ଆନ୍ତଜାତୀୟ ତୃତୀୟ ଲିଙ୍ଗୀ ଦୃଶ୍ୟମାନ ଦିବସରେ ସଚେତନତା ପାଇଁ ପଥପ୍ରାନ୍ତ ନାଟକ ।

ଆନ୍ତଜାତୀୟ ତୃତୀୟ ଲିଙ୍ଗୀ ଦୃଶ୍ୟମାନ ଦିବସରେ ସଚେତନତା ପାଇଁ ପଥପ୍ରାନ୍ତ ନାଟକ ।

ଆନ୍ତଜାତୀୟ ତୃତୀୟ ଲିଙ୍ଗୀ ଦୃଶ୍ୟମାନ ଦିବସରେ ସଚେତନତା ପାଇଁ ପଥପ୍ରାନ୍ତ ନାଟକ ।

ଗଜପତି,୨୦.୩.(ମନୋଜ ପାଢ଼ୀ): ଆନ୍ତଜାତୀୟ ତୃତୀୟ ଲିଙ୍ଗୀ ଦୃଶ୍ୟମାନ ଦିବସ ଅବସରରେ ଜନ ସାଧାରଣଙ୍କୁ ସଚେତନତା କରିବା ପାଇଁ ପାରଳାଖେମୁଣ୍ଡି ସହରରେ ପଥପ୍ରାନ୍ତ ନାଟକ ଆଜି ଆୟୋଜିତ ହୋଇଯାଇଛି । ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ନୂତନ ବସଷ୍ଟାଣ୍ଡ ଠାରେ ତୃତୀୟ ଲିଙ୍ଗୀମାନଙ୍କୁ ସମାଜରେ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି ଏକ ପଥପ୍ରାନ୍ତ ନାଟକ ଆୟୋଜନ କରାଯାଇ ସାଧାରଣଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ମଧୁ ବରାଡ଼, ସମ୍ପାଦିକା ଜସ୍ମିନ ଶେଖ, ମୁଖ୍ୟତଃ ପଥପ୍ରାନ୍ତ ନାଟକକୁ ପରିଚାଳନା କରିଥିଲେ. ଆଜିର ଏହି କାର୍ଯ୍ୟକ୍ରମଟି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା।