ଆନ୍ଧ୍ରକେମ୍ପ ଛକ ଠାରେ ଗଜଲକ୍ଷ୍ମୀ ପୂଜା ଅବସରରେ ରକ୍ତ ଦାନ ଶିବିର ୪୧ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
ବରଗଡ଼ ୧୭,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମ ପଞ୍ଚାୟତ ଆନ୍ଧ୍ର କେମ୍ପ ଛକ ଠାରେ ଖୁବ ଧୁମ୍ ଧାମରେ ପବିତ୍ର ଗଜ ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଯାଇଛି।ଏହି ଅବସର ରେ ଶ୍ରୀରାମ ବଣିକ ସଂଘ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜନ ହୋଇଥଲା।ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ମୂରଲୀ କ୍ରିଷ୍ଣା ଫାଉଣ୍ଡେସନ ର ମୁଖ୍ୟ ଶ୍ରୀ ଡି ମୂରଲୀ କ୍ରିଷ୍ଣା ଯୋଗ ଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ। ସମ୍ମାନୀତ ଅତିଥି ଭାବରେ ଡି ନାଗେଶ୍ଵର ରାଓ, ପୂରନ ଶର୍ମା, ସରୋଜ ମହାପାତ୍ର,ସୁଶାନ୍ତ ଦାଶ ପ୍ରମୁଖ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିବା ସହ ନୃତ୍ୟ ପରିବେଷଣ କରିଥିବା କୁନି କୁନି କଳାକାର ମାନଙ୍କୁ ପୁରସ୍କୃତ କରିଥିଲେ।ଏହି ଶିବିର ରୁ ଜଣେ ମହିଳା ରକ୍ତ ଦାତା ଗୋଟିଏ ଦମ୍ପତ୍ତି ଙ୍କ ସମେତ ୩୮ଜଣ ପୁରୁଷ ରକ୍ତ ଦାତା ଙ୍କ ସମେତ ସର୍ବମୋଟ ୪୧ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।ପରିଶେଷରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ନିଷ୍ଠା ପରିବାର ତରଫ ରୁ ଶ୍ରୀରାମ ବଣିକ ସଂଘ ର ସଭାପତି ଜି.ବାସୁ ରାଓ ,ସମ୍ପାଦକ ରିଙ୍କୁ ସେନ କର ଓ ଅନ୍ୟ ସଦସ୍ୟ ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ଓ ଶ୍ରୀରାମ ବଣିକ ସଂଘ ର ସଦସ୍ୟ ମାନେ ଏହି ଶିବିର ପରିଚାଳନା କରିଥିଲେ।ସମସ୍ତ ରକ୍ତ ଦାତା,ସହଯୋଗୀ, ଶୁଭେଛୁ ଓ ଦୋକାନୀ ବନ୍ଧୁ ମାନଙ୍କୁ ନିଷ୍ଠା ପରିବାର ତରଫ ହୃଦୟ ରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନଂଦନ ।