ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଜେଡି ର ପଦଯାତ୍ରା ଅନୁଷ୍ଠିତ
ରାୟଗଡା : ଗତ ଅକଟୋବର 2 ତାରିଖ ରୁ ବିଜେଡି ର ଯେଉଁ ପଦଯାତ୍ରା ଆରମ୍ଭ ହୋଇଥିଲା l ଏହି ପରିପେକ୍ଷ ରେ ରାୟଗଡା ଜ଼ିଲ୍ଲା ର ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଷମକଟକ ସଦର ମୋହକୁମା ଠାରେ ଆଜି ବିଜୁ ଜନତା ଦଳ ର ପଡ଼ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଗତ ସାଧାରଣ ନିର୍ବାଚନ ରେ ରାୟଗଡା ଜ଼ିଲ୍ଲା ରେ ବିଜେଡି ର ଶୋଚନୀୟ ପରାଜୟ ପରେ ପ୍ରଥମ ଥର ପାଇଁ ବିଷମକଟକ ନିର୍ବାଚନ ମଣ୍ଡଳୀର 4 ଗୋଟି ବ୍ଲକ କେସିଂପୁର, କୋଳନରା ବିଷମକଟକ ଓ ମୁନିଗୁଡା ବ୍ଲକ ର ଉଭୟ ମହିଳା ଓ ପୁରୁଷ ବିଜେଡି କର୍ମୀ ମାନେ ପ୍ରଥମେ ସ୍ଥାନୀୟ ମା ମାର୍କମା ଙ୍କ ମନ୍ଦିର ଠାରେ ହଜାର ହଜାର ସଂଖ୍ୟାରେ ଏକତ୍ରିତ ହୋଇଥିଲେ ପରେ ପରେ ଏକ ବିରାଟ ପଦଯାତ୍ରା ରେ ସହର ର ମୁଖ୍ୟ ରାସ୍ତା ଦେଇ ବ୍ଲକ କଲୋନୀ ନିକଟସ୍ଥ ଦୁର୍ଗା ପୂଜା ପଡିଆ ପର୍ଯ୍ୟନ୍ତ ଆସୁଥିଲେ l ଏହି ପଦଯାତ୍ରା ସମୟରେ ବିଜେପି ସରକାର ମିଛୁଆ ସରକାର ରଙ୍ଗ ଓବଦଳା ସରକାର ବୋଲି ନାରା ଦେବାସହିତ ଏହି ସରକାର ଗତ ନିର୍ବାଚନ ସମୟରେ ଜନସାଧାରଣ ଙ୍କୁ ସୁଭଦ୍ରା ଯୋଜନା, ପେନସନ ବୃଦ୍ଧି ଓ ବିଜୁଳି ବିଲ ଛାଡ଼ ମିଛ ପ୍ରତସୃତି ଦେଇ ନିର୍ବାଚନ ଜିତି ଲେଣି କିନ୍ତୁ ଓଡିଶା ବାସୀ ଙ୍କ ମାନ ଜିତି ପାରିନାହାନ୍ତି କିଂତୁ ବିଜେଡି ନିର୍ବାଚନ ରେ ପରାଜୟ କରିମଧ୍ୟ ଆଜି ସୁଦ୍ଧା ନବୀନ ପଟ୍ଟନାୟକ ଓଡିଶା ବାସୀ ଙ୍କ ହୃଦୟରେ ଅଛନ୍ତି ବୋଲି ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି l ବିଜେଡି କୁ ଭୋଟ ନ ଦେଇ ଆମେ ବହୁତ ବଡ଼ ଭୁଲ. କରିଛୁ ବୋଲି ଏହି ପଦଯାତ୍ରା ସମୟରେ ବହୁ କର୍ମୀ ଆପୋଷ କଥାବାର୍ତା ହେଉଥିବା ର ଦେଖିବାକୁ ମିଳିଥିଲା l ଗତ ନିର୍ବାଚନ ପର ଠାରୁ ଆଜି ସୁଦ୍ଧା କୌଣସି ପ୍ରକାର ର ଉନ୍ନତି ମୂଳକ କାର୍ଯ୍ୟ ହେବାର ଦରଖିବାକୁ ମିଳୁନାହିଁ ବରଂ ଏହି ସରକାର ବିଭନ ଯୋଜନା ର ନାମ ବଦଳାଇବା ସହିତ ରଙ୍ଗ ବଦଲାଇବା ନିମନ୍ତେ ବ୍ୟସ୍ତ କିନ୍ତୁ ଜାନ ହିତକର ପାଇଁ କୌଣସି ଯୋଜନା ମାନ ପ୍ରଣୟନ କରୁନାହାନ୍ତି l ଆଜିର ଏହି ପଦଯାତ୍ରା ରେ ବିଜେଡି କର୍ମୀ ମାନେ ଦୃଢ଼ ଶପଥ ନେଇ ସମସ୍ତ ମନାମାଳିନ୍ୟ ଭୁଲି ବିଜେଡି ପାଇଁ କାମକରିବାକୁ ଶପଥ ନେଇଥିଲେ l ଆଜିର ଏହିପଦଯାତ୍ରା କାର୍ଯ୍ୟକ୍ରମ ଟି ପୂର୍ବତନ ଜ଼ିଲ୍ଲା ବିଜେଡି ସଭାପତି ସୁଧୀର ଦାସ ଙ୍କ ନେତୃତ୍ୱ ରେ ହୋଇଥିବା ବେଳେ ଦେବୀ ପ୍ରସାଦ ପଟ୍ଟନାୟକ, ଗୋପାଳ ପଟ୍ଟନାୟକ, ନାନୁ ପଣ୍ଡା, ଇପିଲି ଧବଳେଶ୍ଵର ନାଇଡ଼ୁ ପି ଗୌରୀ ସଂକର ରାଓ, ଚନ୍ଦ୍ର ଶେଖର ରାଓ ଓରଫ ଵୁଡୁ ଭାଈ ଶିବାଦେଷ୍ଟି, ରତ୍ନ ଲାଲ ଜୈନ, ପୂର୍ଣ୍ଣ ଚନ୍ଦ୍ର ଗୌଡ଼, ଯୋଗେଶ୍ୱର ଭତ୍ରା ଙ୍କ ନେତୃତ୍ୱ ରେ ଏହି ନିର୍ବାଚନ ମଣ୍ଡଳୀ ର ପ୍ରାୟ 4000ରୁ ଉର୍ଦ୍ଧ କର୍ମୀ ଆଜିର ଏହି ପଦଯାତ୍ରା ରେ ଭାଗ ନେଇଥିବାର ଦେଖିବାକୁ ମିଳିଥିଲା l ଏଜି ମିଛୁଆ ସରକାର କୁ ଆଗାମୀ ପୌର ଓ ପଂଚାୟତ ନିର୍ବାଚନ ରେ ଉଚିତ ଜବାବ ଦେବେ ବୋଲି ସୁଧୀର ଦାସ କହିଥିଲେ ସେ ପୁଣି ଦୃଢ଼ତାର ସହିତ କହିଛନ୍ତି ଯେ ଆଜି ମଧ୍ୟ୍ୟ ଜନସାଧାରଣ ଙ୍କ ମନରେ ନବୀନ ପଟ୍ଟନାୟକ ଏକ ନମ୍ବର ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଭାବେ ଅଛନ୍ତି ଓ ରହିବେ ମଧ୍ୟ୍ୟ ବୋଲି ଶ୍ରୀ ଦାସ କହିଛନ୍ତି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ