ଆତ୍ମସମର୍ପଣ ପାଇଁ ସରକାରଙ୍କୁ ୪ ପ୍ରସ୍ତାବ ଦେଲେ ମାଓବାଦୀ ଓ ଚିଠି ଲେଖିଲେ ମାଓନେତା ନିଖିଲ ଓ ଇନ୍ଦୁ
ରାୟଗଡ଼(ସ୍ୱ ପ୍ର ): ଓଡ଼ିଶା ସରକାର ଓ ଗୃହ ବିଭାଗକୁ ୪ଟି ପ୍ରସ୍ତାବ ଦିଆଯାଇଛି ତାହା ପୂରଣ କଲେ ଓଡ଼ିଶା ପୁଲିସ୍ ପାଖରେ ଆମେ ଆତ୍ମସମର୍ପଣ କରିବୁ। ଏପରି ଏକ ଲିତ ମାଓ ପତ୍ର ରାୟଗଡ଼ା ଜିଲ୍ଲା ଜଲ୍ୟାଣସିଂହପୁର ବ୍ଳକ୍ର ଗଣମାଧ୍ୟମ ହସ୍ତଗତ କରିଛି। ଉକ୍ତ ପତ୍ରରେ ଉଲ୍ଲେଖ କରାଯାଇଛି ଯେ ସଶସ୍ତ୍ର କ୍ରାରି ରାସ୍ତା ତ୍ୟାଗ କରି ଭାରତୀୟ ସମ୍ବିଧାନ ଅନୁସାରେ ଗଣତାନ୍ତ୍ରିକ ପଦ୍ଧତିରେ କାର୍ଯ୍ୟ କରିବା ପାଇଁ ଗଣମାଧ୍ୟମ ଜରିଆରେ ଓଡ଼ିଶା ସରକାର ଓ ଗୃହ ବିଭାଗ ରଦ୍ଦେଶ୍ୟରେ ଆମର ଏ ଖୋଲାପତ୍ର । ଦୁଇ ଦଶକରୁ ଅଧିକା ବର୍ଷ ହେଲା ସିପିଆଇ (ମାଓବାଦୀ)ର ବିଭିନ୍ନସ୍ତରରେ କର୍ମୀ ରହି ଦୀର୍ଘକାଳୀନ ଜନଯୁଦ୍ଧ ଜରିଆରେ ବର୍ତ୍ତମାନର ଅଦ୍ଧଔପନିବେସିକି – ଅର୍ଦ୍ଧ ସାମରି ସମାଜକୁବ୍ୟବସ୍ଥାକୁ ଧ୍ୱଂସ କରି ନୂଆ ଗଣତାନ୍ତ୍ରିକ ସମାଜ ପ୍ରତିଷ୍ଠା କରିବା ପାଇଁ ସଶସ୍ତ୍ର ସଂଘର୍ଷ ଚଳାଇ ଆସୁଛି। ବିଗତ ସାଢ଼େ ତିନି ଦଶକ ହେଲା ବିଶେଷ କରି ଏଲ୍ପିଜି ନୀତି ଲାଗୁ ହେବା ପରେ ଆମ ପାର୍ଟି ନେତୃତ୍ୱରେ ଚାଲିଥିବା ଶ୍ରେଣୀ ସଂଘର୍ଷ ଯୋଗୁ ଦେଶ ଦୁନିଆରେ ବଡ଼ ଧରଣର ରାଜନୈତିକ, ଆର୍ଥୁକ, ସମାଜିକ, ସଂସ୍କୃତିକ ଓ ଭୌଗଳିକ ସ୍ଥିତିରେ ବହୁ ପରିବର୍ତ୍ତନ ଆସିଛି ଓ ଆସିବାରେ ଲାଗିଛି। ପାର୍ଟିର ବଡ଼ସୂତ୍ରବାଦୀ ବିଚାର ଯୋଗୁ ସମୟ ଉପଯୋଗୀ ଉପଯୁକ୍ତ ନିର୍ଣ୍ଣୟ ନେଇପାରୁ ନାହିଁ। ପରିଣାମସ୍ୱରୂପ ଭାରତ ନୂଆ ଗଣତାନ୍ତ୍ରିକ ବିଭାଗକୁ ବହୁ କ୍ଷତି ଉଠାଇବାକୁ ପଡୁଛି। ଏହି ପରିସ୍ଥିତିରେ ସାମାନ୍ୟ ବିଳମ୍ବ ହେଲେ ବି ଆମେ ଦ୍ୱୟ ରାଜ୍ୟ ସରକାର ଓ ଗୃହ ବିଭାଗ ଉପରେ ବିଶ୍ଵାସ କରି ବ୍ୟକ୍ତିଗତ ଭାବେ ନିର୍ଣ୍ଣୟ ନେଇ ସଶସ୍ତ୍ର ବିପ୍ଳବ ରାସ୍ତାତ୍ୟାଗ କରି ଭାରତୀୟ ସମ୍ବିଧାନ ଅନୁସାରେ ଆଇନଗତ ଭାବେ ଲୋକଙ୍କ ମଧ୍ୟରେ ରହି ଜଳ-ଜମି – ଜଙ୍ଗଲ-ଇଉତ ଅଧୁକାରର ସଂଘର୍ଷକୁ ଚଳାଇ ରଖୁବାକୁ ମନସ୍ଥ କରୁଛୁ ।
ଆମେ ଦ୍ଵୟ ଓଡ଼ିଶା ପୁଲିସ ସମ୍ମୁଖରେ ଆତ୍ମସମର୍ପଣ କରିବୁ। ଆଉ ବାକି ସାଥୀଙ୍କୁ ସାମ୍ବିଧାନିକ ରାସ୍ତାରେ ଫେରିଆସିବା ଲାଗି ଆତ୍ମସମର୍ପଣ କରିଦେବା ପାଇଁ ଆହ୍ୱାନ କରିବୁ।ଏହିକ୍ରମେ ୪ଟି ଦାବି ହେଲା ଆମେ ଭାରତୀୟ ସମ୍ବିଧାନ ଅନୁସାରେ ଗଣତାନ୍ତ୍ରିକ ଓ ଆଇନଗତ ସୀମା ମଧ୍ୟରେ ଦେଶର ଶୋଷିତ ଉପୀଡ଼ିତ ଶ୍ରେଣୀ ଶ୍ରମିକ, କୃଷକ, ମଧ୍ଯମ ବର୍ଗ, ଆଦିବାସୀ, ଦଳିତ, ମହିଳା, ଅଳ୍ପ ସଂଖ୍ୟକ ଓ ରାଷ୍ଟ୍ରୀୟତାଙ୍କ ସମ୍ବିଧାନିକ ଅଧୁକାର, ଜଳ-ଜମି-ଜଙ୍ଗଲ -ଇଜ୍ଜତର ଅଧୁକାର ଲାଗି କାର୍ଯ୍ୟ କରିବାକୁ ଚାହୁଁ । ତେଣୁଏ ଉପରେ ପ୍ରତିବନ୍ଧକ ନ ଲଗାଇ କାର୍ଯ୍ୟ କରିବା ପାଇଁ ଆମକୁ ସୁଯୋଗ ଦିଆଯିବ। ଦ୍ଵିତୀୟରେ ଆତ୍ମସମର୍ପଣ ପରେ କୌଣସି ପ୍ରକାର ମାଓବାଦୀ ବିରୋଧୀ ସଶସ୍ତ୍ର ଅଭିଯାନ ଓ ଜନବିରୋଧୀ କାର୍ଯ୍ୟରେ ଆମକୁ ନିୟୋଜିତ କରାନଯାଉ । ତୃତୀୟ ସିପିଆଇ ( ମାଓବାଦୀ) ଛାଡ଼ି ଆତ୍ମସମର୍ପଣ କରିଥିବା ଆଜାଦ୍ ଓ ସବ୍ୟସାଚି ପଣ୍ଡାଙ୍କୁ ବନ୍ଧୁବର୍ଷ ହେଲା ଜେଲରେ ବନ୍ଦି କରି ରଖାଯାଇଛି ରାଜ୍ୟ ସରକାରଙ୍କର ଅବିଶ୍ଵାସନୀୟ ପଦକ୍ଷେପ। ତେଣୁ ରାଜ୍ୟ ସରକାର ଯେଉଁ ଆତ୍ମସମର୍ପଣ ନୀତି ବନାଇଛନ୍ତି ଓ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ଆମ୍ ସମର୍ପଣକାରୀ ମାଓବାଦୀଙ୍କ କ୍ଷେତ୍ରରେ ତାହାକୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ କରନ୍ତୁ। ଶେଷରେ ରାଜ୍ୟ ସରକାର ଗଣତାତ୍ତ୍ୱିକ ଆନ୍ଦୋଳନକୁ ଦମନ ନ କରି ସେଠାକାର ଜନମତକୁ ସମ୍ମାନ ଦିଅନ୍ତୁ ।
ଗଣତାରିକ ଆନ୍ଦୋଳନର ଗଳା ଚିପିବା ବଦଳରେ ଗଣତାନ୍ତ୍ରିକ ଆନ୍ଦୋଳନ, ବାକ୍ ସ୍ଵାଧୀନତା ଓ ମୁକ୍ତ ଚିନ୍ତନର ପରିବେଶକୁ ପ୍ରୋତ୍ସାହନ କରନ୍ତୁ ବୋଲି ଉଲ୍ଲେଖ କରିଛନ୍ତି। ଆମ ଦୁଇ ଜଣଙ୍କ ସଶସ୍ତ୍ର କ୍ରାତି ତ୍ୟାଗ କରି ଭାରତୀୟ ସମ୍ବିଧାନିକ ରାସ୍ତାକୁ ଫେରି ଆସିବା ଓ ଆତ୍ମସମର୍ପଣ କରିବା ବିଚାରକୁ ସଶସ୍ତ୍ରବିପ୍ଳବୀ ଅନେକ ଶୁଭ ଚିନ୍ତକ, ସମର୍ଥକ, ସହଜର୍ମୀ ଓ ଉପୀଡ଼ିତ ଲୋକଙ୍କୁ ଦୁଃଖତ କରିପାରେ, ସେଥିପାଇଁ ଆମେ ସେମାନଙ୍କ ପାଖରେ ନିସର୍ଚ୍ଚ କ୍ଷମା ପ୍ରାର୍ଥନା କରୁଛୁ । ଆଳିର ପରିସ୍ଥିତିରେ ସଶସ୍ତ୍ର ସଂଘର୍ଷ ଚଳାଇବା ଠିକ୍ ହେବ ନାହିଁ, ଜନବାଦୀ ରାସ୍ତାରେ ଆନ୍ଦୋଳନ ଚଳାଇବା ସମୟ ଉପଯୋଗୀ ହେବ । ଉକ୍ତ ପତ୍ରର ଶେଷରେ ରାଜ୍ୟ କମିଟି ସଦସ୍ୟ ସିପିଆଇ (ମାଓବାଦୀ) ନିଖିଲ (ନିରଞ୍ଜନ ରାରତ ) ଓ ଲବୁ (ଅଙ୍କିତା, ରଶ୍ମିତା ଲେଙ୍କା ) ବୋଲି ଉଲ୍ଲେଖ କରିଛନ୍ତି।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
