ଆର:କେ:ଏସ:ଏସ: ଅନୁଷ୍ଠାନ ଜରିଆରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ଖଜୁରୀ ଗୁଡ ତାଲିମ ଶିବିର

ଆର:କେ:ଏସ:ଏସ: ଅନୁଷ୍ଠାନ ଜରିଆରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ଖଜୁରୀ ଗୁଡ ତାଲିମ ଶିବିର

ଆର:କେ:ଏସ:ଏସ: ଅନୁଷ୍ଠାନ ଜରିଆରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ଖଜୁରୀ ଗୁଡ ତାଲିମ ଶିବିର । ଗଜପତି,୬.୨(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ଆର: ଉଦୟଗିରି ବ୍ଲକ ଅନ୍ତର୍ଗତ ବାମନିପଡା ଗ୍ରାମ କୋଠା ଗୃହ ଠାରେ ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟା ମାନଙ୍କୁ ତଥା ଚାଷୀ ମାନଙ୍କୁ ଖଜୁରୀଗୁଡ ପ୍ରକ୍ରିୟାକରଣ ସମେତ ନେତୃତ୍ଵ ବିକାଶ , ଆର୍ଥିକ ସ୍ଥାୟୀର ପରିବର୍ତ୍ତନ , ଆର୍ଥିକ ସାକ୍ଷରତା ଓ ବଜାର ବ୍ୟବସ୍ତା ପ୍ରଭୃତି ବିଷୟରେ ତାଲିମ ପ୍ରଦାନ କରା ଯାଇଥିଲା ।ଏହି ତାଲିମ ଶିବିରର ଉଦଘାଟନ କାର୍ଯ୍ୟକ୍ରମରେ ଆର:କେ:ଏସ:ଏସ: ସ୍ଵେଛାସେବୀ ଅନୁଷ୍ଠାନ ପକ୍ଷରୁ ନାବାର୍ଡ ସଂସ୍ଥା , ଗଜପତି ସହାୟତାରେ ୧୫ ଟି ସ୍ଵୟଂ ସହାୟକ ଗୋଷ୍ଠୀର ୮୫ ଜଣ ଚାଷୀଙ୍କୁ ଏକ ଦିନିଆ ହେଇଥିବା ସଭ୍ୟା/ଚାଷୀଙ୍କୁ ତାଲିମ ଦିଆ ଯାଇଥିଲା ।

ଏହି ତାଲିମ ଶିବିରରେ ଦ୍ଵିପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଡ଼ି:ଡ଼ି:ଏମ: ନାବାର୍ଡ , ପ୍ରତୀକ ପଣ୍ଡା , ତ୍ରୀନାଥ ନାଗ , ଗ୍ରାମୀଣ ଆତ୍ମ ପ୍ରଶିକ୍ଷଣ କେନ୍ଦ୍ର (ଆରସେଟି) ର ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ସାବତ , ଶ୍ରୀ ରବିନାରାୟଣ ପାଇକରାୟ , ଡ଼ି:ଏଲ:ଟି: , ତାଲିମ ଦାତା , ଶ୍ରୀ ଭଲବ ଗମାଙ୍ଗ, ଏଫ୍:ଏଲ:ସି: , ଟାଉତିଆ ନାୟକ , ଖଜୁରୀଗୁଡ ସୋସାଇଟୀ ର ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ।ଆର:କେ:ଏସ:ଏସ: ଅନୁଷ୍ଠାନର ସଂପାଦକ ଲକ୍ଷ୍ମୀ କାନ୍ତ ପଣ୍ଡା ଉପସ୍ଥିତ ରହି ଏହି ତାଲିମ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୁଝାଇ ଥିଲେ ।ଉକ୍ତ ଶିବିରରେ ମୁଖ୍ୟତଃ ମହିଳା ସଶକ୍ତିକରଣ , ଦଳ ପରିଚାଳନା , ଦଳର ଆର୍ଥିକ ସ୍ଥାୟୀ ର ପରିବର୍ତ୍ତନ ଆଣିବା ପାଇ ବିଭିନ୍ଲ କାର୍ଯ୍ୟକ୍ରମ , ଖାତାପତ୍ର ଲେଖିବା , ଋଣ ଆଦାନ ପ୍ରଦାନ , ସୁଧର ହିସାବ ଓ ସରକାର’ଙ୍କ ବିଭିନ୍ନ ବିଭାଗ ସହ ସମନ୍ଵୟ ରକ୍ଷା କରିବା ।

ଏଥିସହ ଦଳ ଦ୍ଵାରା ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ ଯଥା- କୃଷି ଭିତ୍ତିକ , ଉଦ୍ୟାନ ଭିତ୍ତିକ ଓ ନାବାର୍ଡ ଏବଂ କେ:ସି:ସି: ଋଣର ଅଭିଯାନ ରେ ବିଭିନ୍ନ ପ୍ରକାର ଯଥା :- ମହିଳା ମାନଙ୍କୁ ଛତୁଚାଷ , କୁକୁଡା ପାଳନ , ଧୂପକାଠି ତିଆରି ଓ ସିଲାଇ ପ୍ରଭ୍ରୁତି ତାଲିମ ନେଇ ନିଜେ କିପରି ରୋଜଗାର କରି ପାରିବେ ।

ଅନ୍ୟପକ୍ଷରେ ଆର୍ଥିକ ସ୍ଵାକ୍ଷରତା ସହ ବିଭିନ୍ନ ପ୍ରକାର ବୀମା ଯଥା:– ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା , ପ୍ରଧାନମନ୍ତ୍ରୀ ଜୀବନଜ୍ୟାତି ବୀମା, ଅଟଳ ପେନସନ , ଫସଲ ବୀମା , ନିର୍ମାଣ ଶ୍ରମିକ ପଞ୍ଜୀକରଣ , ଫ୍ରେଡ ମୋବାଇଲ’କୁ ଫୋନ କରି ଟଙ୍କା ପଇସା ବ୍ୟାଙ୍କ ଖାତା ମାଧ୍ୟମରେ ଟଙ୍କାକୁ ଉଠାଇଦେବା , ଏ:ଟି:ଏମ: କାର୍ଡ ବ୍ୟବହାର ଓ ବ୍ୟାଙ୍କ ତରଫରୁ ଦଳକୁ ଆର୍ଥିକ ସହାୟତା ସଂପର୍କରେ ବୁଝା ଯାଇଥିଲା।ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଆଜିର ତାଲିମ ଶିବିରର ଲକ୍ଷ୍ୟ ଓ ଉଦେଶ୍ୟ ବୁଝାଇ ସ୍ଵାଗତ ଭାଷଣ ଦେଇଥିବା ବେଳେ , ଶ୍ରୀ ମନୋଜ କୁମାର ସାବତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ଜୀବିକା ମିଶନ ସି:ଆର:ପି: ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ ।