ମାମଲା ଖୁବ ଶୀଘ୍ର ସମାଧାନରେ ଜ଼ିଲ୍ଲା ରେ ବିଷମକଟକ ଥାନା ପ୍ରଥମ ଦ୍ୱତୀୟ ରେ କାଶୀପୁର ଥାନା
ରାୟଗଡ଼ (ଅମୁଲ୍ୟ ନିଶଙ୍କ )ବର୍ଷ ପାଇଁ ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାଙ୍କି ନେଟୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନଏସ) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ଗ୍ୟାଙ୍କି କିଂ ପ୍ରକାଶ ପାଇଛି I ଏଥିରେ ଜନସାଧାରଣଙ୍କୁ ଜମ ଣଙ୍କୁ ହାତପାଅନ୍ତାରେ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସେବା ଯୋଗାଇବା ସହିତ ସହିତ ଅନଲାଇନରେ ମାମଲା ପଞ୍ଜୀକରଣ ଓ ସେଗୁଡିକର ତ୍ବରିତ ସମାଧାନ କରିବା ଦିଗରେ ପ୍ରକାଶ ପାଇ ପାଇଥିବା ଜିଲାସ୍ତରୀୟ ରିପୋର୍ଟ ପାର୍ଟରେ ପ୍ରଥମରେ ରହିଛି ବିଷମକଟକ ଥାନା । ସିସିଟିଏନ୍ଏସ୍ ପ୍ରଗତି ଡ୍ୟାସବୋର୍ଡରେ ଥାନା ଓ ଥାନା ଅଧିକାରୀଙ୍କ ବର୍ଗରେ ପ୍ରକାଶିତ ରିପୋର୍ଟରେ ରାୟଗଡ଼ା ଜିଲା ବେଶ ସଫଳତା ହାସଲ କରିଛି। ରାୟଗଡ଼ା ଜିଲାର ବିଭିନ୍ନ ଥାନାର ଅଧିକାରୀ ଜିଲାସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରି ଗୌରବ ଅର୍ଜନ କରିଛନ୍ତି I ଜିଲାର ସମସ୍ତ ଥାନା ମଧ୍ଯରୁ ବିଷମକଟକ ଥାନା ପ୍ରଥମ ସ୍ଥାନ ଅଧିକାର କରିଛି। ବିଷମକଟକ ଥାନା ପ୍ରାୟ ୮୯% ମାମଲା ସମାଧାନ କରିଥିବା ରିପୋର୍ଟରୁ ଜଣାପଡିଛି।
ଏହା ପରେ କାଶ କାଶୀପୁର ଥାନା ଦ୍ଵିତୀୟ, ଟିକିରି ଥାନା ତୃତୀୟ, ଦୋରଗୁଡା ଥାନା ଚତୁ ଚତୁର୍ଥ, ଆମ୍ବାଦୋଳା ଥାନା ପ ପଞ୍ଚମ ସ୍ଥାନ ଲା ଲାଭ କରି ଜିଲାକୁ ଗୌରବ ଆଣିଛନ୍ତି । ଏହି ସଫଳ ଳତା ପାଇଁ ବିଷମ କଟକ ଥାନା ଥାନାଧିକାରୀ ସୂର୍ଯ୍ୟ ଚନ୍ଦ୍ର ପାଢ଼ୀ, କାଶୀପୁର ଆଇଆଇସି ଦେବଦତ୍ତ ମଲ୍ଲିକ, ଟିକିରୀ ଆଇଆଇ ଇଆଇସି ବିଶ୍ବ ବନ୍ଦିନୀ ବାଗ,ଦୋରାଗୁଡ଼ା ଆଇଆଇସି କିରଣ ବାଳା କଳ୍ପନା ନା ସାମଲ ଓ ଆମ୍ବାଦୋଳା ଆଇଆଇସି ବେହେରାଙ୍କୁ ଅଞ୍ଚଳବାସୀ ଓ ପ୍ରଶାସନ ଶୁଭେଚ୍ଛା ଜଣାଇଛନ୍ତି।
