ଆଧୁନିକ ଓଡ଼ିଆ ସାହିତ୍ୟ ଭାଵ ଓ ଭାଷା ଦୃଷ୍ଟିରୁ ବେଶ ସମୃଦ୍ଧ | ଆଲୋଚନା ଚକ୍ର ।
ଗଜପତି (ମନୋଜ ପାଢ଼ୀ)ଗଜପତି ଜିଲ୍ଲା ମୋହନା ସ୍ଥିତ ହିଲ ଟପ ସ୍ନାତକ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ଆଧୁନିକ ଓଡ଼ିଆ କଥା ସାହିତ୍ୟର ବିକାଶ ଧାରା ସମ୍ପର୍କରେ ଏକ ଜାତୀୟ ଆଲୋଚନା ଚକ୍ର ସ୍ଥାନୀୟ ମହାବିଦ୍ୟାଳୟ ଅଧ୍ୟକ୍ଷ ଶୁଭ୍ରାକାନ୍ତ ମହାନ୍ତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଏହି ପାଠଚକ୍ରରେ ଉଚ୍ଚଶିକ୍ଷା ବିଭାଗ ଦକ୍ଷିଣାଞ୍ଚଳ ଉପ ନିର୍ଦ୍ଦେଶକ ଡ଼ଃ.ସିଦ୍ଧାର୍ଥ ଶଙ୍କର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ଏହି ପାଠଚକ୍ରରେ ମୁଖ୍ୟବକ୍ତା ଭାବେ ବିଶ୍ଵଭାରତୀ ଶାନ୍ତି ନିକେତନର ଓଡ଼ିଆ ବିଭାଗର ପ୍ରଫେସର ଡ଼ଃ.ଶରତ କୁମାର ଜେନା ଯୋଗ ଦେଇ ଆଧୁନିକ ଓଡ଼ିଆ କଥା ସାହିତ୍ୟର ଶୈଳୀ ଓ ବିକାଶଧାରା, ଶିଳ୍ପକଳା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଖଲିକୋଟ ଏକକ ବିଶ୍ୱ ବିଦ୍ୟାଳୟର ପ୍ରଧ୍ୟାପକ ଡ଼ଃ. ବନମାଳୀ ପାଣିଗ୍ରାହୀ ଓ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ.ଅଜୟ କୁମାର ତ୍ରିପାଠୀ ଯୋଗ ଦେଇଥିଲେ।ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତି ଏହି ପାଠଚକ୍ରରେ ଅଧ୍ୟକ୍ଷତା କରି ପାଠଚକ୍ର ସମ୍ପର୍କରେ ଉପସ୍ଥିତ ଅତିଥି ଏବଂ ଛାତ୍ର ଛାତ୍ରୀ ଙ୍କୁ ବୁଝାଇଥିଲେ। ଦ୍ୱିତୀୟ ଅଧିବେଶନରେ ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଅଧ୍ୟାପିକା, ଅଧ୍ୟାପକ ଓ ଗବେଷକ ନିଜ ନିଜର ସନ୍ଦର୍ଭ ପଠନ କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଡ଼ଃ. ପ୍ରଣବାନନ୍ଦ ପାଟ୍ଟଯୋଶୀ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ।ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା,ଅଧ୍ୟାପକ ଓ କର୍ମଚାରୀ ପାଠଚକ୍ରକୁ ସୁ ପରିଚାଳନା କରି ଉଚ୍ଚ ପ୍ରଶଂସିତ ହୋଇଥିଲେ।

