ବରଗଡ ୨୭,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ କୁଲତା ଟୁକରା ଠାରେ ମାଁ ପାନ୍ଥେଇ ଚେରିଟେବୁଲ ଟ୍ରଷ୍ଟ ଓ ମାର୍କେଟିଂ ଗ୍ରୁପ ପକ୍ଷରୁ ସ୍ଵର୍ଗତ ଅଶ୍ଵିନୀ ପ୍ରଧାନ ଶ୍ରୁତି ଉଦ୍ଦେଶ୍ଯ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟ୍ରଷ୍ଟ ସଂପାଦକ ଶରତ କୁମାର ମହାରଣା ଅତିଥି ପରିଚୟ ସହିତ ମଂଚ ପରିଚାଳନା କରିଥିଲେ ।ଏଥିରେ ମୁଖ୍ୟ ଅତିଥି ଭାବେ ୧ ଟଂକିଆ କ୍ଲିନିକ ପ୍ରତିଷ୍ଠାତା ତଥା ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା ଆସିଷ୍ଟାଣ୍ଟ ପ୍ରଫେସର ଡାଃ ଶଙ୍କର ରାମ ଚନ୍ଦାନୀ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ। ସ୍ଵର୍ଗତ ଅଶ୍ଵିନୀ ପ୍ରଧାନ ଶ୍ରୁତି ଉଦ୍ଦେଶ୍ଯ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ଥିବାରୁ ଉଦ୍ୟୋକ୍ତା ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ପ୍ରତି ବର୍ଷ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ଅନୁରୋଧ କରିଥିଲେ। ରକ୍ତଦାନ ର ମହତ୍ବ ଓ ଉପକାରିତା ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଡାଃ ସମ୍ବିତ କୁମାର ମିଶ୍ର, ଚେରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ସନ୍ତୋଷ କୁମାର ସେଠ, ସଭାପତି ଶୈଳରାଜ ମହାରଣା, ସ୍ଵର୍ଗତ ଅଶ୍ଵିନୀ ପ୍ରଧାନ ଭାଇ ଉତ୍କଳ ପ୍ରଧାନ, ସହ ସମ୍ପାଦକ ଜିଜ୍ଞାସୁ ମହାରଣା ପ୍ରମୁଖ ମଂଚାସିନ ଥିଲେ। ଏହି ରକ୍ତଦାନ ଶିବିରକୁ ଆଖପାଖ ଅଞ୍ଚଳରେ ବହୁ ସ୍ଵେଚ୍ଛାସେବୀ ସଂଗଠନ , ରକ୍ତଦାତା ମାନେ ଆସି ରକ୍ତଦାନ କରିଥିଲେ। ପ୍ରଥମଥର ମହିଳା ରକ୍ତଦାନ କରିଥିଲେ, ସେମାନେ ହେଲେ ସ୍ନେହଲତା ସାହୁ, ନୟନା ଦାସ, ପ୍ରତିଭା ମହାରଣା, ସୋନିଆ ମହାଣା, ସରିତା ସାହୁ। ଏହି ସମୟରେ ରକ୍ତ ସଂଗ୍ରହ କରି ଥିଲେ ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା ର ରକ୍ତଭଣ୍ଡାର ଅଧିକାରୀ ଡାଃ ସମ୍ବିତ କୁମାର ମିଶ୍ର, ଟେକନିସିଆନ ଦେବାଶିଷ ମିଶ୍ର, ଲାଲୁ ବିଶ୍ବାସ, ଜନକ ବେହେରା, ପାଏନୁ ଭୋଇ ଓ ସଂଜୀବ ବେରା।ମୋଟ ୩୮ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।କୁଲତା ଟୁକରା ସମସ୍ତ ଗ୍ରାମବାସୀ ସମେତ ଥୁଆପାଲି ଲାୟନ୍ସ କ୍ଲବ ର ସଦସ୍ୟ ଯୋଗେଶ ଅଗ୍ରୱାଲ ନିଜର ଜନ୍ମ ଦିବସକୁ ମନେରଖି ପାଇଁ ରକ୍ତଦାନ କରିଥିଲେ। ଥାଲେସେମିଆ ରୋଗୀ ପ୍ରତ୍ୟୁଷ କୁମାର ସେଠ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ସଂଜୀବ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Related Posts
ଟ୍ରେନ୍ ଟ୍ରାଜେଡି: ମୃତକଙ୍କୁ ୧୦ ଲକ୍ଷ ସହାୟତା ଘୋଷଣା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଟ୍ରେନ୍ ଟ୍ରାଜେଡି: ମୃତକଙ୍କୁ ୧୦ ଲକ୍ଷ ସହାୟତା ଘୋଷଣା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ! ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା. ଗୁରୁତରଙ୍କୁ…
ଓଡ଼ିଶାରେ ଚାଲିବ ୩ଟି ନୂତନ ବନ୍ଦେ ଭାରତ ଟ୍ରେନ
ଓଡ଼ିଶାରେ ଚାଲିବ ୩ଟି ନୂତନ ବନ୍ଦେ ଭାରତ ଟ୍ରେନ ଭୁବନେଶ୍ୱର : ପୂର୍ବ ତଟ ରେଳବାଇର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି ବିଧାନସଭା କାର୍ଯ୍ୟାଳୟ ପ୍ରକୋଷ୍ଠଠାରେ…
ଖଜୁରିପଦା ପଞ୍ଚାୟତରେ ତ୍ରୀରଙ୍ଗା ଶୋଭା ଯାତ୍ରା ଆୟୋଜିତ
ଖଜୁରିପଦା ପଞ୍ଚାୟତରେ ତ୍ରୀରଙ୍ଗା ଶୋଭା ଯାତ୍ରା ଆୟୋଜିତ ଆର, ଉଦୟଗିରି(ମନୋଜ କୁମାର ପାଢୀ/ ୧୪/୮/ ନୂଆଗଡ଼ ବ୍ଲକ୍ ଅନ୍ତର୍ଗତ ଖଜୁରିପଦା ଗ୍ରାମପଞ୍ଚାୟତ ରେ ତ୍ରୀରଙ୍ଗା ଶୋଭା ଯାତ୍ରା…