ଅଭିଯୋଗ ଶୁଣାଣିକୁ ବିଳମ୍ବରେ ଆସିଥିବା ସରକାରୀ ଅଧିକାରୀଙ୍କୁ ବାହାର କରିଦେଲେ ଜିଲାପାଳ

ଅଭିଯୋଗ ଶୁଣାଣିକୁ ବିଳମ୍ବରେ ଆସିଥିବା ସରକାରୀ ଅଧିକାରୀଙ୍କୁ ବାହାର କରିଦେଲେ ଜିଲାପାଳ

ଅଭିଯୋଗ ଶୁଣାଣିକୁ ବିଳମ୍ବରେ ଆସିଥିବା ସରକାରୀ ଅଧିକାରୀଙ୍କୁ ବାହାର କରିଦେଲେ ଜିଲାପାଳ

ରାୟଗଡା (ଅମୁଲ୍ୟ ନିଶଙ୍କ )- ଜିଲା ସ୍ତରୀୟ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ କିଛି ଜିଲାସ୍ତରୀୟ ଅଧିଳାରୀ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଆସିବାରୁ ଭିତରକୁ ପ୍ରବେଶ କରିବା ପାଇଁ ଜିଲାପାଳ ମନା କରିଦେଇଥିବା ଭଳି ଘଟଣା ଦେଖିବାକୁ ମିଳିଛି ।ସୂଚନା ଅନୁସାରେ, ଚଳିତ ବର୍ଷର ପ୍ରଥମ ଅଭିଯୋଗ ଶୁଣାଣି ଆଜି05.01.2026 କାର୍ଯ୍ୟକ୍ରମ ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଚାଲିଥିଲା । ଠିକ୍ 10ଘଂଟିକା ସମୟ ରେ ପହଞ୍ଚିଥିଲେ ଜିଲ୍ଲାପାଳ ଆଶୁତୋଷ କୁଲକାର୍ଣ୍ଣି । କିନ୍ତୁ ଅଧିକାଂଶ ଜିଲ୍ଲା ସ୍ତରୀୟ ଅଧିକାରୀ ଶୁଣାଣିରେ ଉପସ୍ଥିତ ନଥିଲେ । ଏନେଇ ଜିଲାପାଳଙ୍କ ଦୃଷ୍ଟିକୁ ଆସିବା ପରେ ତୁରନ୍ତ ସୁରକ୍ଷା କର୍ମଚାରୀ ଓ ଅନ୍ୟ କର୍ମଚାରୀଙ୍କୁ ବିଳମ୍ବରେ ଆସିଥିବା ଅଧିକାରୀଙ୍କୁ ଅଭିଯୋଗ ପ୍ରକୋଷ୍ଠ ଭିତରକୁ ନ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଳମ୍ବରେ ଆସିଥିବା ଅଧିକାରୀମାନେ ହେଲେ ଅବକାରୀ ବିଭାଗ ଅଧିକ୍ଷକ ସନ୍ତୋଷ କୁମାର ଧଳସାମନ୍ତ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ଦାଶରଥି ସୋରେନ ଓ ରାୟଗଡ଼ା ବିଡ଼ିଓ ସୁଜିତ୍ ମିଶ୍ରଙ୍କ ସମେତ ପ୍ରାୟ ୧୨ ଜଣ ଅଧିକାରୀଙ୍କ ବିରୁଦ୍ଧରେ ଏହିଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ଜିଲାପାଳ କୁଲକାର୍ଣ୍ଣି ।

ଏପରିକି ରାୟଗଡା ଉପଜିଲାପାଳ ରମେଶ ଜେନାଙ୍କୁ ମଧ୍ୟ ବିଳମ୍ବରେ ଆସିବାରୁ ଭିତରକୁ ଛଡା ଯାଇନଥିଲା । ଅପ୍ରିତିକର ପରିସ୍ଥିତିରେ ପଡିଯାଇଥିବା ଯୋଗୁଁ ଅଧିକାରୀମାନେ ବାଧ୍ୟ ହୋଇ ଶୁଣାଣି ପ୍ରକୋଷ୍ଠ ପାର୍ଶ୍ୱରେ ଥିବା ଇନୋଭେସନ ସେଲରେ ବସି ରହିଥିଲେ । ଅଭିଯୋଗ ଶୁଣାଣି 1 ଘଣ୍ଟାରୁ ଉର୍ଦ୍ଧ ହୋଇ ଯାଇଥିଲେ ମଧ୍ୟ ଅଧିକାରୀମାନେ ବାହାରେ ଅପେକ୍ଷା କରି ବସିଥିବା ଦେଖିବାକୁ ମିଳିଛି । ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ଅଧିକାରୀଙ୍କ ମହଲରେ କୋକୁଆ ଭୟ ସୃଷ୍ଟି କରିଛି । ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ବହୁ ଅଭିଯୋଗକାରୀ ସମର୍ଥନ କରୁଥିବା ଦେଖିବାକୁ ମିଳିଛି ।

ଏନେଇ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀଙ୍କୁ ପଚାରିବାରୁ ମାଇ ଆକ୍ସନ ଇଜ୍ ଭେରି କ୍ଲିୟର ସରକାର ଙ୍କ ନିର୍ଦେଶ କୁ ପାଳନ କରିବା ସମସ୍ତ ସରକାର କର୍ମଚାରୀ ଙ୍କ ଏକ ବୋଲି କହି ସେ ଚାଲିଯାଇଥିଲେ । ଜ଼ିଲ୍ଲାପାଳ ଙ୍କ ଏହି ପଦକ୍ଷେପ କୁ ଜ଼ିଲବାସୀ ସ୍ୱାଗତ କରିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ