ଆତ୍ମନିର୍ଭରଶୀଳରେ ଛତୁଚାଷ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି।

ଆତ୍ମନିର୍ଭରଶୀଳରେ ଛତୁଚାଷ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି।

ଆତ୍ମନିର୍ଭରଶୀଳରେ ଛତୁଚାଷ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି।

ବରଗଡ ୨୮,୩ (ଭବାନୀ ଶଙ୍କର ପାଢ଼ୀ) ଅତାବିରା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ଟାମ୍ପରସରା ଠାରେ ଚମଛତୁ ଚାଷ ସମ୍ଵନ୍ଧୀୟ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି l ଏହି ଶିବିରରେ ଅତାବିରା ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୫୦ ଜଣ ଶିକ୍ଷକ ,ଶିକ୍ଷୟିତ୍ରୀ ଯୋଗ ଦେଇ ଛତୁ ଚାଷ ସମ୍ଵନ୍ଧୀୟ ନୂତନ ତଥ୍ଯ ଓ ପ୍ରୟୋଗାତ୍ମକ ଜ୍ଞାନ ଅର୍ଜନ କରିଥିଲେ l କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ମନୋହର ଦାଶ ସଭାପତିତ୍ଵ କରିବା ସହ ସ୍ଵାଗତ ଭାଷଣ ଦେଇଥିଲେ l ଏହି ସଭାରେ ବିଦ୍ୟାଳୟର ଅବସର ପ୍ରାପ୍ତ ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଭୋଇ ମୁଖ୍ୟ ଅତିଥି,କାଦୋବାହାଲ କ୍ଲଷ୍ଟର ର ସି.ଆର.ସି.ସି ଶ୍ରୀଯୁକ୍ତ ତ୍ରିଲୋଚନ ସେଠ ପ୍ରମୁଖ ଅତିଥି ଓ କୃଷି ବିଜ୍ଞାନ କେନ୍ଦ୍ର, ଗମ୍ଭାରୀପାଲି ର କୃଷି ବିଜ୍ଞାନୀ ଶ୍ରୀମତୀ ସୁଶ୍ରୀତା ସାହୁ ପ୍ରଶିକ୍ଷକ ରୁପେ ଯୋଗ ଦେଇଥିଲେ l ଏହି ଶିବିରରେ ଛତୁଚାଷ ସମ୍ଵନ୍ଧୀୟ ତଥ୍ୟ ଭିତ୍ତିକ ଶିକ୍ଷା ଦିଆଯାଇଥିଲା ଏବଂ ଏହାର ପ୍ରୟୋଗିକ ପ୍ରଣାଳୀ ବିଷୟରେ କୃଷି ବିଜ୍ଞାନ କେନ୍ଦ୍ରରେ ୫୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ତାଲିମ୍ ଦେଇଥିଲେ l ଏଥି ପାଇଁ ସେଠାରେ ବିଦ୍ୟାଳୟ ପକ୍ଷରୁ ବେଡ୍ ପ୍ରସ୍ତୁତ କରାଯାଇଥିଲା l ଏହା ପରେ ମଧ୍ୟାହ୍ନଭୋଜନ ର ଆୟୋଜନ କରାଯାଇ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ମାନପତ୍ର ଓ ଏଲ.ଇ.ଡି ବଲବ ଉପହାର ସ୍ଵରୂପ ଦିଆଯାଇଥିଲା l ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଏହି ଶିବିରରେ ଟି ସୂଚାରୁ ରୂପେ ସମ୍ପାଦିତ ହୋଇଥିଲା l