ଗଜପତି(ମନୋଜ ପାଢ଼ୀ)- -ପାରଳାଖେମୁଣ୍ଡି ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଯୁକ୍ତ ତିନି ପ୍ରଥମ ବାର୍ଷିକ ଛାତ୍ରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ର ଏକ ୧୬ ଦିନିଆ କାର୍ଯ୍ୟକ୍ରମ ଅଧ୍ୟକ୍ଷା ଡ଼ ରୀନା ସାହୁଙ୍କ ତତ୍ତ୍ବାବଧାନରେ ପାରଳାଖେମୁଣ୍ଡି ଏସ୍.ଡ଼ି.ପି.ଓ ମାଧବ ନାୟକଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ଓଡିଶା ସରକାର ଓ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶାନୁଯାୟୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରୀମାନେ କିଭଳି ନିଜକୁ ହିଂସାକାରୀଙ୍କ ଆକ୍ରମଣରୁ ପ୍ରଥମେ ରକ୍ଷା କରିପାରିବେ ଓ ମୁକାବିଲା କରିପାରିବେ ସେହି ସବୁ କୌଶଳ ମାନ ଶିକ୍ଷା କରିବାକୁ ହେବ ବୋଲି ବକ୍ତବ୍ୟ ଦେଇଥିଲେ ତଥା ବିଭିନ୍ନ ପ୍ରକାର ସୋସିଆଲ ମିଡିଆ, ଫୋନର ଅପବ୍ୟବହାର ଯୋଗୁଁ କିଭଳି ଛାତ୍ରୀ ତଥା ନାବାଳିକା ମାନେ ଯୌନଶୀକାର ହେଉଛନ୍ତି ମୁଖ୍ୟ ଅତିଥ୍ ବୁଝାଇ କହିଥିଲେ ।
ଅଧ୍ୟକ୍ଷା ଡ଼ ରୀନା ସାହୁ ମଧ୍ଯ ଛାତ୍ରୀମାନଙ୍କୁ ସଚେତନ ରହିବା ସହ ସରକାରଙ୍କ ଦ୍ବାରା ପ୍ରଦତ୍ତ ଏହି କାର୍ଯ୍ୟକ୍ରମର ସଂପୂର୍ଣ୍ଣ ଫାଇଦା ହାସଲ କରନ୍ତୁ ବୋଲି ଉଦବୋଧନ ଦେଇଥିଲେ । ସେହିଭଳି ମହିଳା ଏସ୍.ଆଇ କୌତୁକୀ ସେଠୀ ମଧ୍ୟ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ । ଏହା ପରେ ଦୁଇ ପ୍ରଶିକ୍ଷିକା କୁମାରୀ ପ୍ରିୟା (ପିରାମଲ୍ ଫାଉଣ୍ଡେଶନ୍)ତଥା କୁମାରୀ ମାଧୁରୀ ମଧ୍ୟ ଛାତ୍ରୀମାନଙ୍କୁ ପ୍ରଥମ ଦିନର କିଛି ଆତ୍ମରକ୍ଷା କୌଶଳ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଅଧ୍ୟାପିକା ଡ଼ ଭାରତୀ ପାଣିଗ୍ରାହୀ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ ।

