ସରସ୍ବତୀ ବିଦ୍ୟାମନ୍ଦିର ସଂପାଦକ ଗଣତନ୍ତ୍ର ଦିବସରେ ସମ୍ବର୍ଦ୍ଧିତ ସେମିଳିଗୁଡା.ତାରିଖ ୨୬,୧,୨୦୨୬,ନାଲକୋ ଦାମନଯୋଡିର ନେତାଜୀ ଷ୍ଟାଡିୟମଠାରେ ଅନୁଷ୍ଠିତ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ନାଲକୋ ତରଫରୁ ଦାମନଯୋଡି ସରସ୍ବତୀ ବିଦ୍ୟାମନ୍ଦିର ସଂପାଦକ ଡକ୍ଟର ଚିତ୍ତରଞ୍ଜନ ମିଶ୍ରଙ୍କୁ ତାଙ୍କର ସମର୍ପିତ କାର୍ଯ୍ଯ ଓ ସେବା ମନୋବୃତ୍ତି ପାଇଁ ସମ୍ବର୍ଦ୍ଧିତ କରାଯାଇଛି। ଡକ୍ଟର ମିଶ୍ର ସେମିଳିଗୁଡା ମହାବିଦ୍ୟାଳୟର ରାଜନୀତି ବିଭାଗ ମୂଖ୍ଯ ରହି ଅବସରଗ୍ରହଣ କରିଛନ୍ତି। ୧୩ବର୍ଷ ଧରି ସେ ଦାମନଯୋଡି ସରସ୍ବତୀ ବିଦ୍ୟାମନ୍ଦିର ପରିଚାଳନା କମିଟିର ସଂପାଦକ ଭାବରେ ନିଷ୍ଠାପର ଭାବରେ ଦାୟିତ୍ବ ନିର୍ବାହ କରିଛନ୍ତି। ତାଙ୍କ ସମୟରେ ବିଦ୍ୟାମନ୍ଦିରର ଅନେକ ଦୃଷ୍ଟାନ୍ତ ମୂଳକ ବିକାଶ ହୋଇଛି। ଶିକ୍ଷା ବିକାଶ ସମିତି କୋରାପୁଟର ସଂକୁଳ ପ୍ରମୂଖ ଭାବରେ ସେ ଛ ବର୍ଷ ଧରି ଦାୟିତ୍ବ ତୁଲାଇ ଥିଲେ।
ଏତଦବ୍ୟତୀତ ଶ୍ରୀ ମିଶ୍ର ଅନେକ ସାମାଜିକ ଅନୁଷ୍ଠାନ ଓ କାର୍ଯ୍ଯରେ ସମ୍ପୃକ୍ତ ରହିଛନ୍ତି। ନାଲକୋର କାର୍ଯ୍ଯ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସାମଲ,ଅନୁଗୁଳ ନାଲକୋର ପୂର୍ବତନ କାର୍ଯ୍ଯ ନିର୍ବାହୀ ଅଧିକାରୀ ଭୀମସେନ ପ୍ରଧାନ, ମାନବସମ୍ବଳ ମୂଖ୍ଯ ପ୍ରବନ୍ଧକ ଆନନ୍ଦ ବାସୁ,ସିଆଇଏସଏଫ କମାଣ୍ଡାଣ୍ଟ ସତ୍ଯଦେବ ଆର୍ଯ୍ଯ ଉପସ୍ଥିତ ରହି ଡକ୍ଟର ମିଶ୍ରଙ୍କୁ ଉପଢୌକନ ଓ ଫଳକ,ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିର ପରିଚାଳନାକମିଟିର ସଭାପତି ଶ୍ରୀ ପୁରୁଷୋତ୍ତମ ମହନ୍ତ, ଅନ୍ଯାନ୍ଯ ସମସ୍ତ ସିଜେଏମ,ଜିଏମ୍,ଡିଜିଏମ୍, ଡିପିଏସ ଓ ଏସଭିଏମର ଅଧ୍ୟକ୍ଷ, ମେଡିଆ ହାଉସ, ଜନସାଧାରଣ ଉପସ୍ଥିତ ଥିଲେ। ଏହି ଅବସରରେ ଡକ୍ଟର ମିଶ୍ର କହିଥିଲେ ଯେ,ଏହି ସମ୍ମାନ ତାଙ୍କ ପାଇଁ ଏକ ପ୍ରେରଣାର ଓ ସେ ବିଦ୍ୟାମନ୍ଦିର ପ୍ରତି ତାଙ୍କର ସମର୍ପିତ କାର୍ଯ୍ଯ ଜାରି ରଖିବେ। ।

