ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଶ୍ରୀଜିଉ ମାନଙ୍କ ପବିତ୍ର ବାହୁଡ଼ା ଯାତ୍ରା ଗଜପତି /୧୫/୭/୨୦୨୪ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଆଜି ଚତୁର୍ଦ୍ଧା ମୂର୍ତ୍ତି ତଥା ଶ୍ରୀଜୀଉ ମାନଙ୍କ ପବିତ୍ର ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି ।ଏହି ଅବସର’ରେ ପୂର୍ବାହ୍ନ’ରେଶ୍ରୀ ଗୁଣ୍ଡିଚା ମନ୍ଦିର’ରେ ତିନି ଠାକୁର’ଙ୍କ ଶ୍ରୀ ମନ୍ଦିର’କୁ ଯାତ୍ରା କରିବା ପୂର୍ବରୁ ସେନାପଟା ଓ ପାରମ୍ପରିକ ପୂଜାର୍ଚ୍ଚନା ନୀତି ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ତା ପରେ ଗୋଟି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ପ୍ରଥମେ ପ୍ରଭୁ ସୁଦର୍ଶନ ‘ଙ୍କ ପହଣ୍ଡି ହେବା ପରେ ତିନି ଠାକୁର’ଙ୍କୁ ନିଜ ନିଜ ରଥ ଉପର’କୁ ପହଣ୍ଡି ବିଜେ ହୋଇଥିଲା . ।ସେବାୟତ ମାନଙ୍କ ଦ୍ଵାରା ଠାକୁର ମାନଙ୍କ ରଥ ଉପର’କୁ ପହଣ୍ଡି ବିଜେ କାର୍ଯ୍ୟକ୍ରମ ସମ୍ପନ୍ନ ହେବା ପରେ ତିନି ଠାକୁର’ଙ୍କ ରଥ ଉପରେ ଛେରା-ପଅଁରା କାର୍ଯ୍ୟକ୍ରମ ରାଜଜେମା କଲ୍ୟାଣୀ ଗଜପତି ନାରାୟଣ ଦେବ’ଙ୍କ ଦ୍ଵାରା ଛେରା ପଅଁରା କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।ତିନି ଠାକୁରଙ୍କ ପହଣ୍ଡି ବିଜେ ଏବଂ ରଥ ଉପରେ ରାଜଜେମା ଙ୍କ ଦ୍ଵାରା ତିନି ଠାକୁରଙ୍କ ଛେରା ପଅଁରା ନୀତି ଓ ପୂଜାର୍ଚ୍ଚନା ବେଳେ ଉପସ୍ଥିତ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ହୁଳ ହୁଳି ଓ ଜୟ ଜଗନ୍ନାଥ ଧ୍ବନିରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପ୍ରକମ୍ପିତ ହୋଇ ଉଠିଥିଲା ।ଅପରାହ୍ନ ୫ ଟାରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ରଥଯାତ୍ରା ଦେଖିବା ପାଇଁ ପାରଳା ସହର ସମେତ ପୁରପଲ୍ଲୀ ଓ ପଡୋଶୀ ଆନ୍ଧ୍ରର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତ’ଙ୍କ ସମାଗମ ହୋଇଥିଲା ।ମା ଶୁଭଦ୍ରାଙ୍କ ରଥ’କୁ ମହିଳା ମାନେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା’ର ସହ ଟାଣିଥିଲେ ଏବଂ ଏଥିରେ ହଜାର ହଜାର ସଂଖ୍ୟାରେ ମହିଳା ଓ ଯୁବତୀ ମାନେ ସାମିଲ ଥିଲେ ।ସେହିଭଳି ପ୍ରଭୁ ବଳଭଦ୍ର’ଙ୍କ ତାଳଧ୍ଵଜ ଏବଂ ପ୍ରଭୁ ଜଗନ୍ନାଥ’ଙ୍କ ନନ୍ଦିଘୋଷ ରଥକୁ ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ।ତେବେ ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଠାକୁର ମାନଙ୍କ ଅନୁଷ୍ଠିତ ବାହୁଡ଼ା ଯାତ୍ରା ବେଳେ ପାରମ୍ପରିକ ରୀତି ପ୍ରକାରେ ବଡ଼ ଦାଣ୍ଡର ଅଧ ବାଟରେ ଅଟକ ରଖାଯାଇଛି । ଆସନ୍ତା ନୀଳାଦ୍ରି ବିଜେ ଦିନରେ ତିନି ଠାକୁରଙ୍କ ରଥ ଶ୍ରୀମନ୍ଦିର ତଥା ରତ୍ନ-ବେଦୀ ଅଭିମୁଖେ ଟଣା ଯିବ ।ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏସପି ସୁଶ୍ରୀ ଏସ: ସ୍ଵାତୀ କୁମାର’ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ’ରେ ବହୁ ସଂଖ୍ୟାରେ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀ ଓ ପୋଲିସ ବାହିନୀ ମୃତୟନ ଥିଲେ । ଗଜପତି ଜିଲା ରୁ ମନୋଜ କୁମାର ପାଢୀ
Related Posts
ଲିଭ ଫର ଅଦର୍ସ ଓ ଡିସିବି ବ୍ୟାଙ୍କର ମିଳିତ ରକ୍ତଦାନ ଶିବିର।
ଲିଭ ଫର ଅଦର୍ସ ଓ ଡିସିବି ବ୍ୟାଙ୍କର ମିଳିତ ରକ୍ତଦାନ ଶିବିର। ସେମିଳିଗୁଡା.ତାରିଖ ୨୭,୧୨,୨୦୨୪:ସେମିଳିଗୁଡାସ୍ଥିତ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଲିଭ ଫର ଅଦର୍ସ ,ସେମିଳିଗୁଡାସ୍ଥିତ ଡିସିବି ବ୍ୟାଙ୍କର…
ଜଙ୍ଗଲରେ ସ୍ୱାମୀକୁ ବାନ୍ଧି ସ୍ତ୍ରୀକୁ ହତ୍ୟା ଘଟଣାର ପର୍ଦ୍ଦାଫାସ
ଲମତାପୁଟ: ଜଙ୍ଗଲରେ ସ୍ୱାମୀକୁ ବାନ୍ଧି ସ୍ତ୍ରୀକୁ ହତ୍ୟା ଘଟଣାର ପର୍ଦ୍ଦାଫାସ ପାରିବାରିକ କଳହରୁ ସ୍ତ୍ରୀକୁ ପିଟି ପିଟି ନିଜେ ହତ୍ୟା କରିଥିଲା ସ୍ୱାମୀ,୨ ସାଙ୍ଗଙ୍କ ସହାୟତାରେ ସ୍ତ୍ରୀକୁ…
ଯୁବକ କୁ ଛୁରାମାଡ, ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଯୁବକ କୁ ଛୁରାମାଡ, ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗଞ୍ଜାମ ଜିଲ୍ଲା ପୋଲସରା ଡ଼ାକ୍ତରଖାନା ସମ୍ମୁଖରେ ରବିନ୍ଦ୍ର କୁମାର ନାମକ ଜଣେ ଯୁବକ କୁ ଛୁରାମାଡ ହୋଇଛି ଓ…