ଉତ୍କଳ ସମ୍ମିଳନୀ ଗଜପତି ଜିଲ୍ଲା ଶାଖାର ବୈଠକ ।
ଗଜପତି,୧୮୧.(ମନୋଜ ପାଢ଼ୀ)-: ବସନ୍ତବିହାର ଠାରେ ଉତ୍କଳ ସମ୍ମିଳନୀ ଗଜପତି ଜିଲ୍ଲା ଶାଖା ଆନୁକୂଲ୍ୟରେ ଏକ ଜରୁରୀ ବୈଠକ ଗଜପତି ଜିଲ୍ଲା ଉତ୍କଳ ସମ୍ମିଳନୀର ଉପଦେଷ୍ଟା ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୩୧ ଏବଂ ଫେବ୍ରୁଆରି ୧ ତାରିଖରେ ଦୁଇଦିନବ୍ୟାପୀ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଠାରେ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଥିବା ବେଳେ ସମ୍ମିଳନୀରେ ଯୋଗଦାନ ପାଇଁ ପ୍ରତିନିଧି ମଣ୍ଡଳ ଚୟନ କରାଯାଇଛି। ଗଜପତି ଜିଲ୍ଲାର ପ୍ରତିନିଧି ଭାବରେ ସଭାପତି ଭାରତଭୂଷଣ ମହାନ୍ତି, ସମ୍ପାଦକ ବିନୋଦ ଜେନା, କୋଷାଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ପାଢ଼ୀ, ସଭ୍ୟ ଆର୍ତ୍ତତ୍ରାଣ ଚଇନି, ତ୍ରିପତି ପ୍ରସାଦ ପଣ୍ଡା, ରାଜେଶ ପାତ୍ର, ଡ. ନରସିଂହ ଗୌଡ଼, ଅର୍ଜୁନ ଦଳାଇ ଓ ନିର୍ମଳ ଭୂୟାଁ ପ୍ରମୁଖ ଦଶପଲ୍ଲାରେ ଯୋଗଦାନ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତ ଗ୍ରହଣ କରାଯାଇଥିଲା। ଉପସଭାପତି ବିଚିତ୍ରାନନ୍ଦ ବେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ |
