ଅଖିଳ ଭାରତୀୟ ସାହିତ୍ୟ ପରିଷଦ,ଓଡ଼ିଶା,ଗଜପତି ଶାଖାର ଜିଲ୍ଲା ବୈଠକ ଅନୁଷ୍ଠିତ।

ଅଖିଳ ଭାରତୀୟ ସାହିତ୍ୟ ପରିଷଦ,ଓଡ଼ିଶା,ଗଜପତି ଶାଖାର ଜିଲ୍ଲା ବୈଠକ ଅନୁଷ୍ଠିତ।

ଅଖିଳ ଭାରତୀୟ ସାହିତ୍ୟ ପରିଷଦ,ଓଡ଼ିଶା,ଗଜପତି ଶାଖାର ଜିଲ୍ଲା ବୈଠକ ଅନୁଷ୍ଠିତ।

ଗଜପତି,୧୨.୨(ମନୋଜ ପାଢ଼ୀ):- ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଅନ୍ତର୍ଗତ ମହେନ୍ଦ୍ର ତନୟା ସାହିତ୍ୟ ସଂସଦର ଜିଲ୍ଲା ବୈଠକ ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟା ଡ଼ଃ କଲ୍ୟାଣୀ ମିଶ୍ରଙ୍କ ବାସଭବନରେ ସଭାପତି ଆଶାଲତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମହେନ୍ଦ୍ର ତନୟା ସାହିତ୍ୟ ସଂସଦର ବରିଷ୍ଠ ସଦସ୍ୟ ସ୍ୱର୍ଗତ ଅରକ୍ଷିତ ଜେନାଙ୍କ ବିୟୋଗରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ବୈଠକରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶାର ପୁନଃର୍ଗଠନରେ ଡ଼ଃ କଲ୍ୟାଣୀ ମିଶ୍ରଙ୍କୁ ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟା ଓ ରାଜେନ୍ଦ୍ର କୁମାର ରଥଙ୍କୁ ସମ୍ପାଦକ ଭାବେ ମନୋନୀତ କରାଯାଇଥିବାରୁ ଗଜପତି ଶାଖା ତରଫରୁ ଦୁଇ ଜଣଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ମହେନ୍ଦ୍ର ତନୟା ସାହିତ୍ୟ ସଂସଦର ପୁନଃର୍ଗଠନ କରାଯାଇଥିଲା। ଆଶାଲତା ପାଣିଗ୍ରାହୀ, ସଭାପତି, ମନୋଜ କୁମାର ପଣ୍ଡା, ଉପ ସଭାପତି, ସରୋଜ କୁମାର ପଣ୍ଡା, ସମ୍ପାଦକ, ମନୋଜ କୁମାର ପଟ୍ଟନାୟକ ଯୁଗ୍ମ ସମ୍ପାଦକ, ସ୍ନିଗ୍ଧା ମିଶ୍ର ଯୁଗ୍ମ ସମ୍ପାଦିକା, ଗୌରହରି କରସୁଧା ପଟ୍ଟନାୟକ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ।

ଏଥି ସହିତ ଚାରିଗୋଟି ବିନ୍ଦୁ ଯଥା ଲୋକ ସାହିତ୍ୟ ବିଭାଗର ସଂଯୋଜିକା ଭାବେ ମୀନା କୁମାରୀ ଟହଲ, ଅନୁବାଦ ସାହିତ୍ୟ(ହିନ୍ଦି) ସଂଯୋଜିକା ଭାବେ ସଙ୍ଗୀତା ପାତ୍ର, ଶିଶୁ ସାହିତ୍ୟ ସଂଯୋଜିକା ଭାବେ ବବିତା ପୁରୋହିତ, ସାହିତ୍ୟ ପରିକ୍ରମା ସଂଯୋଜିକା ଭାବେ ଅଞ୍ଜନା ପଟ୍ଟନାୟକ, ପାଠାଗାର ବ୍ୟବସ୍ଥା ପାଇଁ ମୂରଲୀଧର ପରିଚ୍ଛା ମନୋନୀତ ହୋଇଥିଲେ। ବୈଠକରେ ବାର୍ଷିକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଥିଲା। ସାହିତ୍ୟ ସଂସଦର କଳେବର ବୃଦ୍ଧି ନିମନ୍ତେ ନୂତନ ସଦସ୍ୟଙ୍କୁ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ଏବଂ ତିନି ଜଣ ସଭ୍ୟ ନୂତନ ସଦସ୍ୟତା ଗ୍ରହଣ ନିମନ୍ତେ ସହମତି ପ୍ରକାଶ କରିଥିଲେ। ଉକ୍ତ ବୈଠକରେ ସାହିତ୍ୟ ସଂସଦର ସମସ୍ତ ସଦସ୍ୟ/ସଦସ୍ୟା ଯୋଗ ଦେଇଥିଲେ। ବୈଠକ ଶେଷରେ କାର୍ଯ୍ୟକାରିଣୀ ସଦସ୍ୟା ଡ଼ଃ କଲ୍ୟାଣୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।