କେ ସୀତାପୁର ଗ୍ରାମରେ ବେଆଇନ ବାଣ ବିକ୍ରୀ ଅଭିଯୋଗରେ ୨ ଗିରଫ ଗଜପତି:୨୬/୧୦(ମନୋଜ ପାଢୀ)ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ସୀତାପୁର ଗ୍ରାମରେ ବିପୁଳ ପରିମାଣରେ ବେଆଇନ ବାଣ ବିକ୍ରୀ ହେଉଥିବା ନେଇ ଅଭିଯୋଗ ହେବା ପରେ କଡାକଡି ଯାଞ୍ଚ କରିଛି କାଶୀନଗର ପୁଲିସ। ଉକ୍ତ ଗ୍ରାମରେ କିଛି ବ୍ୟକ୍ତି ବେଆଇନ ବାଣ ଆଣି ଗ୍ରାମର କିଛି ଗୋଦାମରେ ରଖିଥିବା ନେଇ ସୂଚନା ରହିଥିବା ବେଳେ ମଙ୍ଗଳବାର କାଶୀନଗର ପୁଲିସ ଯାଞ୍ଚ କରି ବହୁ ମୂଲ୍ୟର ବାଣ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରି ଷ୍ଟେସନ ଜୀମାରେ ଛଡାଯାଇଥିବା ଥାନା ଅଧିକାରୀ ସୁନୀଲ ବେହେରା ସୂଚନା ଦେଇଛନ୍ତି। ପୁଣି ସ୍ଥାନୀୟ ଲୋକଙ୍କ ଅଭିଯୋଗ କରିଛନ୍ତି ଉକ୍ତ ଗ୍ରାମରେ ୧୦ରୁ ଉର୍ଦ୍ଧ ଲୋକେ ବେଆଇନ ବାଣ ଆଣି ବିଭିନ୍ନ ଗୋଦାମରେ ରଖିଥିବା ଜଣାଇଛନ୍ତି। ହେଲେ ଗ୍ରାମରେ ଉକ୍ତ ବାଣ ଦ୍ଵାରା କୌଣସି ଅଘଟଣ ଘଟିଲେ କିଏ ଦାୟୀ ହେବେ ବୋଲି ପ୍ରଶ୍ନ ଉଠିଛି। ବେଆଇନ ବାଣ ବିକ୍ରୀକାରିଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦାବି ହୋଇଛି। ଅନ୍ୟ ଯାଗାରେ ମଧ୍ୟ ଚଢ଼ାଉ କରାଯାଉ ବୋଲି ସାଧାରଣରେ ଦାବୀ ହୋଇଛି ।
Related Posts
ଲକ୍ଷ୍ମୀ ବସ୍ ପରିଚାଳନାରେ କ୍ଷତି ହେଲାଣି ୩୭୪ କୋଟି ଟଙ୍କା
ଭୁବନେଶ୍ୱର :ମାତ୍ର ୧୦ ମାସ ମଧ୍ୟରେ ଲକ୍ଷ୍ମୀ ବସ୍ ପରିଚାଳନାରେ କ୍ଷତି ହେଲାଣି ୩୭୪ କୋଟି ଟଙ୍କା। ଆଖି ତରାଟିଲା ଭଳି ଏହି ତଥ୍ୟ ସାମନାକୁ ଆସିଛି…
ସ୍ବର୍ଗତ ସୂର୍ଯ୍ୟପ୍ରକାଶ ମହାପାତ୍ରଙ୍କ ଚତୁର୍ଦ୍ଦଶ ଶ୍ରାଦ୍ଧ ବାର୍ଷିକ ପାଳନ |
ବରଗଡ(୧୯.୦୪.୨୦୨୪): ବିଶିଷ୍ଟ ସମାଜସେବୀ , ରାଜ୍ୟ ଯୁବ କଲ୍ୟାଣ ପରିଷଦ ଦ୍ବାରା ପୁରସ୍କାର ପ୍ରାପ୍ତ ଜନ କଲ୍ୟାଣ ସଙ୍ଗଠନ ଓଡିଶା ଜନତା ସଂଘର୍ଷ ସମିତି ତଥା ବାପୁଜୀ…
ଥୁଆପାଲି ର ଖବର କାଗଜ ବିତରକ ଶୁକ୍ରୁ ଭୂଏ ଦୁର୍ଘଟଣାଗ୍ରସ୍ତ ହୋଇ ମୁମୁର୍ଷୁ ଅବସ୍ଥାରେ ଜୀବନ ମୃତ୍ୟୁ ସଂଗ୍ରାମ କରୁଛନ୍ତି।
ଥୁଆପାଲି ର ଖବର କାଗଜ ବିତରକ ଶୁକ୍ରୁ ଭୂଏ ଦୁର୍ଘଟଣାଗ୍ରସ୍ତ ହୋଇ ମୁମୁର୍ଷୁ ଅବସ୍ଥାରେ ଜୀବନ ମୃତ୍ୟୁ ସଂଗ୍ରାମ କରୁଛନ୍ତି। ବରଗଡ଼ ୧୫,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ…