ଉମେଶ ଭାଜପା ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି
ରାୟଗଡ଼(Info Media) ରାୟଗଡ଼ା ଜିଲା ଭାଜପାର ଯୁବନେତା ଉମେଶ ଖୋସ୍ଲା ଙ୍କୁ ଯୁବମୋର୍ଚ୍ଚାର ରାଜ୍ୟ ଉପସଭାପତି ଦାୟିତ୍ଵ ମିଳିଛି ଏହି ଦାୟିତ୍ଵ ମିଳିବା ପରେ ଭାଜପା ଜିଲା ଯୁବମୋର୍ଚ୍ଚାରେ ଖୁସିର ଲହରି ଖେଳିଯାଇଛି । ଅବିଭକ୍ତ କୋରାପୁଟ ଜିଲାରୁ ଉମେଶଙ୍କୁ ରାଜ୍ୟ ଟିମ୍ରେ ସାମିଲ କରିଛନ୍ତି ଯୁବମୋର୍ଚ୍ଚା ରାଜ୍ୟ ସଭାପତି । ଏଥିପୂର୍ବରୁ ଉମେଶ ୨୦୨୨ରୁ ୨୦୨୬ ଫେବୃଆରୀ ପର୍ଯ୍ୟନ୍ତ ଯୁବମୋର୍ଚ୍ଚାର ଜିଲା ସଭାପତି ଦାୟିତ୍ଵରେ ଥିଲେ । ଏହାବ୍ୟତୀତ ୨୦୧୩ରୁ ଜିଲାରେ ଯୁବମୋର୍ଚ୍ଚାରେ ଜଣେ ସକ୍ରିୟ ଯୁବନେତା ଭାବେ କାମ କରି ୨୦୧୪ରେ ଯୁବମୋର୍ଚ୍ଚା ଜିଲା ସମ୍ପାଦକ, ୨୦୧୫ରୁ ୨୦୨୨ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ୨୦୧୯ରୁ ୨୦୨୨ ମାଲକାନଗିରି ଜିଲା ପ୍ରଭାରୀ ଭାବେ ଦାୟିତ୍ଵ ତୁଲାଇଥିଲେ। ଉମେଶଙ୍କୁ ରାଜ୍ୟ ଉପସଭାପତି ପଦ ମିଳିବା ପରେ ଭାଜପା ଜିଲା ସଭାପତିଗୋପୀ ଆନନ୍ଦ, ପୂର୍ବତନ ଜିଲା ସଭାପତି ଶିବ ପଟ୍ଟନାୟକ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଏସ୍ଟି ମୋର୍ଚ୍ଚା କାଳୀରାମ ମାଝି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବସନ୍ତ ଉଲାକା, ବରିଷ୍ଠ ଭାଜପା ନେତା ୟାଲା ଭେଙ୍କଟେଶ୍ଵର ରାଓ, ବରିଷ୍ଠ ଆଇନଜୀବୀ ପଦ୍ମନାଭ ଦାଶଙ୍କ ସମେତ ଅନ୍ୟମାନେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
