ଜିଲ୍ଲା ଶିକ୍ଷା ବିଭାଗ କାହିଁକି ସାଜିଛି ନିରବଦ୍ରଷ୍ଟା?ବଡଗୋଷାଣି ଉନ୍ନିତ ଉଚ୍ଚ ବିଦ୍ୟାଳୟର ଛାତ୍ରୀନିବାସରେ ଅନିୟମିତତା ବିଷୟରେ.

ଜିଲ୍ଲା ଶିକ୍ଷା ବିଭାଗ କାହିଁକି ସାଜିଛି ନିରବଦ୍ରଷ୍ଟା?ବଡଗୋଷାଣି ଉନ୍ନିତ ଉଚ୍ଚ ବିଦ୍ୟାଳୟର ଛାତ୍ରୀନିବାସରେ ଅନିୟମିତତା ବିଷୟରେ.

ଗଜପତି ( ମନୋଜ ପାଢୀ/୨୨/୧୦/୨୪ ଗଜପତି ଜିଲ୍ଲା ଅନ୍ତର୍ଗତ ଗୋଷାଣି ବ୍ଲକ ଅଧିନସ୍ତ ବଡଗୋଷାଣି ଉନ୍ନିତ ଉଚ୍ଚ ବିଦ୍ୟାଳୟର ଛାତ୍ରୀନିବାସରେ ଅନିୟମିତତା ତଥା ଏପରି ଏକ ସମ୍ବେଦନଶୀଳ ଘଟଣାରେ ଜିଲ୍ଲାଶିକ୍ଷା ବିଭାଗ ନିରବଦ୍ରଷ୍ଟା ସାଜିଛି କାହିଁକି ବୋଲି ପ୍ରତିବାଦ କରି ବିଜେଡ଼ି ଦଳର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥଲା. କିଛିଦିନ ପୂର୍ବେ ଜଣେ ଅଜଣା ଯୁବକ ଉକ୍ତ ଛାତ୍ରୀଵାସରୁ ଜଣେ ଆଦିବାସୀ ଛାତ୍ରୀଙ୍କୁ କେଉଁ ଆଡେ ନେଇ ଚାଲିଯାଇଥିଲେ ଏକଥା ଜାଣିବା ପରେ ଗତ ୧୩.୦୯.୨୦୨୪ ତାରିଖରେ ଉକ୍ତ ଛାତ୍ରୀଙ୍କ ଅଭିଭାବକ ଗୋଷାଣି ଗ୍ରାମ ଦାଣ୍ଡରେ ଝିଅକୁ ମାରପିଟ କରିବା ବେଳେ ଘଟଣା ପ୍ରଘଟ ହୋଇଥିଲା। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ୧୪ ତାରିଖରେ ସ୍ଥାନୀୟ ସି.ଆର.ସି, ବ୍ଲକ ମଙ୍ଗଳ ସଂପ୍ରସାରଣ ଧିକାରୀ ଓ ଗୁରାଣ୍ଡି ଥାନା ଅଧିକାରୀ ଛାତ୍ରୀନିବାସ ପରିସରକୁ ଯାଇ ଏହାର ତଦନ୍ତ କରି ଫେରିଥିଲେ । ପରେ ଘଟଣାଟି ପ୍ରଘଟିତ ହୋଇଥିଲା । ହୋଷ୍ଟେଲ ମଧ୍ୟରୁ ବହାର ଜଣେ ଯୁବକ ଛାତ୍ରୀଙ୍କୁ ନେଇ ଚାରିଦିନ କେଉଁଠି ରଖିବା ପରେ ପୁଣି ସେହି ଯୁବକ ଉକ୍ତ ଆଦିବାସୀ ଛାତ୍ରୀଙ୍କୁ ଛାତ୍ରୀନିବାସର ଛାଡିଥିବା ଭଳି ସ୍ପର୍ଷକାତର ଘଟଣା ସମ୍ପର୍କରେ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଚିଠି ମାଧ୍ୟମରେ ପ୍ରଶାସନକୁ ଜଣାଇଛନ୍ତି । ହେଲେ ଏହି ଘଟଣାର ତଦନ୍ତ ଅହେତୁକ ବିଳମ୍ବ କରାଯାଉଛି । ତଦନ୍ତରେ ଶୀଥିଳତାକୁ ନେଇ ଗୋଷାଣି ବ୍ଲକ ଅଧ୍ୟକ୍ଷ ଏନ.ବିରରାଜୁ ୧୮ ତାରିଖରେ ଅନୁଷ୍ଠିତ ଜିଲ୍ଲାପରିଷଦ ବୈଠକରେ ପ୍ରଶ୍ନ ଉଠାଇଥିଲେ । ଯାହାକୁ ନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ହୋଇଥିଲା । ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତି ନେଇ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶକୁ ଜିଲ୍ଲାଶିକ୍ଷାଧିକାରୀ ଭ୍ରୁକ୍ଷେପ ନ କରି ଆଜି ଯାଏ କୌଣସି ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ବୁଜେଡି ଦଳର ନେତା ମାନେ କ୍ଷୋଭ ପ୍ରକାଶ କରିଥିଲେ। ଅନିୟମିତତା କରିଥିବା ପ୍ରଧାନଶିକ୍ଷୟତ୍ରୀଙ୍କୁ କାହିଁକି ଅନୁକମ୍ପା ଦେଖାଉଛନ୍ତି ଡି.ଇ.ଓ ଏବଂ ବି.ଇ.ଓ ସେ ନେଇ ମଧ୍ୟ ପ୍ରଶ୍ନ କରିଥିଲେ । ବ୍ଲକରେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଫଳରେ ଆଜି ବାଧ୍ୟ ହୋଇ ଆନ୍ଦୋଳନର ପନ୍ଥା ଅବଲମ୍ବନ କରିଛୁ ବୋଲି କହିଛନ୍ତି ବ୍ଲକ ଅଧ୍ୟକ୍ଷ। ଏପରି ଏକ ସମ୍ବେଦନଶୀଳ ଘଟଣାରେ କାହିଁକି ଜିଲ୍ଲାଶିକ୍ଷା ବିଭାଗ ନିରବଦ୍ରଷ୍ଟା?ସାଜିଛି ତାହାହିଁ ତଦନ୍ତ ସାପକ୍ଷ । ଏଥିସହ ଜିଲ୍ଲା ଶିକ୍ଷା ବିଭାଗରେ ବର୍ଷ ବର୍ଷ ଧରି ଡେପୁ୍ଟେସନ ରେ ଅନେକ ଶିକ୍ଷକ/ଶିକ୍ଷୟତ୍ରୀ ସହର ମଧ୍ୟରେ ରହି ବିଭିନ୍ନ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି। ଅନେକ ଶିକ୍ଷକଙ୍କୁ ଜିଲ୍ଲା ଓ ବ୍ଲକ ଶିକ୍ଷା କାର୍ଯ୍ୟାଳରେ ବର୍ଷ ବର୍ଷ ଧରି ଡେପୁଟେସନ ରେ ରଖି ଅଫିସ କାର୍ଯ୍ୟରେ ନିୟୋଜନ କରି ଯାଉଛି। ଫଳରେ ଶିକ୍ଷା ବିଭାଗରେ ଦୁର୍ନୀତି ବୃଦ୍ଧି ପାଉଥିବା ଅଭିଯୋଗ କରିଛନ୍ତି ନେତୃବୃନ୍ଦ। ପୁଣି କୌଣସି ଛାତ୍ର/ଛାତ୍ରୀ ନିବାସଗୁଡିକର ସୁପରିଚାଳନା ନେଇ ମାସକୁ ଥରେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀ ପରିଦର୍ଶନ କରୁ ନଥିବା ଫଳରେ ଏପରି ପରିସ୍ଥିତି ଉପୁଜୁଛି ବୋଲି ଅଭିଯୋଗ କରି ବିକ୍ଷଭ ପ୍ରଦର୍ଶନ କରିବା ପରେ ଜିଲ୍ଲାପାଳଙ୍କ ଉଦେଶ୍ୟ ରେ ଲିଖିତ ସ୍ମାରକ ପତ୍ରଟି ଗ୍ରହଣ କରିଥିଲେ । ବିଜେଡ଼ିର ଏହି ଘେରାଉ କାର୍ଯ୍ୟକ୍ରମରେ ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ.ବିରରାଜୁଙ୍କ ନେତୃତ୍ୱରେ ଜିଲ୍ଲା ପରିଷଦ ସଦସ୍ୟ ଏସ.ବାଲାରାଜୁ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇ ଆମା, ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଲୀଳାବତି, ପୂର୍ବତନ ଜିଲ୍ଲା ସଭାପତି ପ୍ରଦୀପ ନାୟକ , ବ୍ଲକ ସଭାପତି ସି.ଏଚ.ଈଶ୍ୱର ରାଓ ସମେତ ଗୋଷାଣୀ ବ୍ଲକ ର ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଓ ବରିଷ୍ଟ ନେତା ମାନେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *