ଭେଡେନ ଠାରେ ଜୁନିଅର ରେଡକ୍ରସ କାଉନସିଲ କଂ ଏକଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।

ଭେଡେନ ଠାରେ ଜୁନିଅର ରେଡକ୍ରସ କାଉନସିଲ କଂ ଏକଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।

ବରଗଡ ୩୧,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ, ଭେଡେନ ଠାରେ ଜୁନିଅର୍ ରେଡକ୍ରସ କାଉନସିଲରଙ୍କ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଭାରତୀୟ ରେ଼ଡକ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ଆନୁକୂଲ୍ୟରେ ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଅତବିରା, ଭେଡେନ ଓ ବରପାଲି ବ୍ଲକର ଜୁନିଅର୍ ରେଡକ୍ରସର ପରାମର୍ଶଦାତା ଶିକ୍ଷକ ଅଂଶ ଗ୍ରହଣ କରିଥିଲେ। ପ୍ରତିଷ୍ଠାନ ର ଅଧ୍ୟକ୍ଷ ମନିଲାଲ ବୁଡେକ ଓ ବାମଦେବ ଉଚ୍ଚ ବିଦ୍ୟାଳୟ, ଝରାପାଲି ର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସଞ୍ଜୀବ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜୁନିଅର ରେଡକ୍ରସ ସମ୍ମନ୍ଧରେ ଏକ ବୈଠକ ଆୟୋଜିତ ହୋଇଥିଲା । ଜିଲ୍ଲା ସାଧନ କର୍ମୀ ଭାବରେ ଧର୍ମରାଜ ପ୍ରଧାନ, ମନୋଜ କୁମାର ସାହୁ ଓ ସେବାବିନିମୟ ଯୁକ୍ତା ବାରିକ ଯୋଗ ଦେଇ ହେନେରୀ ଡୁନାଣ୍ଟଙ୍କ ଜୀବନୀ ଏବଂ ଜୁନିଅର ରେଡକ୍ରସର କାଉନସିଲରଙ୍କ ଦାୟିତ୍ବ ବିଷୟରେ ସୂଚନା ପ୍ରଦାନ କରିଥିଲେ। ବରଗଡ଼ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ହେମନ୍ତ କୁମାର ସାମଲ ପ୍ରଶିକ୍ଷଣର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ପ୍ରାଥମିକ ସହାୟତାର ଆବଶ୍ୟକତା ଓ ଦୁର୍ଘଟଣା କ୍ଷେତ୍ରରେ ରିକୋଭରି ଅବସ୍ଥା କିପରି ଆଣିହେବ ସେଥିନିମନ୍ତେ ଅତ୍ୟାବଶ୍ୟକ ଉପାୟଗୁଡିକ ପ୍ରଦର୍ଶନ କରିଥିଲେ ।ଜୁନିଅର ରେଡକ୍ରସର ବ୍ଲକ ସଂଯୋଜକ ଏବଂ ସହ ସଂଯୋଜକ ଭାବରେ ବରପାଲି ବ୍ଲକରୁ ସଞ୍ଜୟ ଦାଶ ଏବଂ ସେବlବିନିମୟ ଯୁକ୍ତl ବାରିକ ,ଭେଡେନ ବ୍ଲକରୁ ଶ୍ୟାମସୁନ୍ଦର ଭୋଇ ଓ ଅଭିଜିତ ଘୋଷ, ଅତାବିରା ବ୍ଲକରୁ ପ୍ରମୋଦ କୁମାର ଗଡତିଆ ଓ କୃଷ୍ଣ ଚନ୍ଦ୍ର ପୋଡ଼ ମନୋନୀତ ହୋଇଥିଲେ।

Leave a Reply

Your email address will not be published. Required fields are marked *