ପୋଲିଓ ମୁକ୍ତ ଲକ୍ଷ୍ୟ ନେଇ ରୋଟାରୀ କ୍ଲବ ପକ୍ଷରୁ ସଚେତନତା… କନ୍ଧମାଳ -24/10( ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ, ସାରା ବିଶ୍ୱ କୁ ପୋଲିଓ ମୁକ୍ତ କରିବା ଲକ୍ଷ୍ୟ ନେଇ ଗୁରୁବାର ବିଶ୍ୱ ପୋଲିଓ ଦିବସ ଅବସରରେ ଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା l ରାଲି ମେଡିକାଲ ଛକ ରୁ ବାହାରି କୋର୍ଟ ଛକ ଦେଇ ବିଜୁ ପଟନାୟକ ଛକରେ ପହଞ୍ଚିଥିଲା l ରୋଟାରୀ କ୍ଲବ ର ପୂର୍ବତନ ସଭାପତି, ସମାଜସେବୀ ରୋଟାରୀଆନତଥା ପୋଲିଓ ପ୍ଲସ ଅଧ୍ୟକ୍ଷ କୁନ୍ଦନ ସିଂହଙ୍କ ନେତୃତ୍ୱରେ ଫୁଲବାଣୀ ସରକାରୀ ଏ ଏନ ଏମ ଟ୍ରେନିଂ ସେଣ୍ଟର ର ଛାତ୍ରୀ ମାନେ ହାତରେ ବେନରଓ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ମେଡିକାଲ ଛକ ରୁ ବାହାରି କୋର୍ଟ ଛକ, ଗୋପବନ୍ଧୁ ଛକ ଦେଇ ବିଜୁପଟନାୟକ ଛକ ରେ ପହଂଚି ଥିଲେ l ସରକାରୀ ଏ ଏନ ଏମ ଟ୍ରେନିଂ ସେଣ୍ଟର ର ଟ୍ୟୁଟର ପ୍ରଦୀପ୍ତା ମଞ୍ଜରୀ କିସାନ ସହଯୋଗ କରିଥିଲେ l ରାଲିରେ ରୋଟାରୀ କ୍ଲବ ର ବରିଷ୍ଠ ସଦସ୍ୟ ପୂର୍ବତନ ସଭାପତି ପ୍ରଶାନ୍ତ ପାଣିଗ୍ରାହୀ, ପଦ୍ମ ଚରଣ ସ୍ୱାଇଁ, ପ୍ରସନ୍ନ ପଣ୍ଡା, ମନୋରଞ୍ଜନ ପଟନାୟକ, ପ୍ରକାଶ ପଣ୍ଡା, ପ୍ରେସ କ୍ଲବ ସଭାପତି ତଥା ରୋଟାରୀଆନ ସୁନୀଲ ପଟନାୟକ, ସମ୍ପାଦକ ବିଜୟ ପଟନାୟକ,ବିରଜା ନାହାକ,ପୂର୍ବତନ ସଭାପତି ରବୀନ୍ଦ୍ର ସୁବୁଦ୍ଧି, ଦେବେନ୍ଦ୍ର ପାତ୍ର, ବିରାଜିନୀ ମହାପାତ୍ର, ମିନି ନାୟକ,ଇଂ କେ ଜ୍ଞାନ ରଞ୍ଜନ ଦୋରା,ପ୍ରମୁଖ ରାଲି ରେ ସାମିଲ ହୋଇଥିଲେ l
Related Posts
କାଠ ଫାଳିଆ ମାଡ଼ରେ ଲିଭିଗଲା ଜୀବନ ଦୀପ।
କାଠ ଫାଳିଆ ମାଡ଼ରେ ଲିଭିଗଲା ଜୀବନ ଦୀପ। ଗଞ୍ଜାମ:ପୋଲସରା ଥାନା ଅର୍ନ୍ତଗତ ବାଲିଘାଇ ଗ୍ରାମର କଂଗ୍ରେସ ବେହେରା ନାମରେ ଜଣେ ବ୍ୟକ୍ତିଙ୍କ ଜୀବନ ଦୀପ ଲିଭି ଯାଇଛି…
ମୁଖ୍ୟ ଶାସନ ସଚିବଙ୍କ ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ଉତ୍କର୍ଷ କେନ୍ଦ୍ର ପରିଦର୍ଶନ
ମୁଖ୍ୟ ଶାସନ ସଚିବଙ୍କ ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ଉତ୍କର୍ଷ କେନ୍ଦ୍ର ପରିଦର୍ଶନ ଭୁବନେଶ୍ୱର:(Abhishek Mohanty) ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ପୂର୍ବାହ୍ନରେ…
ରାଶିନାଜୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଷଷ୍ଠ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ
ରାଶିନାଜୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଷଷ୍ଠ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ… କନ୍ଧମାଳ : (ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଲକ ପାଡାଙ୍ଗୀ ପଞ୍ଚାୟତ ନିକଟସ୍ଥ…