ଅବ୍ୟବସ୍ଥା ମଧ୍ୟରେ ଥିବା ହୋଷ୍ଟେଲରେ ଛାତ୍ର ପଡି ଗୁରୁତର ଘଟଣାକୁ ପାଖାପାଖି ସାତ ଦିନ ବିତିଗଲାଣି, ତଦନ୍ତରେ ଶୀଥିଳତାଆଜି ମଧ୍ୟ ଚାଲିଛି ଚେରମୂଳୀ ଉପଚାର ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟର ଛାତ୍ରାବାସ ପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦାୟିତ୍ବ ହୀନତା ଯୋଗୁଁ ନାନାଦି ସମସ୍ୟା ଲାଗି ରହିଛି । ଅବହେଳିତ ହୋଷ୍ଟେଲରେ ୱାର୍ଡେନର କିମ୍ବା ସୁରକ୍ଷା କର୍ମଚାରୀ ନିଯୁକ୍ତି ନଥିବା ବେଳେ ଏହା ଦାୟିତ୍ବ ଭାରରେ ଦୁଇ ଜଣ ରହିଛନ୍ତି । ଜଣେ ବିଦ୍ୟାଳୟ ପରିଚାଳନା ପାଇଁ ରହିଥିବା ବେଳେ ଅନ୍ୟଜଣେ ଡ୍ରଇଂ ପାୱାର ନିମନ୍ତେ । ଏଭଳି ସ୍ଥଳେ ଗୋଷାଣି ଗୋଷ୍ଠୀ ଶିକ୍ଷାଧିକାରୀ ସୀତାରାମ ପାତ୍ର ଡ୍ରଇଁ ପାୱାର ପାଇଁ ରହିଥିବା ବେଳେ ଧନୁଞ୍ଜୟ ପରିଚାଳନା ପାଇଁ ରହିଛନ୍ତି । ତେପେ ଏପରି କ୍ଷେଥ୍ରରେ ହୋଷ୍ଟେଲ ପ୍ରତି କାହାରି କକୃତ୍ବ ନଥିବା ବେଳେ କେବଳ ଦୁଇ ଜଣ ରୋଷିଆଙ୍କ ଦ୍ବାରା ପରିଚାଳନା ହେଉଥିବାର ଜଣାପଡିଛି । ଏହି ରୋଷେୟାମାନେ ତାହା ବି ପାଳି କରି ଦାୟିତ୍ବ ବହନ କରୁଥିବାର ଜଣାପଡିଛି । ସୂଚନା ପ୍ରକାରେ ଗତ ରବିବାର ମଧ୍ୟ ରାତ୍ର ତଥା ସୋମବାର ବଡିଭୋର୍ ୨ ଘଣ୍ଟା ସମୟରେ ଜଣେ ଛାତ୍ର ହୋଷ୍ଟେଲ ପରିସରରେ ପଡି ଗୁରୁତ୍ବ ହୋଇଯାଇଥିଲେ । ଚିକିତ୍ସା ପାଇଁ ପରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପଠାଯାଇଥିଲା । ହେଲେ ଛାତ୍ର ଜଣକ ଗୁରୁତର ଥିବା ଯୋଗୁଁ ତାଙ୍କ ପିତା ମାତା ଉଚ୍ଚ ଚିକିତ୍ସା ପାଇଁ ନିଜସ୍ବ ଖର୍ଚ୍ଚରେ ଆନ୍ଧ୍ରର ଶ୍ରୀକାକୁଲମ ନେଇଯାଇଥିଲେ ବୋଲି ବିଶ୍ବସ୍ଥ ସୂତ୍ରରୁ ପ୍ରକାଶ ଏବଂ ଯାହାକୁ ଖୋଦ୍ ଗୋଷ୍ଠୀ ଶିକ୍ଷାଧିକାରୀ ମଧ୍ୟ ସ୍ବୀକାର କରିଛନ୍ତି । ଏନେଇ 2024 ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳରୀର ସ୍ବାଧୀନ ପ୍ରାର୍ଥୀ ସଞ୍ଜୟ କୁମାର ରାଉତ କହିଛନ୍ତି ଯେ ଅଭିଯୋଗ ସମ୍ପର୍କେ ଗୋଷ୍ଠୀ ଶିକ୍ଷାଧିକାରୀ ଶିବରାମ ପାତ୍ରଙ୍କୁ ଅଭିଯୋଗ କରାଯାଇଥିଲା । ଏପରି ଏକ ସମ୍ବେଦନଶୀଳ ଘଟଣା ଘଟି ସାତ ଦିନ ବିତି ଯାଇଥିଲେ ମଧ୍ୟ ଶ୍ରୀ ପାତ୍ର ଜାଣି ନଜାଣିବା ଭଳି ଅଭିନ୍ନୟ କରୁଥିବାର କହିଛନ୍ତି ଶ୍ରୀ ରାଉତ । ଗୋଟିଏ ଛାତ୍ର କେମିତି ପଡିଲା, ମଧ୍ୟ ରାତ୍ରରେ ସେ କଣ କରୁଥିଲା ଏସବୁକୁ ନେଇ ନାନାଦି ଆଲୋଚନା ଜୋର୍ ଧରିଥିବା ବେଳେ ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀ ପାତ୍ର ନିଜ ସଫେଇରେ କହିଛନ୍ତି ଯେ ଛାତ୍ର ଜଣ ମୋବାଇଲ ଦେଖି ହୋଷ୍ଟେଲ ଛାତରୁ ସିଡିରୁ ଓହ୍ଲାଉଥିବା ସମୟରେ ପଡିଯାଇଥିଲେ । ତାଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରୁ ତାଙ୍କ ପରିବାର ଲୋକେ ନିଜ ଇଛାରେ ଆନ୍ଧ୍ରରର ଶ୍ରୀକାକୁଲମ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିବା ଏବଂ ଏବେ ସେହି ଛାତ୍ର ଜଣକ ସୁସ୍ଥ ହୋଇ ନିଜ ଘରେ ରହୁଥିବାର ସଫେଇ ଦେଇ ହାତଝାଡିଦେଇଛନ୍ତି ବୋଲି ଶ୍ରୀ ରାଉତ କହିଛନ୍ତି । ତେଣୁ ଏହାର ବିଧିବଧ ତଦନ୍ତ କରାଯାଇ ଦାୟିତ୍ବରେ ଅବହେଳା କରିଥିବା କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବୀ କରିଛନ୍ତି ।
ତେବେ ଗୁରୁତର ଛାତ୍ର ଜଣକ ଗରୀବ ଆଦିବାସୀ ପରିବାରର ହୋଇଥିବା ବେଳେ ତାଙ୍କ ନାମ ପାଉଲ ଗମାଙ୍ଗ ସେ ଚଳିତ ବର୍ଷ ନବମ ଶ୍ରେଣୀରେ ପାସ୍ କରି ଦଶମ ଶ୍ରେଣୀରେ ପଢୁଥିଲେ । ତାଙ୍କର ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ଥାନା ଅନ୍ତର୍ଗତ ରୋଇସିଂ ଗ୍ରାମର ହୋଇଥିବା ବେଳେ ତାଙ୍କ ପିତା କୁଲି କାମ କରି ଆର୍.ଉଦୟଗିରି ଥାନା ଅନ୍ତର୍ଗତ ପରିମଳ ଠାରେ ରହୁଛନ୍ତି । ତେବେ ଗତକାଲି ଗୁରାଣ୍ଡି ସ୍ଥିତ ବିଦ୍ୟାଳୟର ଡ୍ରାଇଂ ପାୱାରରେ ରହିଥିବା ବିଇଓ ଶ୍ରୀ ପାତ୍ରଙ୍କ ସମେତ ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସ୍ବାଧୀନ ପରିଡା, ଆଦିବାସୀ ମହାସଂଘର ସଭାପତି ନୀର ଭୂୟାଁ, ଉପଲଡା ସ୍ଥିତ ଟାଗୋର ମେମୋରିଆଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ୱାଇ.ଧର୍ମାରାଓଙ୍କ ସମେତ ବିଇଓ କାର୍ଯ୍ୟାଳୟର କିରାଣୀ ଅମିତ କୁମାର ସ୍ବାଇଁ ପ୍ରମୁଖ ଗୁରୁତର ଥିବା ଛାତ୍ର ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦେଖିବାପାଇଁ ଯାଇଥିଲେ ଏବଂ ଛାତ୍ର ଜଣଙ୍କୁ ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଇବା ପାଇଁ ଅନୁରୋଧ କରିବା ସହ ଚେରମୂଳୀ ଉପଚାର ଆମ୍ଭେ ଆମ୍ଭ ଇଛାରେ କରୁଛୁ ବୋଲି ଲିଖିତ ପତ୍ର ଦେବା ପାଇଁ ଅଭିଭାବକଙ୍କୁ ପ୍ରବର୍ତ୍ତାଇଥିଲେ । ଏହା ସହ 10 ହଜାର ଟଙ୍କା ଚିକିତ୍ସା ପାଇଁ ଦେଇଥିଲେ । ହେଲେ ଅଭିଭାକ ଜଣକ ଟଙ୍କା ନେବାକୁ ମନା କରିଦେଇଥିବା ବେଳେ ଆପଣ ଲିଖିତ ଭାବେ ଆମ୍ଭ ପିଲାର ଚିକିତ୍ସା କରାଇ ସୁସ୍ଥ କରାଇଦେବେ ବୋଲି କହିଥିଲେ । ହେଲେ ବିଇଓ ଶ୍ରୀ ପାତ୍ର ଓ ତାଙ୍କ ଟିମ୍ ଅଭିଭାବକଙ୍କ କଥାକୁ କାନେଇ ନଥିବା ବେଳେ ସେଠାରୁ ଫେରି ଆସିଥିବାର ଜଣାପଡିଛି । ଘଟଣା ଘଟି ପାଖାପାଖି ସପ୍ତାହେ ହେଲାଣି ଛାତ୍ରଟି ଗୁରୁତର ଆଘାତ ଲାଗି ଛଟପଟ ହେଉଥିବା ବେଳେ କର୍ତ୍ତୃପକ୍ଷଙ୍କ ଏପରି ଖାମଖିଆଲି ମନୋଭାବକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ସ୍ଥାନୀୟ ଅଭିଭାବକ ତଥା ଛାତ୍ରଙ୍କ କକା ଆଦିଆ ଗମାଙ୍ଗ ଏବଂ ପରିବାରବର୍ଗ । ଅନ୍ୟପକ୍ଷରେ ଗୁରୁତର ଛାତ୍ରଙ୍କ ଚିକିତ୍ସା ପ୍ରତି ବିଦ୍ୟାଳୟ ଓ ହୋଷ୍ଟେଲ କର୍ତ୍ତୃପକ୍ଷ ଗୁରୁତ୍ବ ନଦେବା ଏବଂ ଘଟଣାର ତଦନ୍ତ ନକରି ଜିଲ୍ଲା ଶିକ୍ଷାବିଭାଗ ହାତବାରସି ବସିଥିବାର ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ଗଜପତି ଜିଲ୍ଲା ରୁ ଭାସ୍କର ସ୍ବାଇଁ ଙ୍କ ରିପୋର୍ଟ ନ୍ୟାୟବତୀ ଟିଭି ।
