ଆଦିବାସୀ ମାନଙ୍କ ମୌଳିକ ଅଧିକାର ପୁରଣ ନହେଲେ ପାରଳାଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ।
ଗଜପତି,୨୬.୨(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଉପଲଡା ପଞ୍ଚାୟତର ଖାରଡା ଗ୍ରାମ ଠାରେ ସିପିଆଇ (ଏମ୍ଏଲ୍) ଲିବରେସନ ଗୋଷାଣି ବ୍ଲକ କମିଟି ଡରଫରୁ ବ୍ଲକ ସ୍ତରୀୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେରେଡା ଠାରୁ ପିଡବ୍ଲ୍ୟୁଡି ରାସ୍ତା ପର୍ଯ୍ୟନ୍ତ ପକ୍କା ରାସ୍ତା, ଉପଲଡା ଶବର ସାହି, ଖାରଡା, ବୁର୍ଜିଗୁଡା, କୁଡୁଡା ନୁଆ ସାହି, ଗୋଷାଣି ନୁଆସାହିର ଆଦିବାସି ମାନକୁଂ ଘର ଡିହ ପଟା, ପାଣି, ଜଗଂଲ ଜମି ପଟ୍ଟା, ସମସ୍ତ ରାଜସ୍ବ କର୍ମଚାରୀ ଜଗଂଲ ଜମି, ଘର ଡିହ ପଟା ପ୍ରଦାନ କରିବା, ଜଙ୍ଗଲ ଜମି ଚିହ୍ନଟ କରିବା ପାଇଁ ଆର,ଆଇ ଓ ଓମିନ ମାସିକ 15 ଦିନ କାମ କରିବା, ଭିବି ଜି ରାମ ଜି ଆଇନ ବାତିଲ କରିବା ସହ ମନରେଗା ଆଇନ ଲାଗୁ କରିବା, ଦୈନିକ 600 ଟକାଂ ମଜୁରୀ ପ୍ରଦାନ କରିବା, ସମସ୍ତ କୁଂ ମାଗଣା 300 ୟୁନିଟ୍ ବିଦ୍ୟୁତ ଯୋଗାଇବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ 5 ଲକ୍ଷ ଟଙ୍କା ଯୋଗାଇବା, ସମସ୍ତ କ୍ଷେତ ମଜଦୁର ମାନଙ୍କୁ ରେସନ କାର୍ଡ ଧାରିକୁ 50 କେଜି ଚାଉଳ, ଶ୍ରମିକ ବିରୋଧି ଶ୍ରମ କୋଡ଼ ବାତିଲ କରିବା, କୃଷକ ବିରୋଧି ବିହନ ବିଲ ବାତିଲ କରିବା, ଜନ ବିରୋଧୀ ବିଦ୍ୟୁତ୍ ସଂଶୋଧନ ବିଲ୍ ବାତିଲ ଆଦିକୁ ନେଇ ଆଲୋଚନା ହୋଇଥିଲା । ଏଥିରେ ସିପିଆଇ (ଏମ୍ଏଲ୍) ରାଜ୍ୟ କମିଟି ସଭ୍ୟ ତ୍ରିପତି ଗମାଙ୍ଗ ଯୋଗଦେଇ ବକ୍ତବ୍ୟ ରଖିବା ସହ ସରକାର ମାର୍ଚ୍ଚ 15 ସୁଧ୍ୟା କାର୍ଯ୍ୟନୁଷ୍ଠାନ ଗ୍ରହଣନ କଲେ ପାରଳାଖେମୁଣ୍ଡି ତହସିଲ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଆହ୍ବାନ ଦେଇଥିଲେ ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୈଳାସ ଶବର, ନରସିଂହ ମଣ୍ଡଳ,ଲାଜାର ଶବର, ମୋଜେସ ଶବର, ତମାସ ରଇତ, ରବି ବେହେରା, ମୋଜେସ ଶବର, ଆମସ ଶବର, ୱାଇ. ଗଙ୍ଗା ରାଓ, ଟିମା ପାତ୍ର, ସନ୍ତୋଷୀ ଶବର, ସୁନିତା ଶବର, ଶ୍ୟାମ ଆନ୍ଦ୍ରାପୁ, ଆୟୁବ ଶବର, ବାସୁରା ମଣ୍ଡଳ, ଅରୁଣ ମଣ୍ଡଳ ପ୍ରମୁଖଙ୍କ ସମେତ ବହୁ ସିପିଆଇ (ଏମ୍ଏଲ୍)ର କର୍ମକର୍ତ୍ତାମାନେ ଉପସ୍ଥିତଥିଲେ ।
