ଲସ୍ତଲା ଗ୍ରାମ ଠାରେ ଗିରି ଗୋବର୍ଦ୍ଧନ ପୂଜା ଅବସରରେ ରକ୍ତଦାନ ଶିବିରରେ ବରଗଡ ରକ୍ତଭଣ୍ଡାର ୩୨ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ବରଗଡ ୧,୧୧–(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ଲସ୍ତଲା ଗ୍ରାମ ରେ ଗିରି ଗୋବର୍ଦ୍ଧନ ପୂଜା ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜନ କରାଯାଇ ଥିଲା। ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ଅତାବିରା ବିଧାୟକ ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦ, ଭାରତୀୟ ଜନତା ପାର୍ଟି ର ବରଗଡ ଜିଲ୍ଲା ସଭାପତି ଡଃ ଅରୂପାନଂଦ ସାହୁ ଯୋଗ ଦେଇ ଫିତା କାଟି ଶିବିର କୁ ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ତିନି ଜଣ ମହିଳା ଓ ୨୯ଜଣ ପୁରୁଷ ରକ୍ତଦାତା ଙ୍କ ସମେତ ସର୍ବମୋଟ ୩୨ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା ।ପରିଶେଷରେ ରକ୍ତଦାନ ଶିବିର ଆୟୋଜନ ପାଇଁ ଲସ୍ତଲା ଗ୍ରାମ୍ୟ ଉନ୍ନୟନ କମିଟି ର ସଭାପତି ଖିରେଶ୍ୱର ପଧାନ ଓ ଗ୍ରାମବାସୀ ଙ୍କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଶିବିର କୁ ସୁମନ୍ତ ନାୟକ, ରାଜେନ୍ଦ୍ର ମହାକୁଡ, ଦୀପକ ପଧାନ, ଲସ୍ତଲା ଗ୍ରାମବାସୀ ଓ ନିଷ୍ଠା ପରିବାର ର ଉପଦେଷ୍ଟା ଶ୍ରୀଯୁକ୍ତ ଅଶ୍ୱିନୀ ତ୍ରିପାଠୀ,କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ଚିତ୍ର ପ୍ରଧାନ, ସଙ୍କେତ ଆଠଘରା, ଖଗେଶ୍ବର ସାହୁ, ହେମାଞ୍ଚଲ ସାହୁ ନିଷ୍ଠା ପରିବାର ର ସଦସ୍ୟ ପ୍ରମୁଖ ପରିଚାଳନା କରିଥଲେ। ସମସ୍ତ ରକ୍ତଦାତା, ସହଯୋଗୀ ଓ ଶୁଭେଚ୍ଛୁ ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
Related Posts
ରାମଗିରି ପୁଲିସ ପକ୍ଷରୁ ଭାରତୀୟ ଆଇନ ସଂହିତା ସଚେତନତା
ରାମଗିରି ପୁଲିସ ପକ୍ଷରୁ ଭାରତୀୟ ଆଇନ ସଂହିତା ସଚେତନତା ଆର,ଉଦୟଗିରି(ମନୋଜ କୁମାର ପାଢୀ/29/6/ ଆର,ଉଦୟଗିରି ବ୍ଳକ ରାମଗିରି ଥାନା ପକ୍ଷରୁ ଭାରତୀୟ ଆଇନ ସଂହିତା ଉପରେ ଏକ…
ଆଶିଷ ଭୋଇଙ୍କ ଗଙ୍ଗା ଶ୍ରାଦ୍ଧରେ ରକ୍ତ ଦାନ ଶିବିର ୩୬ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
ଆଶିଷ ଭୋଇଙ୍କ ଗଙ୍ଗା ଶ୍ରାଦ୍ଧରେ ରକ୍ତ ଦାନ ଶିବିର ୩୬ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି। ବରଗଡ଼- ୧୦,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ଏନଏସି ,…
ଦୁଇ ଭଣଜା ଙ୍କ କାଠ ଫାଳିଆ ମାଡ଼ ରେ ମାମୁଁ ଗୁରୁତର।
ଦୁଇ ଭଣଜା ଙ୍କ କାଠ ଫାଳିଆ ମାଡ଼ ରେ ମାମୁଁ ଗୁରୁତର। ଆର , ଉଦୟଗିରି (ମନୋଜ କୁମାର ପାଢୀ):ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଦୁଇ…