ଆମ ପୋଷାକ, ଆମ ପରିଚୟ: ଓଡ଼ିଆ ପକ୍ଷ ଅବସରରେ ଓଡ଼ିଶା ହସ୍ତତନ୍ତ ପୋଷାକର ପ୍ରଦର୍ଶନ
ରାୟଗଡ(info media)ରାଜ୍ୟବ୍ୟାପୀ ପାଳିତ ହେଉଥିବା ‘ଓଡ଼ିଆ ପକ୍ଷ’ ଅବସରରେ ଓଡ଼ିଆ ଅସ୍ମିତା ଓ ସ୍ଵାଭିମାନର ପ୍ରତୀକ ସାଜିଛି ଆମର ପାରମ୍ପରିକ ପୋଷାକ। “ଆମ ପୋଷାକ, ଆମ ପରିଚୟ” ସଂକଳ୍ପକୁ ନେଇ ଆଜି ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଓଡ଼ିଆ ବେଶଭୂଷାର ଏକ ନିଆରା ଝଲକ ଦେଖିବାକୁ ମିଳିଛି।ଓଡ଼ିଶାର ସମୃଦ୍ଧ କଳା ଓ ସଂସ୍କୃତି କେବଳ ଭାଷାରେ ସୀମିତ ନୁହେଁ, ବରଂ ଆମର ବୁଣାକାରଙ୍କ ନିପୁଣ ହାତର ସ୍ପର୍ଶରେ ପ୍ରସ୍ତୁତ ସମ୍ବଲପୁରୀ, ମଣିଆବନ୍ଧି, ଖଣ୍ଡୁଆ ଓ କୋଟପାଡ଼ ଶାଢ଼ି ତଥା ପୋଷାକରେ ମଧ୍ୟ ପ୍ରତିଫଳିତ ହୋଇଥାଏ। ଓଡ଼ିଆ ପକ୍ଷର ଏହି ବିଶେଷ ଦିବସରେ ସମସ୍ତ ବର୍ଗର ଲୋକେ ଓଡ଼ିଆ ହସ୍ତତନ୍ତ ପୋଷାକ ପରିଧାନ କରି ନିଜର ସାଂସ୍କୃତିକ ପରିଚୟକୁ ଗର୍ବର ସହ ଉପସ୍ଥାପନ କରିଛନ୍ତି।ଏହି ଅବସରରେ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ କହିଛନ୍ତି ଯେ, ଯଦି ଆମେ ନିଜେ ଓଡ଼ିଆ ପୋଷାକକୁ ଆଦରି ନେବା, ତେବେ ରାଜ୍ୟର ବୁଣାକାରମାନେ ଆର୍ଥିକ ଭାବେ ସ୍ଵାବଲମ୍ବୀ ହୋଇପାରିବେ ଏବଂ ବିଶ୍ୱ ଦରବାରରେ ଓଡ଼ିଶାର କଳା ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିବ।ଏହି ଅବସରରେ ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ,ତହସିଲ ଅଫିସ,ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଳୟ ,କୃଷି ବିଭାଗ ସହ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ବିଭିନ୍ନ ହସ୍ତତନ୍ତ ପୋଷାକ ପରିଧାନ କରିଥିବା ଦେଖିବାକୁ ମିଳିଛି।ରାୟଗଡ ରୁ ଅମୁଲ୍ୟ ନିଶଙ୍କ. ଙ୍କ. ରିପୋର୍ଟ
