ଆନନ୍ଦ ଉଲ୍ଲାସର ସହ ପାଳନ ହେଲା ବଡଦିନବିଭିନ୍ନ ଚର୍ଚ୍ଚକୁ ଯାଇ ଅଭିନନ୍ଦନ ଜଣାଇଲେ ବିଧାୟକ

ଆନନ୍ଦ ଉଲ୍ଲାସର ସହ ପାଳନ ହେଲା ବଡଦିନବିଭିନ୍ନ ଚର୍ଚ୍ଚକୁ ଯାଇ ଅଭିନନ୍ଦନ ଜଣାଇଲେ ବିଧାୟକ

ଆନନ୍ଦ ଉଲ୍ଲାସର ସହ ପାଳନ ହେଲା ବଡଦିନବିଭିନ୍ନ ଚର୍ଚ୍ଚକୁ ଯାଇ ଅଭିନନ୍ଦନ ଜଣାଇଲେ ବିଧାୟକ

ଗଜପତି,୨୬.୧୨.୨୦୨୫(ମନୋଜ ପାଢ଼ୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଭିନ୍ନ ଚର୍ଚ୍ଚରେ ବଡଦିନ ବା ଖ୍ରୀଷ୍ଟମାସ ପର୍ବ ମହା ଆଡମ୍ବର ତଥା ହର୍ଷ ଉଲ୍ଲାସର ସହ ପାଳିତ ହୋଇଛି । ଏହି ଅବସରରେ ସହରର ମେଡିକାଲ ରୋଡ୍‌ରେ ଥିବା କ୍ୟାଥୋଲିକ ଚର୍ଚ୍ଚ, ହାଇସ୍କୁଲ ଛକଠାରେ ଥିବା ବାପଟିଷ୍ଟ ଚର୍ଚ୍ଚ ଇତ୍ୟାଦି ବିଭିନ୍ନ ଚର୍ଚ୍ଚଗୁଡିକରେ ସାଜସଜ୍ଜା କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଦିନତମାମ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପରିବାର ଗୁଡିକ ବିଭିନ୍ନ ଚର୍ଚ୍ଚ ଗୁଡିକରେ ପ୍ରାର୍ଥନା ସଭାମାନଙ୍କରେ ଯୋଗଦେଇ ପ୍ରଭୁ ଯିଶୁଙ୍କୁ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା । ସେହିପରି ଅନେକ ସ୍ଥାନ ଉତ୍ସବମୁଖର ଭଳି ବନ୍ଧୁମିଳନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ଗତକାଲି ରାତି ୧୨ଘଣ୍ଟା ସମୟରୁହିଁ ବଡଦିନ ଆରମ୍ଭ ହୋଇଥିବାରୁ ଚର୍ଚ୍ଚଗୁଡିକୁ ଗତକାଲି ଠାରୁ ଆଲୋକମାଳାରେ ସଜ୍ଜିତ କରାଯାଇ ପ୍ରାର୍ଥନା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ବଡଦିନ ପାଇଁ ପ୍ରସିଦ୍ଧ ରୋଜ୍ କେକ୍ ମଧ୍ୟ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକମାନେ ବାଣ୍ଟୁଥିବା ଦେଖିବାକୁ ମିଳିଛି । ସେହିପରି ଜିଲ୍ଲାର ଗୁମ୍ମା ବ୍ଲକ, ନୂଆଗଡ ବ୍ଲକ, ରାୟଗଡ ବ୍ଲକ, ମୋହନା, ଆର. ଉଦୟଗିରି ବ୍ଲକ ଇତ୍ୟାଦି ଖ୍ରୀଷ୍ଟିୟାନ ବହୁଳ ଅଞ୍ଚଳରେ ଏହି ବଡଦିନ ପର୍ବଟିକୁ ପାଳନ କରାଯାଇଛି ।

ପାରଳାଖେମୁଣ୍ଡି ସହର ବଡଦିନ ପାଇଁ ଖୁବ୍ ଚଳଚଞ୍ଚଳ ରହିଥିଲା । ତେବେ ଆଜି ଦିନ ତମାମ ବର୍ଷା ଲାଗି ରହିଥିଲେ ମଧ୍ୟ ଖ୍ରୀଷ୍ଟଧର୍ମାବଲମ୍ବୀମାନେ ପବିତ୍ର ବଡଦିନକୁ ଅତି ହର୍ଷଉଲ୍ଲାସର ସହ ପାଳନ କରିଥିଲେ । ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ ବିଭିନ୍ନ ଚର୍ଚ୍ଚ କୁ ଯାଇ ଖ୍ରୀଷ୍ଟୀୟ ଭାଇ ଭଉଣୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ କେକ୍ କାଟିଥିଲେ ବିଧାୟକ । ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ, ପି. କଲୋନୀ, ଖ୍ରୀଷ୍ଟପୂର, ଗାଇବା ଆଦି ବିଭିନ୍ନ ଗ୍ରାମ ର ଚର୍ଚ୍ଚ ଗ୍ରସ୍ତ କରି ଖ୍ରୀଷ୍ଟିଆନ ଭାଇ ଓ ଭଉଣୀ ମାନଙ୍କୁ ଖ୍ରୀଷ୍ଟମାସ ର ଅଭିନନ୍ଦନ ଜଣାଇଥିଲେ ବିଧାୟକ । ଏହା ସହ ବିଧାୟକ ପ୍ରତ୍ୟେକ ଚର୍ଚ୍ଚ ଫାଦର ଓ ପାଷ୍ଟର ମାନଙ୍କୁ ଖ୍ରୀଷ୍ଟମାସ ର ଉପହାର ଦେଇଥିବାରୁ ବିଧାୟକ ଙ୍କୁ ଧନ୍ୟବାଦ ଜଣାଇଥିଲେ ।