ଆଇଟିଡିଏ ତରଫରୁ ବିୟୁଟିପାର୍ଲର ତାଲିମ ଶିବିର ଉଦଯାପନୀ ଓ ପ୍ରମାଣପତ୍ର ପ୍ରଦାନ
ଆର,ଉଦୟଗିରି(ମନୋଜ କୁମାର ପାଢୀ)- ମୋହନା ହାଇସ୍କୁଲ ଛକ ନିକଟସ୍ଥ ଗଜପତି ଜିଲ୍ଲା ଆଇଟିଡିଏ ପକ୍ଷରୁ ତିନିମାସ ଧରି ଆଦିବାସୀ ମହିଳାଙ୍କୁ ବିୟୁଟିପାର୍ଲର ପ୍ରଶିକ୍ଷଣ ପରେ ସେମାନଙ୍କୁ ଆଇଟିଡିଏ ପକ୍ଷରୁ ଆଜି ଦିନ ଦୁଇ ଘଣ୍ଟା ସମୟରେ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା । ଆଦିବାସୀ ମହିଳାମାନେ ଘରେ ରହି କୌଣସି ମହିଳାମାନେ ଘରେ ରହି କୌଣସି ରୋଜଗାର କରି ପାରୁନଥିବା ବେଳେ ଗଜପତି ଆଇଟିଡିଏ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଏହି ତାଲିମ୍ ଦିଆଯାଇଥିଲା । ତାଲିମ୍ ନେବା ପାଇଁ ମାସିକ ତିନି ହଜାର ଟଙ୍କା ଖାଇବା ଓ ଗାଡିଭଡା ବାବଦକୁ ଯିବା ଆସିବା ପାଇଁ ମହିଳାଙ୍କୁ ଦିଆ ଯାଉଥିଲା । ସ୍ବତନ୍ତ ଭାବେ ଏହି ଆଦିବାସୀ ମହିଳାଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ରିତାଞ୍ଜଳି ଦେବୀ ନାମକ ଜଣେ ମହିଳାଙ୍କୁ ନିୟୁତି ମଧ୍ୟ ଦିଆଯାଇଥିଲା । ପ୍ରଶିକ୍ଷଣ ଶେଷ ହେବ ପରେ ଆଜି ଦିନ ଦୁଇ ଘଣ୍ଟ ସମୟରେ ମହିଳାଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା । ମହିଳାମାନେ ଏହି ପ୍ରମାଣ ପତ୍ର ଓ ତାଲିମ ଶେଷ କରି ବହୁତ ଖୁଶିଥିବା ଦେଖିବାକୁ ମିଳିଥିଲା ।