ଆଇଜର କ୍ୟାମ୍ପସରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା, ନିର୍ଦ୍ଧାରିତ ସମୟରେ କାମ ସାରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଆଇଜର କ୍ୟାମ୍ପସରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା, ନିର୍ଦ୍ଧାରିତ ସମୟରେ କାମ ସାରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଆଇଜର କ୍ୟାମ୍ପସରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା, ନିର୍ଦ୍ଧାରିତ ସମୟରେ କାମ ସାରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥାନ (ଆଇଜର) କ୍ୟାମ୍ପସରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଏକ ସମୀକ୍ଷା ବୈଠକ ସ୍ଥାନୀୟ ସଦ୍ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ବୈଠକରେ କ୍ୟାମ୍ପସ ବିସ୍ତାର ପାଇଁ ଅତିରିକ୍ତ ଜମିର ଆବଶ୍ୟକତା, କ୍ୟାମ୍ପସ ଉପରେ ସିଆରଜେଡ୍ ଅଞ୍ଚଳର ପ୍ରଭାବ, ପୂର୍ତ୍ତ ବିଭାଗ ପକ୍ଷରୁ ଆଇଜର ମୁଖ୍ୟ ପ୍ରବେଶଦ୍ୱାର ସମ୍ମୁଖରେ ଥିବା ରାସ୍ତାକୁ ପ୍ରଶସ୍ତ କରିବା ଓ ଅବୈଧ ଦଖଲ ହଟାଇବା ବିଷୟରେ ଆଲୋଚନା ହୋଇଥିଲା।ଏହା ସହିତ ଗୋଳାବନ୍ଧରୁ ଆଇଜର ପର୍ଯ୍ୟନ୍ତ ବିକଳ୍ପ ରାସ୍ତା ତିଆରି, ଜାତୀୟ ରାଜପଥ–୧୬ର କନିସି ଓ ଡୁମଡୁମି ନିକଟରେ ସାଇନେଜ ଲଗାଇବା, କନିସି–ଆଇଜର ରାସ୍ତା ପାର୍ଶ୍ୱରେ ଥିବା ଅଚଳ ବିଦ୍ୟୁତ୍ ଖୁଣ୍ଟି ଅପସାରଣ ଓ ରାସ୍ତା ପ୍ରଶସ୍ତ କାମରେ ବାଧା ସୃଷ୍ଟି କରୁଥିବା ବିଦ୍ୟୁତ୍ ଖୁଣ୍ଟି ସ୍ଥାନାନ୍ତରଣ ନେଇ ମଧ୍ୟ ଆଲୋଚନା ହୋଇଥିଲା।ତଦୁପରି ଷ୍ଟ୍ରିଟ୍ ଲାଇଟ୍ ଓ ଲ୍ୟାମ୍ପ ପୋଷ୍ଟ ସ୍ଥାପନ, ୱାଟକୋ ପକ୍ଷରୁ ପାଇପ୍‌ଲାଇନ୍‌ର ନିୟମିତ ରକ୍ଷାବେକ୍ଷଣ ଓ ସୁରକ୍ଷା, ଆପାତକାଳୀନ ମରାମତି ପାଇଁ ଅତିରିକ୍ତ ପାଇପ୍‌ଲାଇନ୍‌ ବ୍ୟବସ୍ଥା ଓ ଜରୁରୀ ସମୟରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ବିଷୟରେ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା।ଜିଲ୍ଲାପାଳ ସମସ୍ତ ବିଭାଗକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।