ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜିଲିବା ଗ୍ରାମ ନିକଟରେ ଧାନମଳା ଯନ୍ତ୍ର ଲାଗିଥିବା ଏକ ଟ୍ରାକ୍ଟର୍ କୁ ଗୋଟିଏ ହାଇୱା ଧକ୍କା ଦେବା ଫଳରେ ଟ୍ରାକ୍ଟରର ଇଞ୍ଜିନ୍ ଦୁଇଫାଳ ହୋଇଯାଇଛି I ସୂଚନା ପ୍ରକାରେ ଜିଲିବା ଗ୍ରାମର ନିରଞ୍ଜନ ବିଷୋୟୀଙ୍କ ଧାନମଳା ଯନ୍ତ୍ର ସହ OD32A6559 ନମ୍ବର ବିଶିଷ୍ଟ ଏକ ଟ୍ରାକ୍ଟର୍ ବିଲକୁ ଧାନ ମଳିବା ପାଇଁ ଯାଉଥିଲା ବେଳେ ଏହି ସମୟରେ ବାଲିପଦର ପଟୁ ଗୋଡ଼ି ବୋଝେଇ ରାଇକିଆ ଯାଉଥିବା OD32F3515 ନମ୍ବର ବିଶିଷ୍ଟ ଗୋଟିଏ ହାଇୱା ପଛପଟୁ ଧକ୍କା ଦେଇଥିଲା I ହାଇୱା ମାଡ଼ରେ ଟ୍ରାକ୍ଟରଟିର ଇଞ୍ଜନ୍ ଦୁଇଫାଳ ହୋଇଯିବା ସହିତ ଟ୍ରାକ୍ଟର୍ ଚାଳକ ସାମାନ୍ୟ ଆହତ ହୋଇଛନ୍ତି I ଖବର ପାଇ ବେଲଗୁଣ୍ଠା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତ।
ହାଇୱ। ଧକ୍କାରେ ଟ୍ରାକ୍ଟର ଇଞ୍ଜିନ ଦୁଇ ଭାଗ।
November 29, 2025

Previous Article
Next Article

ଗଜପତିରେ ଏକ ବିରଳ ବାହାଘର….. ପ୍ରେମ ପାଇଁ ସାତସମୁଦ୍ର ପାର ହୋଇ ୟୁରୋପରୁ ଆସିଲେ ଯୁବତୀ, ହିନ୍ଦୁରୀତି ଅନୁଯାୟୀ ଓଡ଼ିଆପୁଅକୁ ବାହା ହୋଇ ଏନା ହେଲେ ଅନନ୍ୟା
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରକାଶ ଜୟସୱାଲଙ୍କ ୮୧ ବର୍ଷ ବୟସରେ ପରଲୋକ ହୋଇଛି




