ଅନ୍ୱେଷା ଯୋଜନା ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କୁ ଛଟେଇ ର ପ୍ରତିବାଦ ।

ଅନ୍ୱେଷା ଯୋଜନା ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କୁ ଛଟେଇ ର ପ୍ରତିବାଦ ।

ଅନ୍ୱେଷା ଯୋଜନା ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କୁ ଛଟେଇ ର ପ୍ରତିବାଦ ।ଗଜପତି,୩୦.୩(ମନୋଜ ପାଢ଼ୀ)- : ଅନ୍ବେଷା ଯୋଜନାରେ କାର୍ଯ୍ୟରତ ୪୮ ଜଣ କର୍ମଚାରୀଙ୍କୁ ଛଟେଇ କରାଯାଉଥିବା ଏବଂ ପୁନଃ ସାକ୍ଷାତକାର ଦେବା ପାଇଁ ନିର୍ଦ୍ଦେଶ ପ୍ରତିବାଦରେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି କର୍ମଚାରୀ ମାନେ । ଏନେଇ ଗଜପତି ଜିଲ୍ଲା ପ୍ରଶାସନ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଆଜି ସନ୍ଧ୍ୟା ସମୟରେ ଭାରତୀୟ ମାନବାଧିକାରୀ ପରିଷଦ ଓଡିଶା ରାଜ୍ୟ ସଭାପତି ଏଲ.କେ. ପାଢୀଙ୍କ ଆହ୍ବାନ କ୍ରମେ ଗଜପତି ଜିଲ୍ଲାରେ ଅନ୍ୱେଷା ଯୋଜନା ଅଧୀନରେ ୪୮ ଜଣ କର୍ମଚାରୀ (ଟ୍ୟୁଟର୍ସ, ମାଟ୍ରନ, ସିସିଏ, ଏଲସିସିଏ) ମାନେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେମାନେ ଜଣାଇଛନ୍ତି ଯେ ହଠାତ୍ ନିଯୁକ୍ତିମୁକ୍ତ କରିବା ଏବଂ ପୁନଃ ସାକ୍ଷାତକାର ପାଇଁ କହିବା ଯାହାକି ଅନ୍ୟାୟ ପ୍ରକ୍ରିୟା ଅଟେ । ୨୦୨୫-୨୦୩୦ ପାଇଁ ଯୋଜନାର ସମ୍ପ୍ରସାରଣ ସତ୍ତ୍ୱେ ପ୍ରାୟ ୧୦ ବର୍ଷ ଧରି ନିରପେକ୍ଷ ସେବା ସହିତ ଦୀର୍ଘକାଳୀନ ସେବା ପ୍ରଦାନ କରୁଥିବା କର୍ମଚାରୀମାନଙ୍କୁ ସ୍ବଳ୍ପମିଆଦି ବିଜ୍ଞପ୍ତି ପ୍ରଦାନ କରାଯାଇ ନିଯୁକ୍ତିମୁକ୍ତ କରିବା ପାଇଁ ପ୍ରୟାସ କରାଯାଇଛି ।

ଏହା ସହ ସମାନ ପଦବୀ ପାଇଁ ନୂତନ ସାକ୍ଷାତକାର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାକି ଅବିଚାର ପଦକ୍ଷେପ ବୋଲି ଅଭିଯୋଗ କରିବା ସହ ଛଟେଇ ହେବାକୁ ଯାଉଥିବା ୪୮ ଜଣକର୍ମଚାରୀମାନେ ପୂର୍ବରୁ ଆନୁଷ୍ଠାନିକ ଚୟନ ପ୍ରକ୍ରିୟା ଦେଇସାରିଛନ୍ତି ଏବଂ ସନ୍ତୋଷଜନକ ଭାବରେ ସେମାନଙ୍କର କର୍ତ୍ତବ୍ୟ ପାଳନ କରୁଛନ୍ତି । ଏପରି ସେମାନେ ଦୀର୍ଘ ୧୦ ବର୍ଷ ଧରି କାର୍ଯ୍ୟ କରିଆସୁଥିବା ବେଳେ ହଟାତ ସେମାନଙ୍କୁ ପୁନଃ ସାକ୍ଷାତକାର ଦେବା ଏବଂ ଏଥିରେ କୃତକାର୍ଯ୍ୟ ନହେଲେ ଚାକିରୀରୁ ଛଟେଇ ହେବା ଏମାନଙ୍କୁ ଚିନ୍ତିତ କରିଛି । ପ୍ରଭାବିତ ହେବାକୁ ଥିବା କର୍ମଚାରୀଙ୍କ ମଧ୍ୟରୁ ବହୁ ସଂଖ୍ୟକ ମହିଳା କର୍ମଚାରୀ ରହିଛନ୍ତି । ଯେଉଁମାନେ ସମ୍ପୂର୍ଣ୍ଣ ଭାବରେ ଏହି କାର୍ଯ୍ୟ ଉପରେ ସେମାନଙ୍କର ଜୀବିକାର ଏକମାତ୍ର ଉତ୍ସ ଭାବରେ ନିର୍ଭର କରନ୍ତି , ଏବଂ ସେମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ତେଣୁ ନ୍ୟାୟର ନୀତି ପାଳନ, ପ୍ରଶାସନିକ କାର୍ଯ୍ୟରେ ସ୍ୱଚ୍ଛତା ଏବଂ ଯଥାର୍ଥତା ରହିବା, ଜୀବିକା ଏବଂ ସାମାଜିକ ସମାନତାର ସୁରକ୍ଷା, ଛାତ୍ରମାନଙ୍କ ପାଇଁ ଶିକ୍ଷାଗତ ସହାୟତାର ନିରନ୍ତରତା, ନିଯୁକ୍ତିର ଆଇନଗତତା ଏବଂ ନିରପେକ୍ଷତା ପରୀକ୍ଷା କରିବା, ନିର୍ଣ୍ଣୟ ଗ୍ରହଣରେ ସ୍ୱଚ୍ଛତା ଏବଂ ସମାନୁପାତିକତା ସୁନିଶ୍ଚିତ କରିବା, ପ୍ରଭାବିତ କର୍ମଚାରୀଙ୍କ ଜୀବିକା ଏବଂ ମର୍ଯ୍ୟାଦାକୁ ସୁରକ୍ଷିତ କରିବା, ନ୍ୟାୟ ଏବଂ ପ୍ରଶାସନିକ ଅଖଣ୍ଡତା ସ୍ୱାର୍ଥରେ ଏକ ନିରପେକ୍ଷ ଏବଂ ଯୁକ୍ତିଯୁକ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ।

ସେପଟେ ପୂର୍ବରୁ କାର୍ଯ୍ୟରତ କର୍ମଚାରୀ ମାନେ ଠିକାରେ ନିଯୁକ୍ତି ପାଇଥିଲେ ବର୍ତମାନ ସରକାର ନିୟମ ରେ ପରିବର୍ତନ ଆଣିଛନ୍ତି , ବିଦ୍ୟାର୍ଥୀ ଙ୍କ ସଂଖ୍ୟା ଅନୁସାରେ କର୍ମଚାରୀ ନିଯୁକ୍ତି ବେବେ , ତାହା ସହ ନୂଆଁ ନିର୍ଦ୍ଧେଶ ନାମା ଆଣିଛନ୍ତି ଯାହାଦ୍ୱାରା ବର୍ତମାନ ଠିକା ପାଇଥିବା ଠିକାଦାର ତାଙ୍କ ହିସାବରେ ନିଯୁକ୍ତିଦେବେ ଜିଲ୍ଲା ସମାଜ ମଙ୍ଗଲ ଅଧିକାରୀ ସଲମୋନ ରାଇକା କହିଛନ୍ତି ।