ଅବ୍ୟବସ୍ଥା ମଧ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତିନୋଟି ଦାୟୀତ୍ବରେ ଥାଇ ମଧ୍ୟ ଘରେ ରୋଗୀ ଚିକିତ୍ସାରେ ବ୍ୟସ୍ତ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ।

ଅବ୍ୟବସ୍ଥା ମଧ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତିନୋଟି ଦାୟୀତ୍ବରେ ଥାଇ ମଧ୍ୟ ଘରେ ରୋଗୀ ଚିକିତ୍ସାରେ ବ୍ୟସ୍ତ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ।

ଅବ୍ୟବସ୍ଥା ମଧ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତିନୋଟି ଦାୟୀତ୍ବରେ ଥାଇ ମଧ୍ୟ ଘରେ ରୋଗୀ ଚିକିତ୍ସାରେ ବ୍ୟସ୍ତ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ।

ଗଜପତି,୨୫.୨(ମନୋଜ ପାଢ଼ୀ)–: ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡିଛି ସ୍ବାସ୍ଥ୍ୟସେବା, ଉତ୍କଟ ହେଉଛି ସ୍ବାସ୍ଥ୍ଯ ଚିକିତ୍ସା ସମସ୍ୟା , ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟସେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ଅଞ୍ଚଳବାସୀଙ୍କ ପାଇଁ ଏହା ଉପହାସ ପାଲଟିଛି । ସରକାର ଜିଲ୍ଲାବାସୀଙ୍କ ପ୍ରତି ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି । ଦୁଇ ଦୁଇ ଥର ଜିଲ୍ଲା ଗସ୍ତ ସମୟରେ ସ୍ଥାନୀୟ ଜନ ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତିକ୍ରିୟାରେ ଯଥାଶୀଘ୍ର ଡାକ୍ତର ନିଯୁକ୍ତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମନ୍ତ୍ରୀ କିନ୍ତୁ ନୂତନ ଡାକ୍ତର ନିଯୁକ୍ତି ତ ଦୂରର କଥା କାର୍ଯ୍ୟରତ ୬ ଜଣଙ୍କୁ ଡାକ୍ତରଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରାଯାଇଛି । ଫଳରେ ସ୍ୱାସ୍ଥ୍ୟ ସେବା ସଂପୂର୍ଣ୍ଣ ଅବହେଳିତ ହୋଇ ପଡିଛି ।

ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟର ଅବସ୍ଥା ଏପରି ଥିବା ବେଳେ ବ୍ଲକ ଓ ପଞ୍ଚାଯତ ସ୍ତରରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରତାହମିକ ସ୍ୱାସ୍ଥ୍ୟ କେନ୍ଦ୍ର କିପରି ସ୍ଥିତିରେ ରହିଛି ତାହା ନ କହିବା ଭଲ । ବ୍ଳକ ଓ ପଞ୍ଚାୟତ ସ୍ତରରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ବର୍ଷ ବର୍ଷ ଧରି ଖାଲି ପଡିଥିବା ଡାକ୍ତରୀ ପଦବି ପୂରଣ ହେଉନି । ଅଭିଜ୍ଞ ଡାକ୍ତରଙ୍କ ଅଭାବ ସାଙ୍ଗକୁ ଆବଶ୍ୟକ ଅନୁପାତରେ ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ମଧ୍ୟ ନାହାନ୍ତି । ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ନାହାନ୍ତି ବିଶେଷଜ୍ଞ ଡାକ୍ତର । ପାଖାପାଖି ଗୋଟିଏ ବର୍ଷ ହେଲା ସମସ୍ତ ଜିଲ୍ଲାରେ ଜଣେ ହେଲେ ଶିଶୁ ବିଶେଷଜ୍ଞ ନାହାନ୍ତି | ଦୀର୍ଘ ବର୍ଷ ଧରି ଆବଶ୍ୟକ ଡାକ୍ତର ନଥିବାରୁ ନିରୀହ ଗରିବ ଆଦିବାସୀ ଜନସାଧାରଣ ସ୍ୱାସ୍ଥ୍ୟ ସେବା ପାଇଁ ନାହି ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି | ଦାୟୀତ୍ବରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଘରେ ରୋଗୀ ସେବାରେ ବ୍ୟସ୍ତ ଅଛନ୍ତି । ଏଠି ଜଣେ ମାତ୍ର ଅସ୍ଥି ଶଲ୍ୟ ଡାକ୍ତର ଭାବେ ମେଡିକାଲରେ ତାଙ୍କର ଉପସ୍ଥିତି ଅବଶ୍ୟକତା ରହିଛି ତା ସାଙ୍ଗକୁ ସେ ମେଡିକାଲ ସୁପରିଟେଣ୍ଡେଟ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦାୟିତ୍ଵରେ ମଧ୍ୟ ରହିଛନ୍ତି ତେଣୁ ତାଙ୍କୁ ସମୟର ଅଭାବ ରହିଥିବା ବେଳେ ନିଜ ବାସଭବନରେ କିନ୍ତୁ ନିରନ୍ତର ନିୟମିତ ଚିକିତ୍ସା ଯୋଗାଇ ଆସୁଛନ୍ତି । ସେପଟେ ଆବଶ୍ୟକ ସଂଖ୍ୟକ ବିଶେଷଙ୍ଗ ଡାକ୍ତର ଅଭାବ ରହିଥିବା ବେଳେ ଜିଲ୍ଲାସ୍ତରୀୟ ସରକାରୀ ଚିକିତ୍ସାଳୟ ହୋଇଥିଲେ ହେଁ ଏଠାରେ ଆଇସିୟୁ ଅକର୍ମଣ୍ୟ ହୋଇ ପଡିଛି। ଆଇସିୟୁ ନିମନ୍ତେ ଅବଶ୍ୟକ ସମସ୍ତ ଉପକରଣ ଥାଇ ମଧ୍ୟ ଆଜି ପର୍ଯ୍ୟନ୍ତ ଆଇସିୟୁ କାର୍ଯ୍ୟକ୍ଷମ ହୋଇପାରୁନି । ଅନ୍ୟପଟେ ଆଇସିୟୁ ନିମନ୍ତେ କୋଭିଡ ସମୟରେ ଆସିଥିବା ସମସ୍ତ ସାମଗ୍ରୀ ହସ୍ପିଟାଲ ପରିସରରେ ପଡି ପଡି ନଷ୍ଟ ହେଉଛି । କୋବିଡ ମହାମାରୀ ସମୟରେ ଏଠି ଅକ୍ସିଜେନ ପ୍ଳାଣ୍ଟ ସହ ଅନେକ ଭିତ୍ତିଭୂମୀ ଯୋଗାଇଥିଲେ ସରକାର, ଏପରିକି ଅତ୍ୟାଧୁନିକ ଚିକିତ୍ସା ସାମଗ୍ରୀ, ଉନ୍ନତ ଡାକ୍ତରୀ ବାସଭବନ , ନୂତନ ୩୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କୋଠା ଆଦି ଭିତ୍ତିଭୂମି ଥାଇ ସୁଦ୍ଧା ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ । ବିଭାଗର ପରିଚାଳନା ଗତ ତ୍ରୁଟି ଯୋଗୁ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବିପର୍ଜ୍ଯଷ୍ଟ ହୋଇ ପଡିଛି । ଏ ସମ୍ପକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସାନ୍ତୁନୁ କୁମାର ପାଢୀ ଙ୍କ କହିଛନ୍ତି କ୍ରିଟିକାଲ୍ କେୟାରୟୁନିଟ୍ କାର୍ଯ୍ୟକ୍ଷମ ଅଛି , ଜିଲ୍ଲାର ବର୍ତତ୍ମାନର ସ୍ଥିତି ଅନୁସାରେ ଆଇସିୟୁ କାର୍ଯ୍ୟକ୍ଷମ କରିବା ସମ୍ଭବପର ନୁହଁ । ଡାକ୍ତର ଅବହେଳାରୁ ରୋଗୀ ମୃତ୍ୟୁ ଘଟଣାକୁ ଖଣ୍ଡନ କରିବା ସହ ବାସ ଭବନରେ ରୋଗୀ ଚିକିତ୍ସା ଅଭିଯୋଗର ପ୍ରତିକ୍ରିୟା ରଖୀ କହିଛନ୍ତି ମୋର କାର୍ଯ୍ୟ ସମୟ ପରେ ରୋଗୀ ଆସିଲେ କଣ କରିପାରିବ ।

ଅନ୍ୟ ପକ୍ଷରେ ଜିଲ୍ଲାର ସାତଗୋଟି ବ୍ଲକ , ପାରଳା ସହର ସମେତ ପୋଡ଼ଶୀ ରାୟଗଡ଼ା ଜିଲ୍ଲାର ଗୁଣୁପୁର ଅଞ୍ଚଳର ବାସିନ୍ଦା, ପୋଡ଼ଶୀ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ପୁରୁଣାପାଟଣା, ମେଳିଆପୁଟି ,ଚେପରା, ଅଞ୍ଚଳର ଅଧିକାଂଶ ଲୋକେ ଚିକିତ୍ସା ପାଇଁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଉପରେ ନିର୍ଭର କରନ୍ତି । କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋଟ ୧୨୬ ଡାକ୍ତର ଆବଶ୍ୟକ ରହିଥିବା ବେଳେ ବର୍ତ୍ତମାନ ରହିଛନ୍ତି ମାତ୍ର ୩୬ ଜଣ ଡାକ୍ତର ଅଛନ୍ତି , କେବଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୁହେଁ ଜିଲ୍ଲାରେ ଥିବା ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମଧ୍ୟ ଡାକ୍ତର ପଦବୀ ଖାଲି ପଡିଛି । ଜିଲ୍ଲାରେ ମୋଟ ୩୨୩ ଡାକ୍ତର ଆବଶ୍ୟକ ରହିଥିବା ବେଳେ ଅଛନ୍ତି ମାତ୍ର ୧୨୦ ଜଣ ଡାକ୍ତର । ସେହିଭଳି ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀରୋଗ ବିଶେଷଜ୍ଞ ଓ ଶିଶୁ ବିଶେଷଜ୍ଞ ମଧ୍ୟ ଆବଶ୍ୟକ କିନ୍ତୁ ଗୋଟିଏ ହେଲେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେବି ଶିଶୁ କିମ୍ବା ସ୍ତ୍ରୀ ରୋଗ ବିଶେଷଜ୍ଞ ନାହାନ୍ତି , ଏଭଳି ସ୍ଥିତିରେ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କିଭଳି ଚାଲିଥିବ ସହଜେ ଅନୁମାନ କରାଯାଇପାରେ।

ଯାହାଦ୍ୱାରା ରୋଗୀ ଆସିବା ମାତ୍ରେ ଆନ୍ଧ୍ର କିମ୍ବା ବ୍ରହ୍ମପୁର ରେଫର ହେଉଛନ୍ତି। ଯେଉଁ ରୋଗୀ ଏଠାକୁ ଗୁରୁତର ଅବସ୍ଥାରେ ଆସୁଛନ୍ତି ସେମାନଙ୍କୁ ସିଧା ସଳଖ ବ୍ରହ୍ମପୁର କିମ୍ବା ଅନ୍ୟତ୍ର ଆନ୍ଧ୍ରପ୍ରଦେଶ ହସ୍ପିଟାଲ ଯିବାପାଇଁ ନିର୍ଦ୍ଦେଶ ଦେଉଛନ୍ତି ଡାକ୍ତର। ରୋଗୀ ଏବଂ ସମ୍ପର୍କୀୟ ମାନେ ମଧ୍ୟ ନିଜ ସ୍ବାସ୍ଥ୍ୟକୁ ଠିକ କରିବା ପାଇଁ ବାଧ୍ୟ ହୋଇ ବାହାରକୁ ଯାଉଛନ୍ତି।