ଆନ୍ତଃ ରାଜ୍ୟ ପ୍ରବାସୀ ଶ୍ରମିକଙ୍କ ସଚେତନ ଶିବିର

ଆନ୍ତଃ ରାଜ୍ୟ ପ୍ରବାସୀ ଶ୍ରମିକଙ୍କ ସଚେତନ ଶିବିର

*ଆନ୍ତଃ ରାଜ୍ୟ ପ୍ରବାସୀ ଶ୍ରମିକଙ୍କ ସଚେତନ ଶିବିର*

ଆର,ଉଦୟଗିରି(ମନୋଜ କୁମାର ପାଢୀ) ଗଜପତି ଜିଲ୍ଲା ନୂଆଗଡ ବ୍ଳକ ଅନ୍ତର୍ଗତ ଏନ .ଝାଲାରସିଂ ଗ୍ରାମ ପଞ୍ଚାୟତ ପରିସର ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ଗଜପତି ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ତରଫରୁ ଏକ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ସହକାରୀ ଶ୍ରମ ବିଭାଗ ଅଧିକାରୀ ମଦନ ମୋହନା ଟୁଡୁ ଓ ଅମିତ୍ ନାୟକଙ୍କ ନେତୃତ୍ୱରେ ପ୍ରବାସୀ ଶ୍ରମିକ ମାନଙ୍କ ଅଧିକାର ,ଆଇନ ଓ ନିୟମ ଉପରେ ସଚେତନ ଓ ଆଲୋଚନା କରିଥିଲେ ।ସମସ୍ତ ବର୍ଗର ଶ୍ରମିକ ମାନଙ୍କ ସମସ୍ୟା ଓ ଅଭିଯୋଗ ଶୁଣିବା ସହ ସେମାନଙ୍କ ସହ ପ୍ରାଞ୍ଜଳ ଭାବେ ଆଲୋଚନା କରିବାସହ କିପରି ତାହାରି ସମାଧାନ ହୋଇପାରିବ ସମାନ କାମକୁ ସମାନ ମଜୁରୀ ,ଶ୍ରମିକ କାର୍ଡ ,ଶ୍ରମିକ ଇନ୍ସୁରାନ୍ସ ଏପରିକି ଶ୍ରମ ଆଇନ ଉପରେ ଅଧିକ ଗୁରୁତୱପୂର୍ଣ୍ଣ ଆଲୋଚନା କରିବାସହ ପ୍ରାଞ୍ଜ୍ୱଳ ଭାବେ ଶ୍ରମିକ ମାନକୁ ବୁଝାଇଥିଲେ ଶ୍ରୀ ଟୁଡୁ । ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ର ସମସ୍ତ ବର୍ଗ ର ଶ୍ରମିକ ମାନେ ତଥା ଶ୍ରମିକ ନେତା , ସ୍ଥାନୀୟ ସରପଞ୍ଚ ସରିତା ମଣ୍ଡଳ , ନାୟବ ସରପଞ୍ଚ ମାନସ ପାଣି ସମିତି ସଭ୍ୟ ,ସମସ୍ତ ୱାର୍ଡ ସଭ୍ୟା ,PEO ଆନ୍ଦ୍ରିୟ ମାଝୀ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ ।