ଅମୃତ୍ କୁଟୁମ୍ ଓ ଗଂଗାଧର ମେହେର ଯୁବକ ସଂଘ ଜାମ୍ଡୋଲ ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଅମୃତ୍ କୁଟୁମ୍ ଓ ଗଂଗାଧର ମେହେର ଯୁବକ ସଂଘ ଜାମ୍ଡୋଲ ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ର ସ୍ଵେଚ୍ଛାସେବୀ ସଂଗଠନ ଅମୃତ୍ କୁଟୁମ୍ ଓ ଜାମ୍ଡୋଲ ର ଗଂଗାଧର ମେହେର ଯୁବକ ସଂଘ ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି v। ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଧର ମେହେର, ସମ୍ମାନିତ ଅତିଥି ନୀଳାଞ୍ଚଳ ମେହେର, ରାଜ ମେହେର ଓ କରୁଣାକର ମେହେର ଯୋଗ ଦେଇ ମା ସମଲେଶ୍ବରୀ, ଗଂଗାଧର ମେହେର ପ୍ରତି ଛବି ନିକଟରେ ଧୂପଦୀପ ଦେଇ ପୂଜାର୍ଚ୍ଚନା କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଅମୃତକୁଟୁମ ର ବରିଷ୍ଠ ଉପଦେଷ୍ଟା ସନ୍ତୋଷ କୁମାର ପଣ୍ଡା ଓ ରକ୍ତଭଣ୍ଡାର ଅଧିକାରୀ ଦେବାଶିଷ ମିଶ୍ର କୁଂ ପୁଷ୍ପମାଲ୍ୟ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।ଏହି ସମୟରେ ଅମୃତକୁଟୁମ ସଭାପତି ଆନଂଦ ସୁନା, ସମସ୍ତ ସଦସ୍ୟ ଓ ଗଂଗାଧର ମେହେର ଯୁବକ ସଂଘ ସଭାପତି,ସଂପାଦକ ଓ ସମସ୍ତ ଉପସ୍ଥିତ ଥିଲେ। ରକ୍ତ ସଂଗ୍ରହ କରି ଥିଲେ ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା ର ଦେବାଶିଷ ମିଶ୍ର, ସନ୍ତୋଷ ଟାଢା, ପ୍ରହଲ୍ଲାଦ କୁମାର ଭୋଇ, ପାଏନୁ ଭୋଇ ଓ ସଂଜୀବ ବେରା ପ୍ରମୁଖ ।ଏହି ସମୟରେ ୪ଜଣ ମହିଳା ସଂଯୁକ୍ତା ନାୟକ, ସେବତୀ ମେହେର, ରେବତୀ ମହାଲିଙ୍ଗ, ଲୋପାମୁଦ୍ରା ଦଣ୍ଡସେନା ସମେତ ମୋଟ ୩୭ ଜଣ ରକ୍ତଦାନ କରିଥିଲେ। ଏହି ରକ୍ତଦାନ ଶିବିରକୁ ଅମୃତ୍ କୁଟୁମ୍ ର ସଭାପତି ଆନଂଦ ସୁନା, ଘନଶ୍ୟାମ ଅଗ୍ରୱାଲ, ବୈଶାଖୁ ମେହେର, ପ୍ରଭାତ ମିଶ୍ର, ପ୍ରହଲ୍ଲାଦ ମେହେର, ସମ୍ଭୂ ପ୍ରଧାନ ଉପଦେଷ୍ଟା ବୁଲୁ ବଡପଣ୍ଡା, ତୋଷବନ୍ତ ବେହେରା, ଶଶୀଭୁଷଣ ପାଣିଗ୍ରାହୀ, ଗୋଲେଖ ମେଲ୍ଲି, ବଂଶୀ ବେହେରା, ଲଲିତ ସାହୁ,ପ୍ରକାଶ ଦାଶ, ଅନ୍ୟାନ୍ୟ ସମସ୍ତ କର୍ମକର୍ତ୍ତା , ସଦସ୍ୟ ଓ ଗଂଗାଧର ମେହେର ଯୁବକ ସଂଘ ଜାମ୍ଡୋଲ ର ମୁକେଶ ମେହେର, ରାଜୁ ମେହେର, ଆନନ୍ଦ ମେହେର ସମେତ ସମସ୍ତ ପଦାଧିକାରୀ କର୍ମକର୍ତ୍ତା ଓ ସଦସ୍ୟ ମାନେ ରକ୍ତଦାନ ଶିବିର ପରିଚାଳନା ରେ ସହଯୋଗ କରିଥିଲେ। ପରିଶେଷରେ ରୁଦ୍ର ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।