ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗ ରେ ଫରେଷ୍ଟର ସମ୍ପତ୍ତି ଉପରେ ଭିଜିଲାନ୍ସ ଚଢ଼ାଉ __________________________________
ସେମିଳିଗୁଡା: ଜଙ୍ଗଲ ବାବୁଙ୍କ ଅଚଳାଚଳ ସମ୍ପତ୍ତି। ପର ପୀଢି ପାଇଁ ସଞ୍ଚିଥିଲେ ଧନ। ଆଖି ପକାଇଦେଲା ଭିଜିଲାନ୍ସ। ଶୁକ୍ରବାର ସକାଳେ ଭିଜିଲାନ୍ସ ଟିମ୍ କୋରାପୁଟ ଫରେଷ୍ଟ ଡିଭିଜନର ସେମିଳିଗୁଡା ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ଘରେ ରେଡ୍ କରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ଵର, ଜଗତସିଂହପୁର ଏବଂ କୋରାପୁଟ ଜିଲ୍ଲା ସେମିଳିଗୁଡା ସ୍ଥିତ ନିରଞ୍ଜନଙ୍କ ୫ଟି ଠିକଣାରେ ଚଢାଉ କରିଥିଲା। ଭିଜିଲାନ୍ସ ଅଧିକାରୀ ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ……ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଥିବା ନେଇ ଆସୁଥିବା ଅଭିଯୋଗ ରେ ଜୟପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରିଥିଲା୬ ଜଣ ଡି ଏସ ପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ରେଡ୍ ହୋଇଛି ।ଚଢାଉ ରେ ନିରଞ୍ଜନଙ୍କର ଭୁବନେଶ୍ଵର ଝାରପଡ଼ା ସ୍ଥିତ ୨ଟି ତିନି ମହଲା କୋଠା ରହିଛି। ସେମିଳିଗୁଡ଼ାରେ ଏକ କୋଠା ରହିଛି। ନିରଞ୍ଜନଙ୍କର ମୋଟ ୭ଟି ପ୍ଲଟ୍ ରହିଛି। ଏଥିରୁ ଭୁବନେଶ୍ଵରର ପ୍ରାଇମ୍ ଲୋକେସନରେ ୨ଟି ପ୍ଲଟ୍, ଜଗତସିଂହପୁର ସହରରେ ୪ଟି ଏବଂ ସେମିଳିଗୁଡ଼ାରେ ଗୋଟିଏ ପ୍ଲଟ୍ ରହିଛି। ୭ଟି ଦାମୀ ପ୍ଲଟ୍ ସହ ସେମିଳିଗୁଡା ବାସଭବନ ରୁ ଏହା ସହ ନିରଞ୍ଜନଙ୍କ ଘରୁ ଏକ କିଲୋର ସୁନାଗହଣା, ଓ ୮ ଲକ୍ଷ ୭୦ ହଜାର ଟଙ୍କା, ନଗଦ ଟଙ୍କା ଜବତ ହୋଇଛି। ଏହାସହ ବିଦେଶୀ କରେନ୍ସି, ଲକ୍ଷାଧୂକ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ଏକ ଚାରି ଚକିଆ ଗାଡି, ୩ଟି ଦୁ ଦୁଇ ଚକିଆ ଗାଡି ଠାବ ହୋଇଛି। ତେବେ ସ୍ଵଳ୍ପ ଦରମାଭୋଗୀ ଜଣେ ସାଧାରଣ ଫରେଷ୍ଟର କେମିତି ଏତେ ସଂପତ୍ତି ଅର୍ଜନ କଲେ, ତାର ଖୋଳତାଡ଼ କରୁଛି ଭିଜିଲାନ୍ସ ବିଭାଗ।ଏହି ନେଇ ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ଜେରା କରୁଛି ଭିଜିଲାନ୍ସ ଅଧିକାରୀ। ଅନୁସନ୍ଧାନ ପରେ ପୁରା ଥାତ୍ୟ ଦେବେ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି।ଭିଜିଲାନ୍ସ ଏବେ ଠାବ ହୋଇଥିବା ସମ୍ପତ୍ତିର ମୂଲ୍ୟାୟନ କରୁଛି।ରିପୋର୍ଟ by ch kurma Rao semiliguda odisha
