ଅଭିଜିତ ଫାଉଣ୍ଡେସନ ଆଶ୍ରା ବୃଦ୍ଧାଶ୍ରମ ଠାରେ ଅସହାୟ ବୃଦ୍ଧ କୁଂ ଥଇଥାନ।

ଅଭିଜିତ ଫାଉଣ୍ଡେସନ ଆଶ୍ରା ବୃଦ୍ଧାଶ୍ରମ ଠାରେ ଅସହାୟ ବୃଦ୍ଧ କୁଂ ଥଇଥାନ।

ଅଭିଜିତ ଫାଉଣ୍ଡେସନ ଆଶ୍ରା ବୃଦ୍ଧାଶ୍ରମ ଠାରେ ଅସହାୟ ବୃଦ୍ଧ କୁଂ ଥଇଥାନ।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ସୋହେଲା ଅଂଚଳରେ ରାସ୍ତାରେ ବୁଲି ବୁଲି ଭିକ ମାଗୁଥିବା ଜଣେ ଅଜଣା ବ୍ୟକ୍ତି । ନିଜର ପରିଚୟ କହି ପାରୁ ନ ଥିଲେ ମଧ୍ୟ ବିବେକ ଏବଂ ମାନସିକ ସ୍ଥିତି ପୁରାପୁରି ହରାଇ ନ ଥିବା ଜଣେ ଅସହାୟ ମଣିଷ । ଆଶାର ଆଲୋକ ଦେଖିବା ର ସ୍ବପ୍ନ ଅପେକ୍ଷା କଥାରେ ଥିଲା ଅସହାୟତାର ନିରବ ସ୍ୱର। ଏଭଳି ଏକ ସ୍ପର୍ଶକାତର ଦୃଶ୍ୟର ପୃଷ୍ଠଭୂମି ଥିଲା ବୀରଭୂମି ଘେଁସ ଅଞ୍ଚଳ – ଯେଉଁ ମାଟିରେ ସାହସ ରହେ, ସେହି ମାଟିର‌ଲୋକମାନଙ୍କ ହୃଦୟରେ ମାନବିକତା ରହେ ଏହା ଆଜି ପ୍ରମାଣିତ ହେଲା ପୁଣିଥରେ । ଘେଁସ ଅଞ୍ଚଳର ମୁରଳୀ ଭୋଇ ଓ ଜଗବନ୍ଧୁ ବାବୁଙ୍କ ମନ ଏହି ବ୍ୟକ୍ତି କୁ ଦେଖିଲା ମାତ୍ରକେ ଦୟାରେ ଭିଜିଗଲା। ସେମାନେ ବିଲମ୍ବ ନ କରି ମାନବିକତାର ହାତ ବଢ଼ାଇ ଲୋକଟିଙ୍କୁ ରେସ୍କ୍ୟୁ କରି ଅଭିଜିତ ଫାଉଣ୍ଡେସନ ପରିଚାଳିତ ଆଶ୍ରା ବୃଦ୍ଧାଶ୍ରମକୁ ପହଞ୍ଚାଇଦେଲେ।ଆଶ୍ରା ଆଶ୍ରମରେ ପହଞ୍ଚିବା ପରେ ପରିଚାଳକ ଶ୍ରୀଯୁକ୍ତ ଅତିଶ ଦାଦା, ଅନୁଷ୍ଠାନର ସହ ସମ୍ପାଦକ ରବିଶଙ୍କର ପଧାନ ଓ ସଭ୍ୟ ଶ୍ରୀଯୁକ୍ତ ପ୍ରକାଶ ଭୋଇ ମିଶି ମାନବିତାର ଅନ୍ୟ ଏକ ଅଧ୍ୟାୟ ଲେଖିଦେଲେ। ଆଜି ସକାଳେ ତାକୁ ମୁଣ୍ଡନ କରି, ପାଣିରେ ଏକଦମ ସଫା କରି, ନିଜ ଘର ଲୋକ ଭଳି ଗାଧୋଇ ପୋଛିଦେଇ ଭଲପାଇବାର ସ୍ପର୍ଶ ଦେଲେ । ଯେଉଁଥିରେ ଲୁଚିଥିଲା ଏକ ସତ୍ୟ… ‘ସେବାରେ ମାଧବ ବାସ କରନ୍ତି ବୋଲି, ଅଜଣା ଲୋକଟି ଯେତେବେଳେ ନିଜକୁ ସଫା-ସୁତୁରା ଦେଖୁଥିଲେ , ସେତେବେଳେ ତାଙ୍କ ଆଖିରେ ଥିଲା ଏକ ଅଦ୍ଭୁତ ଶାନ୍ତି ।‌ ଯେପରି ଭଗବାନ ସ୍ୱୟଂ ମଣିଷ ରୂପରେ ତାଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସି ଯାଇଛନ୍ତି।ଆମେ ଏହି ପୋଷ୍ଟରେ ଆସିଥିବା ପୂର୍ବ ଓ ପରବର୍ତ୍ତୀ ଫଟୋ ରଖିଛୁ, କାରଣ ଏଇଥି ପାଇଁ ଯେ ଆପଣମାନଙ୍କ ମଧ୍ୟ ରୁ ଯଦି କିଏ ଜାଣିଛନ୍ତି କିମ୍ବା ତାଙ୍କ ବିଷୟରେ ଯଦି କାହାରି ପାଖରେ କିଛି ସୂଚନା ଥାଏ, ତେବେ ଦୟାକରି ଦଶମାଇଲ ଛକ, ନଅଗାଁ ‘ଆଶ୍ରା’ ବୃଦ୍ଧା ଶ୍ରମ ସହ ସମ୍ପର୍କ କରିବେ ବୋଲି। ହୁଏତ ଏହି ଛୋଟ ସୂଚନା ମଧ୍ୟ ତାଙ୍କୁ ତାଙ୍କ ଘରଲୋକ ଙ୍କ ସହିତ ମିଳିବାର ଆଶାକୁ ବଢ଼ାଇ ଦେଇପାରିବ । ଆପଣଙ୍କ ସହଯୋଗ ଏକ ପରିବାର ପାଇଁ ଅମୂଲ୍ୟ ହୋଇପାରେ। 🙏