ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ଚକାପାଦ :- ତା- ୧୪.୦୯.୨୦୨୪ (ରିପୋର୍ଟ କୁନା ଦିଗାଲ )ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ଗ୍ରାମପଞ୍ଚାୟତ ନିକଟସ୍ଥ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଏହି ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ସସ୍ମିତା ସାହୁ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ସାହୁ ପ୍ରାଥମିକ ଚିକିସା ସମ୍ବଦ୍ଧରେ ଗୁରୁତ୍ଵପୂର୍ଣ ଅଭିଭାଷଣ ରଖିଥିଲେ । ମୁଖ୍ୟ ବକ୍ତା ଭାବେ ଡଃ ବାବୁଲା ପାଟଜୋଶୀ ଯୋଗଦେଇ ପ୍ରାଥମିକ ଚିକିସା ସମ୍ବଦ୍ଧରେ ସଚେତନ ହେବାପାଇଁ ଗୁରୁତ୍ଵାରୋପ କରିଥିଲେ । କାର୍ଯ୍ୟକ୍ରମ ରେ ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଥିଲେ ସର୍ବଶ୍ରୀ ରାମକୃଷ୍ଣ ମହାନ୍ତି , ବୈକୁଣ୍ଠ ନାଥ ପଣ୍ଡା , ସନ୍ୟାସୀ ଜେନା , ସଞ୍ଜୟ କୁମାର ନାୟକ , ରିନାରାଣୀ ପ୍ରଧାନ , ଅରବିନ୍ଦ ପଟ୍ଟନାୟକ । ଆୟୋଜିତ ସଭାରେ ବିଦ୍ୟାଳୟର ୨୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଯୁବ ରେଡକ୍ରସ ସଂଯୋଜକ ଶ୍ରୀ ଶିବରାମ ବେହେରା ଅତିଥି ପରିଚୟ ପ୍ରଦାନ କରିବା ସହିତ ଏହି ଦିବସ ପାଳନର ଉଦ୍ଦେଶ୍ୟ ଓ ପ୍ରାଥମିକ ଚିକିସା ବାବଦରେ ସଂକ୍ଷେପରେ ବକ୍ତବ୍ୟ ରଖିଥିଲେ । ପରିଶେଷରେ ଅଧ୍ୟାପକ ବୈକୁଣ୍ଠ ନାଥ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *