ଅଙ୍ଗନବାଡ଼ି କର୍ମୀ ସାଜିଛନ୍ତି ମନରେଗା ଶ୍ରମିକଚାକିରି କରି ଦରମା ନେଉଛନ୍ତି, ଶ୍ରମିକ ଭାବେ ମଜୁରି ବି ପାଉଛନ୍ତି ।

ଅଙ୍ଗନବାଡ଼ି କର୍ମୀ ସାଜିଛନ୍ତି ମନରେଗା ଶ୍ରମିକଚାକିରି କରି ଦରମା ନେଉଛନ୍ତି, ଶ୍ରମିକ ଭାବେ ମଜୁରି ବି ପାଉଛନ୍ତି ।

ଅଙ୍ଗନବାଡ଼ି କର୍ମୀ ସାଜିଛନ୍ତି ମନରେଗା ଶ୍ରମିକଚାକିରି କରି ଦରମା ନେଉଛନ୍ତି, ଶ୍ରମିକ ଭାବେ ମଜୁରି ବି ପାଉଛନ୍ତି ।ଗଜପତି,୧୧.୨(ମନୋଜ ପାଢ଼ୀ):-ଅଙ୍ଗନବାଡ଼ି କର୍ମୀ ସାଜିଛନ୍ତି ମନରେଗା ଯୋଜନାର ଶ୍ରମିକ| ଗୋଟିଏ ପଟେ ଚାକିରି କରି ମାସକୁ ମାସ ଦରମା ପାଉଛନ୍ତି। ଅନ୍ୟପଟେ ଶ୍ରମିକ ସାଜି ମଜୁରି ବି ନେଉଛନ୍ତି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅଧୀନ ଏକ ଗ୍ରାମରେ କାର୍ଯ୍ୟରତ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ ଏଭଳି ସଂଗିନ ଅଭିଯୋଗ ଆସିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଗୋଷାଣୀ ବ୍ଲକ୍ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ନମିତା ମହାରଣା କହିଛନ୍ତି, ଅଭିଯୋଗ ଅଧାରରେ ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ଠାରୁ କୈଫିୟତଗତଲବ କରାଯାଇଛି। ଏହାସହ ବିଡିଓଙ୍କୁ ମଧ୍ୟ ଅବଗତ କରାଯାଇଛି । ଯଦି ଅଭିଯୋଗର ସତ୍ୟତା ଥାଏ ତା’ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

ଅଙ୍ଗନବାଡ଼ି କର୍ମୀଜଣକ ୨୦୨୩ରେ କାର୍ଯ୍ୟରେ ଯୋଗ ଦେଇଥିଲେ। କିନ୍ତୁ, ସେହିବର୍ଷ ସେପ୍ଟେମ୍ବର ମାସରେ ମନରେଗା ଯୋଜନାରେ ୧୨ ଦିନ, ଅକ୍ଟୋବରରେ ୩୧ ଦିନ, ନଭେମ୍ବରରେ ୨୯ ଦିନ, ଡିସେମ୍ବରରେ ୩୧ ଦିନ ଓ ୨୦୨୪ରେ ୩୬୩ ଦିନ ଶ୍ରମିକ ଭାବେ କାମ କରି ମଜୁରି ପାଇଛନ୍ତି। ଏଭଳିକି, ୨୦୨୫ରେ ମଧ୍ୟ ସେ ୧୨,୭୦୦ ଟଙ୍କା ପାଇଥିବା ଜଣାପଡ଼ିଛି। ତେବେ, ପ୍ରଶ୍ନ ଉଠୁଛି ଯେ ଜଣେ କିଭଳି ଦୁଇଟି କାର୍ଯ୍ୟରେ ଯୋଗ ଦେଇ ଉଭୟରୁ ଅର୍ଥ ନେଇ ପାରିଲେ ଏଣୁ, ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ତାଙ୍କୁ ଚାକିରିରୁ ବହିଷ୍କାର କରିବାକୁ ଦାବି ହୋଇଛି। ସେହିଭଳି, ଅଙ୍ଗନବାଡ଼ି କେନ୍ଦ୍ରକୁ ଆସୁଥିବା ଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଗାଁର ପିଲା ଏବଂ ଗର୍ଭବତୀଙ୍କୁ ମଧ୍ୟ ସଠିକ ଭାବରେ ବଣ୍ଟନ କରାଯାଉ ନଥିବା ଅଭିଯୋଗ ହୋଇଛି | ଜିଆରଏସଙ୍କ ଜାଣତରେ ଏଭଳି ଦୁର୍ନୀତି କରି ସରକାରୀ ଟଙ୍କା ହଡ଼ପ କରାଯାଉଥିବାରୁ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ ହେବା ପାଇଁ ଲୋକେ ଦାବି କରିଛନ୍ତି।