ଅବ୍ୟବସ୍ଥା ଘେରରେ ଗାଇବା ଅଙ୍ଗନବାଡ଼ି କେନ୍ଦ୍ର ।

ଅବ୍ୟବସ୍ଥା ଘେରରେ ଗାଇବା ଅଙ୍ଗନବାଡ଼ି କେନ୍ଦ୍ର ।

ଅବ୍ୟବସ୍ଥା ଘେରରେ ଗାଇବା ଅଙ୍ଗନବାଡ଼ି କେନ୍ଦ୍ର ।

ଗଜପତି,୧୮.୩(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗାଇବା ଠାରେ ଅଙ୍ଗନବାଡ଼ି ଏ, ବି, ସି କେନ୍ଦ୍ର ରହିଛି। ଏହି କେନ୍ଦ୍ର ଗୁଡିକ ରେ ବ୍ୟାପକ ଅବ୍ୟବସ୍ଥା ଥିବା ଦେଖା ଯାଉଛି। ଏହି ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ରେ ପିଇବା ପାଣି ସମସ୍ୟା ଥିବାରୁ ବାହାରୁ ପାଣି ଅଣାଯାଉଛି। କେନ୍ଦ୍ର ରେ ପାଣି ଟାଙ୍କି ଥିଲେ ମଧ୍ୟ ପାଣି ଯୋଗାଣ ହେଉନାହିଁ। କେନ୍ଦ୍ର ପରିସର ମଧ୍ୟରେ ବିରାଟ ଗଛ ଥିବାରୁ ପକ୍ଷୀମାନେ ପରିସର ଅପରିଷ୍କାର ହେଉଥିବା ଲକ୍ଷ୍ୟ କରାଯାଇଛି। ବିରାଟ ଗଛ ମଧ୍ୟ ବିପଦ ପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ଶିଶୁ ମାନଙ୍କ ଅଭିଭାବକ ଗଛ ତୁରନ୍ତ କାଟିବା ପାଇଁ ଦାବି କରିଛନ୍ତି। ଏସମ୍ପର୍କ ରେ ପୂର୍ବରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ପ୍ରଶାସନ ନିରବ ରହିଥିବା ଗ୍ରାମବାସୀ କହିବା ସହ ତୁରନ୍ତ ସମସ୍ତ ସମସ୍ୟା ସମାଧାନ ପାଇଁ ପାଉଲ ପାଣି, ପ୍ରବୀଣ ଲିମା, ଅଜିତ୍ ବେବର୍ତ୍ତା ପ୍ରମୁଖ ଗ୍ରାମବାସୀ ପ୍ରଶାସନ କୁ ଗୁହାରି କରିଛନ୍ତି।