ଅନ୍ୟ ରାଜ୍ୟ କୁ ଦାଦନ ଯାଇ ମୃତ୍ୟ ବରଣ କରିଥିବା ଯୁବତୀଙ୍କ ମର ଶରୀର ନିଜ ଗ୍ରାମକୁ ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବୀ କଲେ ମୋହନା ବିଧାୟକ ପ୍ରତିନିଧି ଓ ବ୍ଲକ କଂଗ୍ରେସ ସଭାପତି ।

ଗଜପତି, ( ମନୋଜ ପାଢ଼ୀ)ଗଜପତି ଜିଲ୍ଲା ଅନ୍ତର୍ଗତ ଦାମଦୁଆ ଗ୍ରାମ ପଞ୍ଚାୟତ ର ୬ ନମ୍ବର ୱାର୍ଡ କିରିମ୍ବା ଗ୍ରାମର କିସ୍ତ ମଲ୍ଲିକ ଙ୍କ ପ୍ରଥମ କନ୍ୟା ଅନିତା ମଲ୍ଲିକ (୩୪)ବର୍ଷ ଗତ ତିନି ବର୍ଷ ପୂର୍ବେ ଦାଦନ ଖଟିବା ନିମନ୍ତେ ସୁଦୂର ମୁମ୍ବାଇ ଯାଇଥିଲେ। ଦୀର୍ଘ ତିନି ବର୍ଷ ଧରି ସେ ଯେଉଁ କମ୍ପାନୀ ରେ କାର୍ଯ୍ୟ କରୁଥିଲେ ସେହି କମ୍ପାନୀ ନିକଟରେ ଏକ ଭଡ଼ା ଘର ନେଇ ସାଙ୍ଗ ସାଥି ଙ୍କ ସହ ମିଶି ରହୁଥିଲେ। ଚଳିତ ମାସ ୧୦ତାରିଖ ଦିନ ସେ କୌଣସି କାରଣ ବଶତଃ କାର୍ଯ୍ୟ କରିବାକୁ ନ ଯାଇ ବସା ଗୃହରେ ଥିଲେ ଏବଂ ତାଙ୍କ ସହ ରହୁଥିବା ସବୁ ସାଙ୍ଗ ମାନେ ନିଜ ନିଜ କର୍ମ କ୍ଷେତ୍ର କୁ ଯାଇ ସନ୍ଧ୍ୟା ସମୟରେ ଘରକୁ ଫେରିଥିଲେ। ସମସ୍ତ ସାଙ୍ଗ ଘରକୁ ଫେରି ଦେଖନ୍ତି ଘରେ ଅନିତା ମୃତ୍ୟ ବରଣ କରିଛି। ଏହି ବିଷୟ ସାଙ୍ଗ ମାନେ ଘରକୁ ଖବର ଦେଇଥିଲେ। ଏହି ଖବର ପାଇ ଘର ଲୋକ ଦୁଃଖ ରେ ଭାଙ୍ଗି ପଡ଼ିଥିବା ବେଳେ ପରିବାର ଅତି ଗରିବ ଶ୍ରେଣୀର ହୋଇ ଥିବାରୁ କିପରି ଶବ ଘରକୁ ଆସିବ ଚିନ୍ତାରେ ଥିବା ଦେଖିବାକୁ ମିଳିଛି। ଏହି ଖବର ସ୍ଥାନୀୟ ବିଧାୟକ ଦାଶରଥି ଗମାଙ୍ଗ ପାଇ ନିଜ ମୋହନା ବ୍ଲକ ପ୍ରତିନିଧି ଚିତ୍ତରଞ୍ଜନ ନାୟକ ଏବଂ ମୋହନା ବ୍ଲକ କଂଗ୍ରେସ ସଭାପତି ରମେଶ ବିଷୋୟୀ ଙ୍କୁ ଜଣାଇ ଜିଲ୍ଲାପାଳ ଙ୍କୁ ଅବଗତ କରାଇ ଶବ ନିଜ ଗ୍ରାମ କିରିମ୍ବା କୁ ଆଣିବା ବ୍ୟବସ୍ଥା କରିବାକୁ କହିଥିଲେ। ଦୁହେଁ ଏହି ଖବର ବିଧାୟକ ଙ୍କ ଠାରୁ ଶୁଣି ଗଜପତି ଜିଲ୍ଲାପାଳ ଙ୍କୁ ଇମେଲ ମାଧ୍ୟମରେ ମୃତ୍ୟୁ ବରଣ କରିଥିବା ଅନିତା ଙ୍କ ଶବ ଆଣିବା ନିମନ୍ତେ ଅନୁରୋଧ କରିଛନ୍ତି।

ମୃତ୍ୟ ବରଣ କରିଥିବା ଯୁବତୀ ଜଣକ ଘରର ଏକ ରୋଜଗାରିଆ ଝିଅ ଥିଲେ। ଏହି ପରିବାର ଙ୍କୁ କ୍ଷତି ପୂରଣ ଦେବାକୁ ଦୁଇ ପ୍ରତିନିଧି ଅନୁରୋଧ କରିଛନ୍ତି। ଏହା ସଙ୍ଗେ ମୃତ୍ୟୁ ବରଣ କରିଥିବା ଯୁବତୀ ଜଣକ ଗତ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ପ୍ରତିଦ୍ବନ୍ଦିତା କରି ତୃତୀୟ ସ୍ଥାନରେ ଥିଲେ ବୋଲି ଜଣାପଡିଛି।ସ୍ଥାନୀୟ ସରପଞ୍ଚ ରାଜ କିଶୋର ମଲ୍ଲିକ ଏବଂ ସମିତି ସଭ୍ୟ ଅନନ୍ତ ମଲ୍ଲିକ ମଧ୍ୟ ଶବ ଘରେ ପହଞ୍ଚାଇବା ନିମନ୍ତେ ଦାବୀ କରିଛନ୍ତି।