ଉନ୍ନୟନ କାର୍ଯ୍ୟର ତଦାରଖ କଲେ ବିଧାୟକ
ଗଜପତି,୩.୪( ମନୋଜ ପାଢ଼ୀ)-: ଆଜି ଅପରାହ୍ନରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ ପାଣିଗ୍ରାହୀ ଗୋଷାଣୀ ବ୍ଳକ ଅନ୍ତର୍ଗତ ବାଘଶାଳା ଗ୍ରାମ ଗସ୍ତ କରି ସ୍ଥାନୀୟ ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ଉପସ୍ଥିତିରେ ଜନସାଧାରଣଙ୍କ ସହ ଗ୍ରାମର ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ । ତତ୍ ସହିତ ଉନ୍ନୟନ ମୁଳକ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି। ଏହି ଅବସରରେ ବାଘଶାଳା ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ ମହେନ୍ଦ୍ରତନୟା ନଦୀ ତଟରେ ଚାଲୁରହିଥିବା ପଥର ପେକ କାର୍ଯ୍ୟର ଅନୁଧ୍ୟାନ କରିବା ସହ ସାତମାଇଲ ଠାରୁ ଅଗରଖଣ୍ଡୀ ପର୍ଯ୍ୟନ୍ତ ପୁର୍ତ ବିଭାଗ ଦ୍ଵାରା ନିର୍ମାଣ କରାଯାଉଥିବା କାର୍ଯ୍ୟର ତଦାରଖ କରି ମୁଖ୍ୟ ଯନ୍ତ୍ରୀଙ୍କ ସହ କଥା ହୋଇଥିଲେ ।ବିଧାୟକ ସର୍ବଦା ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରି ଆସିଥିବା ଆବଶ୍ୟକ ଅନୁସାରେ ସମସ୍ତ ଉନ୍ନୟନ କାର୍ଯ୍ୟ ନିମନ୍ତେ ସହଯୋଗର ପ୍ରତିଶୃତି ଦେଇଥିବାର ଜଣା ପଡିଛି ।
