ଉଗାଦି ଉତ୍ସବ ନିମନ୍ତେ ମିସ ଉଗାଦି 2026 ରାୟଗଡା ପ୍ରତିଯୋଗିତା
ରାୟଗଡ( info media): ରାୟଗଡ ଜ଼ିଲ୍ଲା ଉତ୍କଳ ତେଲୁଗୁ ସମକ୍ଷା ପକ୍ଷରୁ ଚଳିତ ବର୍ଷ ଚତୁର୍ଥ ଥର ନିମନ୍ତେ ଉଗାଦି ଉତ୍ସବ ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି l ଏହି ପରିପେକ୍ଷ ରେ ଚଳିତ ମାସ 14 ତାରିଖ ରେ ସ୍ଥିନୀୟ ଲାଇନ୍ସ କ୍ଳବ ପରିସର ରେ ମିସ ଉଗାଦି 2026 ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି l ଏଥିରେ ମହିଳା ଙ୍କ ସହିତ ଝିଅ ପିଲାମାନେ ଭାଗ ନେବା ନିମନ୍ତେ ଉଗାଦି ଉତ୍ସବ କମିଟି ସଭାପତି ୟାଲା କୋଣ୍ଡା ବାବୁ ଅନୁରୋଧ କରିଛନ୍ତି l ପ୍ରତିଯୋଗିତା ରେ ଯେଉଁମାନେ ଭାଗ ନେବା କୁ ଇଛୁକ ସେମାନେ ଲାଇନ୍ସ କ୍ଲବ ରାୟଗଡ ଅଫିସ ରେ 14 ମାର୍ଚ୍ଚ 2026 ଦିନ 03 :00 ଘଂଟିକା ସମୟରେ ନିଜ ନିଜ ର ନାମ ପଞ୍ଜିକରଣ କରିବାକୁ ପଡିବ ବୋଲି କହିଛନ୍ତି l ମିସ ଉଗାଦି ପ୍ରତିଯୋଗିତା ନିମନ୍ତେ ଅଧିକ ବିବରଣୀ ପାଇଁ ଵି ଦେବୀ 8018882370 ଓ ରମାଦେବୀ 9937557079 ଙ୍କ ଯୋଗାଯୋଗ କରିବା ନିମନ୍ତେ ଅନୁରୋଧ କରିଛନ୍ତି l ଅନ୍ୟାନ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ମଧ୍ୟ୍ୟ ଅନୁଷ୍ଠିତ ହେବ ତାହାର ସୂଚନା ଖୁବ ଶୀଘ୍ର ଦିଆଯିବ ବୋଲି କହିଛନ୍ତି l ଉଗାଦି ଉତ୍ସବ ପଡିଆ ର କାମ ଯିଦ୍ଧ କାଳିନଭିତିରି କୋଣ୍ଡା ବାବୁ, କାଶୀନାଇଡ଼ୁ ଓ ଲକ୍ଷ୍ମଣ ରାଓ ପ୍ରତ୍ୟକ୍ଷ ତତ୍ୱାବଧାନ ରେ କାମ ଚାଲିଛି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
