ଆଶ୍ରମ ସ୍କୁଲ ଛାତ୍ରଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ

ଆଶ୍ରମ ସ୍କୁଲ ଛାତ୍ରଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ

ଆଶ୍ରମ ସ୍କୁଲ ଛାତ୍ରଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ_________________________________

ସେମିଳିଗୁଡା: କୋରାପୁଟ ଜିଲ୍ଲା ସେମିଲିଗୁଡ଼ାର ବ୍ଲକର ରେଙ୍ଗା ଆଶ୍ରମ ସ୍କୁଲରେ ପଢ଼ୁଥିବା ଜଣେ ୮ମ ଶ୍ରେଣୀ ଛାତ୍ରଙ୍କର ମଙ୍ଗଳବାର ଅପରାହ୍ନରେ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ମିଳିଥିବା ଖବର ଅନୁଯାୟୀ…..ସେମିଳିଗୁଡା ବ୍ଲକ୍ ଦଳେଇଗୁଡା ପଂଚାୟତ ଅନ୍ତର୍ଗତ ତେନ୍ତୁଳିଗୁଡା ଗ୍ରାମ ର କୁନି ଖରା ପୁଅ ସୋହନ ଖରା (୧୬) ରେଙ୍ଗା ଆଶ୍ରମ ସ୍କୁଲରେ ୮ମ ଶ୍ରେଣୀରେ ପାଠ ପଢ଼ୁଥିଲେ। ମଙ୍ଗଳବାର ଅପରାହ୍ନରେ ସେ ଗାଧୋଇବା ସମୟରେ ଖସି କି ବାଥରୁମରେ ପଡ଼ିଗଲେ ଏବଂ ଗୁରୁତର ଆହତ ହେଇଥିଲା। ତାଙ୍କ ସାଥୀ ଛାତ୍ରମାନେ ତାଙ୍କୁ ଦେଖିବା ପରେ ତୁରନ୍ତ ଶିକ୍ଷକମାନଙ୍କୁ ଖବର ଦେଇଥିଲେ। ଆହତ ଛାତ୍ର ଙ୍କୁ ତୁରନ୍ତ କୁନ୍ଦିଲି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। ଡାକ୍ତର ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପଟ୍ଟାଙ୍ଗି ପୋଲିସ ସହ ସେମିଳିଗୁଡା ବ୍ଲକ ମଙ୍ଗଳ ସାମ୍ପୁସରଣ ଅଧୁକାରୀ(ଡବ୍ଲ୍ୟୁଇଓ) ହରପ୍ରସାଦ ଦାସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଅନ୍ୟପକ୍ଷରେ, ପୀଡିତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ କିଛି ଛାତ୍ରଙ୍କ ଦ୍ୱାରା ମାଡ଼ ଖାଇବା ଯୋଗୁଁ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେମାନେ ଅଭିଯୁକ୍ତଙ୍କୁ ଦଣ୍ଡ ଦେବାକୁ ଦାବି କରୁଛନ୍ତି।ଛାତ୍ର ମୃତ୍ୟୁ ଖବର ପାଇ ଜିଲ୍ଲା ପରିଷଦ ସଦସ୍ୟ ମୋହନ ଜାନୀ,ବ୍ଲକ ଅଧ୍ୟକ୍ଷା ଲିଲି ଅଣ୍ଟାବିରିଆ, କିଛି ଜନ ପ୍ରତିନିଧି ମାନେ ତୁରନ୍ତ ପହଞ୍ଚି ଥିଲେ ।

କୁନ୍ଦିଲି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି।ଛାତ୍ର ମୃତ୍ୟୁ ବିନ୍ନ ବିନ୍ନ ମତ ଶୁଣିବାକୁ ମିଳୁଛି।ଛାତ୍ର ଗାଧୋଇବା ସମୟରେ ଖସି କି ବାଥରୁମରେ ପଡ଼ିଗଲେ ବୋଲି କହୁ ଥିବା ବେଳେ ଆଉ କିଏ ପିଲା ମାନେ ମାଡ଼ ମାରି ଥିବା ରୁମୃତ୍ୟୁ ହାଇଛି ବୋଲି ଆଉ ଖେଳିବା ସମୟର ମୃତ୍ୟୁହଉ ଥିବା ଶୁଣିବାକୁ ମିଳୁଛି।ପ୍ରକୃତି ଘଟଣା ପୋଲିସ ତଦନ୍ତ ଓ ପୋଷ୍ଟ ମାର୍ତ୍ତମ୍ ରିପୋର୍ଟ ଆସିଲେ ହି ଜଣା ପଡ଼ିବ ବୋଲି ପୋଲିସ ପ୍ରକାଶ କରିଛି।ଘଟଣା ପରେ ପ୍ରଧାନ ଶିକ୍ଷକ ଅଖିଳ ଦାସ ଙ୍କ ତୀବ୍ର ଅସୁସ୍ଥ ହୋଇ ପଡିଲେ।ତାଙ୍କୁ କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୁ ସ୍ଥାନାନ୍ତରିତ କରାଯାଇଛି।କୋରାପୁଟ ଜିଲ୍ଲା ରେ ଆଶ୍ରମ ସ୍କୁଲରେ ପଡ଼ୁଥିବା ଛାତ୍ରଛାତ୍ରୀ ଙ୍କ ସୁରକ୍ଷା ବ୍ୟବସ୍ଥା କୁ ନେଇ ସନ୍ଦେହ ସୃଷ୍ଟି କରିଛି।ଆଶ୍ରମ ସ୍କୁଲରେ ପାଠ ପଢିବା ଛାତ୍ର ବିଭିନ୍ନ ପ୍ରକାର ଘଟଣା ରେ ଶିକାର ହାଇ ପ୍ରାଣ ହରାଇବା ଘଟଣା ଘଟିବା ସାଧାରଣ ବିଷୟ ପାଲଟିଛି।ରିପୋର୍ଟ by ch kurma Rao semiliguda