ଅଡଗାଁ ସମବାୟ ସମିତି ର ବାର୍ଷିକୋତ୍ସବରେ ରକ୍ତ ଦାନ ଶିବିର୩୨ୟୁନିଟ ରକ୍ତ ସଂଗୃହୀତ

ଅଡଗାଁ ସମବାୟ ସମିତି ର ବାର୍ଷିକୋତ୍ସବରେ ରକ୍ତ ଦାନ ଶିବିର୩୨ୟୁନିଟ ରକ୍ତ ସଂଗୃହୀତ

ଅଡଗାଁ ସମବାୟ ସମିତି ର ବାର୍ଷିକୋତ୍ସବରେ ରକ୍ତ ଦାନ ଶିବିର୩୨ୟୁନିଟ ରକ୍ତ ସଂଗୃହୀତବରଗଡ-(ଭବାନୀ ଶଙ୍କର ପାଢ଼ୀ) ତା-୩୦-୦୩-୨୦୨୫ରିଖ (ସୋମ ବାର)ଅଡଗାଁ ପ୍ରାଥମିକ କୃଷି ସମବାୟ ସମିତି ର ବାର୍ଷିକୋତ୍ସବ ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଳିପାଲି ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଚାଷୀ ମାନଙ୍କୁ ନେଇ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଆମ ଅଞ୍ଚଳ ର ବୀର ଶହିଦ ରଞ୍ଜନ ଦାଶ ଙ୍କ ଦଶତମ ଶହିଦ ଦିବସ ଅବସର ରେ ତାଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ କରି, ନୀରବ ପ୍ରାର୍ଥନା କରିବା ପରେ ସମବାୟ ସମିତି ର ସଭାପତି ଅଶ୍ବିନୀ ତ୍ରୀପାଠୀ ଙ୍କ ସଭାପତିତ୍ବ ରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ସମିତି ତରଫ ରୁ ଋଣ ଲଗାଣ ଋଣ ଅସୁଲି ବିଷୟ ରେ ଆଲୋଚନା ହେବା ସହ ଶ୍ରେଷ୍ଠ ଦଶ ଜଣ ଚାଷୀ ଙ୍କୁ ମାନ ପତ୍ର, ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅଡଗାଁ ପେକ୍ସ ର ସମ୍ପାଦକ ଜଗବନ୍ଧୁ କଲତା, ପ୍ରଶାନ୍ତ ପୁଝାରୀ, ସଞ୍ଜୀବ ପାତ୍ର, ସୁରେନ୍ଦ୍ର ସାହୁ, ଡାଇରେକ୍ଟର କ୍ଷୀରୋଦ୍ର ସାହୁ ମଞ୍ଚାସୀନ ଥିଲେ।ଏହି ଅବସରରେ ଅଡଗାଁ ପ୍ରାଥମିକ କୃଷୀ ସମବାୟ ସମିତି ଓ ନିଷ୍ଠା ପରିବାର ର ମିଳିତ ଉଦ୍ୟମ ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ସମିତି ର ସଭାପତି ଶ୍ରୀ ଅଶ୍ୱିନୀ ତ୍ରିପାଠୀ ଓ ସମ୍ମାନୀତ ଅତିଥି ଭାବରେ ସମ୍ପାଦକ ଜଗବନ୍ଧୁ କଲତା, ଡାଇରେକ୍ଟର କ୍ଷିରୋଦ୍ର ସାହୁ  ଫିତା କାଟି ଶୁଭାରମ୍ଭ କରିଥିଲେ।

ଏହି ଶିବିରରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ #୩୨ୟୁନିଟ୍ ରକ୍ତ ସଂଗୃହୀତ ହୋଇ ଶହିଦ ରଞ୍ଜନ ଦାଶ ଙ୍କ ସ୍ମୃତି ରେ ଅର୍ପଣ କରାଯାଇଥିଲା।ପରିଶେଷ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ନିଷ୍ଠା ପରିବାର ତରଫ ରୁ ସମିତି ର ସଭାପତି ଶ୍ରୀ ଅଶ୍ୱିନୀ ତ୍ରିପାଠୀ ଓ ଅନ୍ୟ କର୍ମଚାରୀ ମାନଙ୍କୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ରକ୍ତ ଦାନ ଶିବିର କୁ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ଓ ଅଡଗାଁ ପ୍ରାଥମିକ କୃଷୀ ସମବାୟ ସମିତି ର କର୍ମଚାରୀ ମାନେ ସୁପରିଚାଳନା କରିଥିଲେ।ନିଷ୍ଠା ପରିବାର ତରଫ ରୁ ସମସ୍ତ ରକ୍ତଦାତା,ଶୁଭେଛୁ, ସହଯୋଗୀ ସମସ୍ତ ଙ୍କୁ ବହୁତ ବହୁତ ଧନ୍ୟବାଦ।