ଇଣ୍ଡୋ ଫାର୍ମ ଟ୍ରାକ୍ଟର ସୋ ରୁମ୍ ଉଦଘାଟିତ

ଇଣ୍ଡୋ ଫାର୍ମ ଟ୍ରାକ୍ଟର ସୋ ରୁମ୍ ଉଦଘାଟିତ

ଇଣ୍ଡୋ ଫାର୍ମ ଟ୍ରାକ୍ଟର ସୋ ରୁମ୍ ଉଦଘାଟିତ

କନ୍ଧମାଳ:- ୧୧/୦୨(ରିପୋର୍ଟ କୁନା ଦିଗାଲ)କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ଅନ୍ତର୍ଗତ ଦୁତି ପଡ଼ା ପଞ୍ଚାୟାତର ରୁଗୁଡ଼ି ସାହି ଠାରେ ବୁଧବାର ଏକ ନୂତନ୍ ଟ୍ରାକ୍ଟର ସୋ ରୁମ୍ ଇଣ୍ଡୋ ଫାର୍ମ ଉଦଘାଟିତ ହୋଇଛି l ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଫୁଲବାଣୀ ର ସିନିୟର୍ ଆର୍ ଏମ୍ ସି ଇ ସୋନ୍ତଶ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, କୃଷିବିଭା ଗ ସହକାରୀ ଇଞ୍ଜିନିୟର ଅମୀୟ ରଞ୍ଜନ ମୁଦୁଲି, ଦୁତି ପଡା ସରପଞ୍ଚ ଉମା ଚରଣ ମଲ୍ଲିକ, ଏସ ବି ଆଇ ଅ ଡିଟ ର ବିଷ୍ଣୁ ଚରଣ ସାହାଣୀ, ସାମ୍ବାଦିକ ତଥା ପ୍ରେସ କ୍ଲବ ଉପ ସଭାପତି ସୁଜିତ କୁମାର ବେହେରା ପ୍ରମୁଖ ଯୋଗ ଦେଇ ଥିଲେ l ଏହି ଅବସରରେ ସୋ ରୁମ୍ ମଲିକ ତାପସ ପାତ୍ର ସମସ୍ତ ଅତିଥି ମାନଙ୍କୁ ଉପଢ଼ୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ l ସୋ ରୁମ୍ ର ସମସ୍ତ କର୍ମଚାରୀ, ଶୁଭେଚ୍ଛୁ, ଗ୍ରାମବାସୀ ଉପସ୍ଥିତ ଥିଲେ l