ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ନାବାଳିକାର ଜୀବନ ବଞ୍ଚାଇ ଦେଲା ମୃତ କୁକୁର !
ଗଜପତି,୧୦.୨(ମନୋଜ ପାଢ଼ୀ):- ମଲା କୁକୁର ଦେଲା ନୂଆ ଜୀବନ ଦାନ… ଆତ୍ମହତ୍ୟା ଉଦ୍ୟମ କରି ନଦୀକୁ ଡେଇଁ ପଡିଲେ ଛାତ୍ରୀ । ହେଲେ କଥାରେ ଅଛି ରଖେ ହରି ମାରେ କିଏ ?… ସୌଭାଗ୍ୟବଶତଃ ବଞ୍ଚିଗଲେ ନବମ ଶ୍ରେଣୀ ଛାତ୍ରୀ । ମରି ଯାଇଥିବା କୁକୁର ବଞ୍ଚାଇ ଦେଲା ଛାତ୍ରୀଙ୍କ ଜୀବନ । କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ମାତ୍ର କଥାଟି ସତ । ଏପରି ଘଟଣା ଘଟିଛି ଗଜପତି ଜିଲ୍ଲାରେ ବିଦ୍ୟାଳୟରୁ ଫେରୁଥିବା ସମୟରେ ଜଣେ ନବମ ଶ୍ରେଣୀ ଛାତ୍ରୀ କୌଣସି କାରଣରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଛାତ୍ରୀ ଜଣକ ନିଜ ୟୁନିଫର୍ମ ଓ ସ୍କୁଲ ବ୍ୟାଗ୍ ସହ ମହେନ୍ଦ୍ରତନୟା ନଦୀ ବ୍ରିଜ ଉପରୁ ଡେଇଁ ପଡିଥିଲେ । କିନ୍ତୁ ସୌଭାଗ୍ୟ ବଶତଃ ବ୍ରିଜରୁ ତଳେ ପଡ଼ିବା ସମୟରେ ଏକ କୁକୁରର ମୃତଦେହ ଭର୍ତ୍ତି ବସ୍ତା ରହିଥିଲା । ଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ ଛାତ୍ରୀ । ହୁଏତ ସେଠାରେ ସେହି ବସ୍ତା ନଥିଲେ ଛାତ୍ରୀ ସିଧାସଳଖ ଚଟାଣରେ ପଡ଼ିଥାନ୍ତେ ଓ ମୃତ୍ୟୁବରଣ କରିଥାନ୍ତେ । ସେହି ସମୟରେ ବ୍ରିଜ୍ ଉପରେ ଯାଇଥିବା ଆନ୍ଧ୍ରର ପୁରୁଣାପାଟଣା ପୁରୁଣାପାଟଣା ଗ୍ରାମର କେତେ ଜଣ ଲୋକ ଦେଖୁ ଆଖପାଖ ଲୋକଙ୍କୁ ଜଣାଇଥିଲେ।ସେମାନେ ଓ ନିକଟରେ ଥିବା ଆନ୍ଧ୍ର ପୋଲିସ ନଦୀ ଭିତରକୁ ଯାଇ ଛାତ୍ରୀଙ୍କୁ ଉଦ୍ଧାର କରି ରାସ୍ତାକୁ ଆଣିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପାରଳାଖେମୁଣ୍ଡି ପୋଲିସ୍ ପହଞ୍ଚିଛି । କେଉଁ କାରଣକୁ ନେଇ ନବମ ଶ୍ରେଣୀ ଛାତ୍ରୀ ଏପରି ଚରମ ପଦକ୍ଷେପ ନେଲେ ସେନେଇ ତନାଘନା ଆରମ୍ଭ କରିଛି ।
ଛାତ୍ରୀଙ୍କ ଜୀବନ ବଞ୍ଚାଇଥିବା ସେହି ରାସ୍ତାରେ ଯୁବକ କହିଛନ୍ତି,”ଆମେ କଲେଜରୁ ଫେରୁଥିବା ବେଳେ ଝିଅଟି ବ୍ରିଜରୁ ଡେଇଁ ପଡିଥିବା ଜଣି ସାଙ୍ଗେ ସାଙ୍ଗେ ଆମେ 2 ଜଣ ଓ ତଳେ କାମ କରୁଥିବା ଅନ୍ୟ ଲୋକଙ୍କ ସହିତ ଓ ଆନ୍ଧ୍ର ପୋଲିସ ମିଶି ଉଦ୍ଧାର କରିଥିଲୁ ଓ ତୁରନ୍ତ ଡାକ୍ତରଖାନାକୁ ଆଣିଥିଲୁ । ଝିଅଟିର ଅବସ୍ଥା କାନ୍ଦି କାନ୍ଦି ଭଲ ନଥିଲା । ତାଙ୍କ ଅଭିଭାବକଙ୍କୁ ମଧ୍ୟ ଯୋଗାଯୋଗ କରିଥିଲୁ ।”ଛାତ୍ରଙ୍କ ଦୁଇଗୋଡ଼ରାଙ୍ଗିଯାଇଛି। ଏବେ ସେ ଚିକିତ୍ସାଧୀନ ଅଛନ୍ତି। ପାରଳାଖେମୁଣ୍ଡି ସହରରେ ରହୁଥିବା ତାଙ୍କ ମା’ ବାପା ଛାତ୍ରୀଙ୍କ ପାଖରେ ଅଛନ୍ତି। ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି।
