ଅଷ୍ଟ ଧାତୁରେ ନିର୍ମିତ୍ତ ସ୍ବର୍ଣ୍ଣ ଧନୁଷ ଗଜପତି ଜିଲ୍ଲା ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ଗଜପତି,୧୦.୧(ମନୋଜ ପାଢ଼ୀ) ଅଯୋଧ୍ୟା ଅଭିମୁଖେ ରାଉରକେଲାରୁ ବାହାରିଥିବା ଅଷ୍ଟ ଧାତୁରେ ନିର୍ମିତ୍ତ ୨୫୦ କିଲୋ ଓଜନର ସ୍ବର୍ଣ୍ଣ ଧନୁଷ ରଥ ଆଜି ଗଜପତି ଜିଲ୍ଲାରେ ପହଞ୍ଚିବା ପରେ ଲୋକେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ରଥ ପ୍ରଥମେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପହଁଚିଥିଲା , ଏହାକୁ ଦେଖିବାକୁ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା ,ପରେ ବନ୍ଦାପନା ଓ ଆଳତି କରିବା ସହ ଭଜନ କୀର୍ତ୍ତନ କରି ରଥକୁ ସହର ପରିକ୍ରମା କରାଇଥିଲେ।
ଏଥିରେ ସ୍ଥାନୀୟ ବିଜେପି ନେତା, ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମକର୍ତ୍ତାଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ ଓ ସାଧାରଣ ଲୋକେ ସାମିଲ ହୋଇଥିଲେ। ଏହି ରଥ ଜିଲ୍ଲାର ବିଭିନ୍ନ ସ୍ଥାନ ପରିକ୍ରମା କରି ଗଞ୍ଜାମ ଅଭିମୁଖେ ଯିବ। ଏହି ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକେ ରଥକୁ ସ୍ବାଗତ କରିଥିଲେ । ତେବେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଉଦ୍ଧେଶ୍ୟରେ ଧନୁ ଶୋଭାଯାତ୍ରାରେ ବହୁ ସାଧୁସନ୍ତ ଓ ଶ୍ରଦ୍ଧାଳୁ ଯୋଗଦେଇ ନିଜକୁ ଧନ୍ୟ ମାନେକରିଛନ୍ତି ।

