ନିଷ୍ଠା ପରିବାର ବରଗଡ ଦ୍ଵାରା ଅସହାୟ ଶବ ସତ୍କାର କରାଯାଇଥିଲା। ବରଗଡ ୧-୧୧-(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ବରଗଡ ବ୍ଲକ ଖୁଣ୍ଟପାଲି ଗ୍ରାମ ରେ ବସବାସ କରୁଥିବା ସନାତନ ବରିହା ବୟସ ୪୬ବର୍ଷ। କୌଣସି କାରଣ ବଶତଃ ତାଙ୍କ ର ମୃତ୍ୟୁ ହୁଏ। ତାଙ୍କ ର କେହି ପରିବାର ଲୋକ ନାହାନ୍ତି। ଜଣେ ଭାଇ ଅଛି, ଶତୃଘ୍ନ ବରିହା ବୟସ ୩୫ବର୍ଷ ସେ ଜଣେ ମାନସିକ ରୋଗୀ। ଜାତି ଭାଇଙ୍କୁ ସରପଞ୍ଚ ଶ୍ରୀ ବେଲାର ମେହେର ଓ ପଡାବାସୀ କୁଂ ଯେତେ ବୁଝାଇଲେ ବି କେହି ଶବ ସତ୍କାର ପାଇଁ ଆସି ନଥିଲେ। ଶେଷ ରେ ସରପଞ୍ଚ ବେଲାର ମେହେର ଶବ ସତ୍କାର ପାଇଁ ନିଷ୍ଠା ପରିବାର ର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ ଙ୍କୁ ଖବର ଦେଇ ଥିଲେ। ତୁରନ୍ତ ନିଷ୍ଠା ପରିବାର ର ସଦସ୍ୟମାନେ ଶ୍ମଶାନ ବନ୍ଧୁ ଗାଡ଼ି ନେଇ ବାହାରିଥିଲେ, ଖୁଣ୍ଟପାଲି ଅଭିମୁଖେ। ସରପଞ୍ଚ ବେଲାର ମେହେର ଓ ପଡା ର ତୋଫାନ ସାହୁ, ପୁରନ୍ଦର ସାହୁ, ଶାନ୍ତନୁ ଦାଶ, ସୁଦାମ ଦାଶ ପ୍ରମୁଖ ସମସ୍ତ ପ୍ରକାର ର ସହଯୋଗ କରିଥିଲେ ଓ ସମାଜ ପାଇଁ ଏକ ସନ୍ଦେଶ ଦେଇଥିଲେ, ଆଜି ବି ମାନବିକତା ବଞ୍ଚିଛି ।ପଡାବାସୀ ଓ ସରପଞ୍ଚ ଙ୍କୁ ଯେତେ ପ୍ରଶଂସା କଲେ କମ ହେବ।ଏହି ମହତ କାମ ରେ ଆମ ନିଷ୍ଠା ପରିବାର ର ଉପସଭାପତି ବିଦ୍ୟାଧର ଭୋଇ,ଇନ୍ଦ୍ରଜିତ ଗଡତିଆ,ଝସ ସାହୁ ପ୍ରମୁଖ ଉପସ୍ଥିତ ରହି ସସମ୍ମାନେ ଶବ ସତ୍କାର କରିଥିଲେ।
Related Posts
ବିଶିଷ୍ଟ ଜନନେତା ଲକ୍ଷ୍ମୀନାରାୟଣ ମହାପାତ୍ରଙ୍କ ବିୟୋଗ
ବିଶିଷ୍ଟ ଜନନେତା ଲକ୍ଷ୍ମୀନାରାୟଣ ମହାପାତ୍ରଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଶୋକ ଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ବିଶିଷ୍ଟ ଜନନେତା ତଥା ସମାଜସେବୀ ଲକ୍ଷ୍ମୀନାରାୟଣ ମହାପାତ୍ରଙ୍କ…
ବ୍ଲକ ସ୍ତରୀୟ ଏକାଦଶତମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ
ବ୍ଲକ ସ୍ତରୀୟ ଏକାଦଶତମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ…. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଟିକାବାଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ ସମସ୍ତ ଉଚ୍ଚ ବିଦ୍ୟାଳୟର…
ରାସ୍ତା ଓ ନେଟଓ୍ବର୍କ ନଥିବା କାନିକି ପଦର ଗ୍ରାମ ।
ରାସ୍ତା ଓ ନେଟଓ୍ବର୍କ ନଥିବା କାନିକି ପଦର ଗ୍ରାମ । ଆର,ଉଦୟଗିରି (ମନୋଜ କୁମାର ପାଢୀ/ ୧୫/୧୦/୨୪ ଯୋଉଠି ଚାଲିବା ପାଇଁ ଭଲ ରାସ୍ତା ଖଣ୍ଡେ ନଥିବ…