ଅଟ ଦୁର୍ଘଟଣାରେ ୩ଜଣ ଗୁରୁତର ଆହତ ।

ଅଟ ଦୁର୍ଘଟଣାରେ ୩ଜଣ ଗୁରୁତର ଆହତ ।

ଅଟ ଦୁର୍ଘଟଣାରେ ୩ଜଣ ଗୁରୁତର ଆହତ ।

ଗଜପତି (ମନୋଜ ପାଢ଼ୀ) ଗଜପତି ଜିଲ୍ଲା ରା,ଉଦୟଗିରି ଥାନା ପାରିଭେଟା ଗ୍ରାମ ନିକଟସ୍ଥ ଘାଟି ଠାରେ ଅଟ ଦୁର୍ଘଟଣାରେ ୩ଜଣ ଗୁରୁତର ଆହତ ଅଧକ ଚିକିତ୍ସା ବ୍ରହ୍ମପୁର ପାଠାଗଲା । ରା,ଉଦୟଗିରି ଥାନା ଅନ୍ତର୍ଗତ ପାରିଭେଟା ଗ୍ରାମର ଏକ ଅଟରେ ୮ଜଣ ଯାତ୍ରୀଙ୍କୁ ଧରି ରା,ଉଦୟଗିରି କୌଣସି କାମରେ ଆସିଥିଲେ ।

କାମ ସରେଇ ପାରିଭେଟା ଗ୍ରାମକୁ ଫେରୁଥିବା ସମୟରେ ଗ୍ରାମ ଠାରୁ ଅଳ୍ପ ଦୂରେ ଥିବା ଏକ ଘାଟି ରାସ୍ତା ଠାରେ ଅଟ ଭାରସମ୍ୟ ହରଇ ଅଟଟି ଦୁର୍ଘଟଣା ଘଟିଥିଲା । ଏଥିରେ ଥିବା ୮ଜଣ ଆହତ ହୋଇଥିଲେ । ଅଟ ଥିବା ଅହତ ଯାତ୍ରୀମାନେ ହେଲେ ପାରିଭେଟା ଗାଁର ଜନାଥନ ବଡରଇତ (35), ସୀମାନି ଭୂୟାଁ(32), ଯାଇମନ ଭୂୟାଁ (20) ବିମିତା ଭୂୟାଁ(21) ଗାଇଟା ଗମାଙ୍ଗ(27), ଜମେଶ ବଡରଇତ (50), ମାନନୀତ ଭୂୟାଁ(22) ଓ ଜୋନ ଗମାଙ୍ଗ(60) ଆହତ ମାନଙ୍କୁ ସ୍ଥାନୀୟ ଲୋକେ ରା,ଉଦୟଗିରି ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ ।

ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରମାନେ ସମସ୍ତଙ୍କୁ ଚିକିତ୍ସା କରି ସେଥିରୁ ୩ ଜଣ ପାରିଭେଟା ଗାଁର ସୀମାନି ଭୂୟାଁ, ଯାଇମନ ଭୂୟାଁ ଓ ଜମେଶ ବଡରଇତ ଗୁରୁତର ପ୍ରାଥମିକ ଚିକିତ୍ସା ସେମାନଙ୍କୁ ଆମ୍ବୁଲାନ୍ସ ଦ୍ବାରା ବ୍ରହ୍ମପୁର ମେଡିକାଲକୁ ଅଧିକ ଚିକିତ୍ସା ପଠାଯାଇଥିଲେ। ଏହି ଦୁର୍ଘଟଣା ନେଇ ସ୍ଥାନୀୟ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ । ଦୁର୍ଘଟଣା ହୋବା ଅଟକୁ ପୁଲିସ ଧରବା ସଖ୍ୟମ ହୋଇପାରିନାହିଁ ।

ଏହି ବିଷୟ ନେଇ ସ୍ଥାନୀୟ ପୁଲିସ ଅଧିକାରୀଙ୍କୁ ଆମ ପ୍ରତିନୀଧି ଯୋଗାଯୋଗା କରିବାରୁ ପୁଲିସ କରିଥିଲେ ସେମାନେ ଥାନାରେ କୌଣସି ଏତଲା ଦେଇନାନ୍ତି କି ଦୁର୍ଘଟଣାଗଗ୍ରସ୍ତ ଅଟକୁ ଉଠାଇ ନେଇଯାଇଛନ୍ତ ବୋଲି କହିଛନ୍ତି ।