ଅବସର ଦିବସରେ ଚୁଡାନ୍ତ ପେନସନ ପ୍ରଦାନ କଲେ ବିଇଓ ରାୟଗଡ଼

ଅବସର ଦିବସରେ ଚୁଡାନ୍ତ ପେନସନ ପ୍ରଦାନ କଲେ ବିଇଓ ରାୟଗଡ଼

ଅବସର ଦିବସରେ ଚୁଡାନ୍ତ ପେନସନ ପ୍ରଦାନ କଲେ ବିଇଓ ରାୟଗଡ଼

ରାୟଗଡ଼ ତା 28.2.2026 ରାୟଗଡ ( ସ୍ୱ ପ୍ର ):ରାୟଗଡ଼ା ବ୍ଳକ ଶିକ୍ଷାଧିକାରୀ ଦାଇତ୍ଵରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନ ଲାଲ ମାଝୀ ଶନିବାର ଦିନ ଅବସର ପ୍ରାପ୍ତ ଦୁଇଜଣ ଶିକ୍ଷକଙ୍କୁ ଅବସରକାଳୀନ ଚୁଡାନ୍ତ ପେନସନ ମଞ୍ଜୁରୀ ପତ୍ର ପ୍ରଦାନ କରିଛନ୍ତି |ଜୟଗୁରୁ ପ୍ରାଥମିକ ବିଦ୍ୟାଳୟରୁ ହରିଶ୍ଚନ୍ଦ୍ର ପୃଷ୍ଟି , କତାଗୁଡା ପ୍ରାଥମିକ ବିଦ୍ୟାଳୟ ରୁ ସୁବାସ ଦାଶ ଶନିବାର ଦିନ ସରକାରୀ ଚାକିରୀରୁ ଅବସର ନେଇଛନ୍ତି | ପୂର୍ବରୁ ଏଥିପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡୁଥିଲା | ଏଣୁ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତଥା ରାୟଗଡ଼ ବ୍ଳକ ଶିକ୍ଷକ ସଂଘ ତରଫରୁ ରାୟଗଡ଼ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ମାଝୀ ଏବଂ ସୌମ୍ୟ ରଞ୍ଜନ ପଣ୍ଡା ସମେତ ତାଙ୍କର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି | ଏହି ଅବସରରେ ଜୟ ଗୁରୁ ପ୍ରାଥମିକ ବିଦ୍ୟାଳୟରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା | ପୌର ଉପାଧ୍ୟକ୍ଷା ସୁଭ୍ରା ପଣ୍ଡା, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଛବିଲାଲ ସିଂ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ନୀଳାଞ୍ଚଳ ମିଶ୍ର, ପୂର୍ବତନ ପ୍ରଧାନ ଶିକ୍ଷକ ଗୌରାଙ୍ଗ ବେବର୍ତ୍ତା, ଘନଶ୍ୟାମ ସାହୁ, ପୂର୍ବତନ ସିଆରସିସି ଜଗତ କୁମାର ବେବର୍ତ୍ତା, ପ୍ରଧାନ ଶିକ୍ଷୟିତ୍ରୀ ଇନ୍ଦିରା ପାଢୀ ପ୍ରମୂଖ ମଞ୍ଚାସୀନ ଥିଲେ | ହରିଶ୍ଚନ୍ଦ୍ର ପୃଷ୍ଟିଙ୍କ ଅତୁଳନୀୟ ଅବଦାନକୁ ଝୋଡ଼ିଆ ସାହି ଅଭିଭାବକ, ପୂର୍ବତନ ଛାତ୍ର ଛାତ୍ରୀ ଓ ପ୍ରଧାନ ଶିକ୍ଷୟିତ୍ରୀ ଇନ୍ଦିରା ପାଢି ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅତିଥି ବୃନ୍ଦ ଉଚ୍ଚ ପ୍ରଶଂସା କରିଥିଲେ | ଅର୍ଥ ଅଭାବ ଛାତ୍ର ଛାତ୍ରୀଙ୍କୁ ଶ୍ରୀ ପୃଷ୍ଟି ଉଚ୍ଚ ଶ୍ରେଣୀରେ ଅଧୟନ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିବା ସହ ବିନା ଶୁଳ୍କରେ ପିଲାଙ୍କୁ ସକାଳ ଓ ସନ୍ଧ୍ୟାରେ ଶିକ୍ଷାଦାନ କରୁଥିଲେ |ଶ୍ରୀ ହରିଶ୍ଚନ୍ଦ୍ରଙ୍କ ଅବସରରେ ଝୋଡ଼ିଆ ସାହି ଓ ପାଖ ସାହିର ଜନସାଧାରଣଙ୍କ ଗଭୀର ଶୋକ ପ୍ରକାଶ କରିଛନ୍ତି | ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷ୍ୟରୁ ଜିଲ୍ଲା ସମ୍ପାଦକ ନୀଳାଞ୍ଚଳ ମିଶ୍ର ଶ୍ରୀ ପୃଷ୍ଟିଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଇନ୍ଦିରା ପାଢି, ଜ୍ୟୋତ୍ସ୍ନା ରାଣୀ ସେନାପତି, ଗୌରହରି ସାହୁ, କିଶୋର କୁମାର ଖୋସ୍ଲା, ଝରଣା ନାୟକ ଓ ବିଦ୍ୟାଳୟ କମିଟି ପ୍ରମୂଖ ମଧ୍ଯ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ | ଶେଷରେ ପିଲାଏ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ |ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ