ୍ଚ ସହ) ବୃକ୍ଷ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ କୁ ବନ ବିଭାଗ ଦ୍ଵାରା ଯୋଗାଇ ଦିଆ ଯାଇଛି । “ଏକ ପେଡ ମା କେ ନାମ ” କାର୍ଯ୍ୟକ୍ରମ ର ମୂଳ ଉଦେଶ୍ୟରେ ଏକ ଭ୍ରମ୍ୟମାଣ ଚାରା ବିତରଣ ଜାନ ଯୋଗେ କାଶୀପୁର ସହରାଞ୍ଚଳରେ ପ୍ରଚାର ପ୍ରସାର ହେତୁ ବନ ବିଭାଗ ଦ୍ଵାରା ପ୍ରଥମେ ପୂଜାର୍ଚନା କରାଯାଇଥିଲା ଏହି ପରିପେକ୍ଷୀ ରେ ଢୋଳ, ମର୍ଦଳ ବାଜି ଏକ ସଂକୀର୍ତନ ର ମଧ୍ୟ ଆୟୋଜନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷ ଶ୍ରୀ କଣ୍ଟେଶ୍ୱର ମାଝିଙ୍କ ଉପସ୍ଥିତରେ ବ୍ଲକ ଅଧିକାରୀ ଶ୍ରୀ ବିଜୟ କୁମାର ସଏଙ୍କ କରକୋମଳ ରେ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା। କାର୍ଯ୍ୟକ୍ରମଟି ର ପରିଚାଳନା କାଶୀପୁର ବନ ବିଭାଗ ଅଧିକାରୀ ଶ୍ରୀ ଅନ୍ତର୍ଯ୍ୟାମୀ ସାହୁ ତୁଲାଇ ଥିଲେ। କାଶୀପୁର ବନାଞ୍ଚଳ ର ସମସ୍ତ ବନରଖି, ବନପାଳ, ପାରା ସ୍କୁଆର୍ଡ ଓ ଅନ୍ୟ କର୍ମଚାରୀଙ୍କ ସମେତ ବ୍ଲକ ବଜେପି ଦଳର କର୍ମକର୍ତା ମାନେ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବା ପରିଲକ୍ଷିତ ହୋଇଛି।