ଅଜଣା ଗାଡି ଧକ୍କାରେ ବାପା ମୃତ୍ୟୁ ପୁଅ ଆହତ ।
ଗଜପତି,(ମନୋଜ ପାଢ଼ୀ)- :ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ରାଣୀପେଣ୍ଠ ନିକଟରେ ଏକ ପିକପ ଭ୍ୟାନ ବାଇକକୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ଘଟିଛି , ମୃତକ ହେଉଛନ୍ତି କାଶିନଗର ବିଜ୍ଞାପିତ ପରିଷଦ ଅଞ୍ଚଳର ବାରିକ ଖାରଡା (୫୬) ହୋଇଥିବା ସୂଚନା । ସକାଳୁ ସକାଳୁ ତାଙ୍କ ପୁଅ ଶଙ୍କର ସହ କାଶୀନଗରରୁ କୌଣସି କାର୍ଯ୍ୟରେ ଜିରାଙ୍ଗ ଯାଉଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ପିକଅପ ଭ୍ୟାନ ଧକ୍କା ଦେବା ଦେଇଥିଲା ଫଳରେ ଉଭୟ ଛିଟିକି ହୋଇ ରାସ୍ତା ଉପରେ ପଡି ଯାଇଥିଲେ ପୁଅ ଶଙ୍କର ସାମାନ୍ୟ ଆହତ ହୋଇଥିବା ବେଳେ ବାପାର ଘଟଣା ସ୍ଥଳରେ ମୃତୁ ଘଟିଥିଲା । ଖବର ପାଇ ପାରଳାଖେମୁଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ପୋଲିସ ୬୪/ ୨୬ ରେ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଛି । ଯଥା ଶୀଘ୍ର ଦୃଘଟଣା ଘଟିଥିବା ଗାଡିକୁ ଚିହ୍ନଟ କରଜୀବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
